କାହାକୁ ବିବାହ କରିଲେ ଓଲିଉଡର ଆଗ ଧାଡିର ନାୟିକା ଲିପ୍ସା ମିଶ୍ର , କଣ କରନ୍ତି ତାଙ୍କ ସ୍ଵାମୀ ଆସନ୍ତୁ ଜାଣିବା

ବିବାହ ଋତୁ ଚାଲିଛି ଆଉ ଏହି ବିବାହ ୠତୁରେ ସମସ୍ତେ ବିବାହ କରିବାକୁ ଲାଗି ଯାଇଛନ୍ତି । ଯୁଆଡେ ଦେଖିବେ ସିଆଡେ ବାହାଘର । ଧୁମ୍ ଧାମରେ ଚାରିଆଡ଼େ ବାହାଘର ଚାଲିଥିବା ସମୟରେ ସମସ୍ତେ ନିଜ ନିଜ ଜୀବନସାଥିଙ୍କୁ ବିବାହ କରିବା ପାଇଁ ଲାଗି ଯାଇଛନ୍ତି । ସମସ୍ତେ ନିଜ ମନର ମଣିଷକୁ ପାଇ ବହୁତ ଖୁସିରେ ଅଛନ୍ତି । ଆଉ ଏହାରି ମଧ୍ୟରେ ପ୍ରେମର ରଙ୍ଗରେ ରଙ୍ଗେଇ ହୋଇଥିବା ଅନେକ ପ୍ରେମୀ ଯୁଗଳ ନିଜ ସାତ ଜନମର ସାଥିଙ୍କୁ ପାଇ ଖୁସି ହେଉଛନ୍ତି ।

ଆଉ ଏହାରି ମଧ୍ୟରେ ବିବାହ କରୁଛନ୍ତି ଓଲିଉଡ ତଥା ବଲିଉଡ ଜଗତର ଅନେକ କଳାକାର । ନିଜ ସାତ ଜନମର ସାଥି କରି କଳାକାର ମାନେ ସାରା ଜୀବନ ଏକାଠି ରହିବା ପାଇଁ ଠାଣି ନେଇଛନ୍ତି । ଆଉ ଏହାରି ମଧ୍ୟରେ ଓଲିଉଡ଼ ଜଗତର ଜଣେ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତାଙ୍କ ବିବାହରେ ଅନେକ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା ଆଉ ସମସ୍ତେ ଆସି ତାଙ୍କ ବାହାଘରରେ ଯୋଗ ଦେଇଥିଲେ। ତେବେ ଆମେ କହୁଛୁ ଓଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ କଥା । ଆଜ୍ଞା ହଁ ଲିପ୍ସା ଗତକାଲି ବିବାହ ବନ୍ଧନର ବାନ୍ଧି ହୋଇଛନ୍ତି । ବେଶ ଧୁମଧାମରେ ବିବାହ କରିଛନ୍ତି ଲିପ୍ସା । ନିଜ ସାଥିଙ୍କୁ ପାଇ ଲିପ୍ସା ଅତ୍ୟନ୍ତ ଖୁସି ରହିଥିବା କଥା କହିଛନ୍ତି ।

ତେବେ ଏହାରି ମଧ୍ୟରେ ତାଙ୍କ ବର କିଏ ଆଉ ସେ କଣ କରୁଛନ୍ତି ବୋଲି ସମସ୍ତେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କାହିଁକି ନା ତାଙ୍କୁ ଆଗରୁ କେହି ଜାଣି ନାହାଁନ୍ତି । କି ସେ କଳା କି ସିନେମା ଜଗତରେ ଆଗରୁ ଦେଖା ଯାଇ ନାହାଁନ୍ତି । ତେଣୁ ତାଙ୍କୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଅନେକ ଇଚ୍ଛା ରହିଛି । ସମସ୍ତେ ତାଙ୍କ ସ୍ଵାମୀଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ଦେଖାଇଛନ୍ତି ।

ତେବେ ସୂଚନା ଅନୁଯାୟୀ , ଓଲିଉଡ ନାୟିକା ଲିପ୍ସା ମିଶ୍ରଙ୍କର ସ୍ଵାମୀଙ୍କ ନାମ ହେଉଛି ଆକାଶ ଆଚାର୍ଯ୍ୟ । ସେ ଜଣେ ମେକାନିକାଲ ଇଂଜିନିୟର ଅଟନ୍ତି । କେବଳ ଏହା ନୁହେଁ , ସେ ଜଣେ ବ୍ୟବସାୟୀ ମଧ୍ୟ ଅଟନ୍ତି । କୋଟି କୋଟି ଟଙ୍କାର ବ୍ୟବସାୟ କରନ୍ତି ଲିପ୍ସାଙ୍କର ସ୍ଵାମୀ । ଆଉ ବ୍ୟବସାୟ ଜଗତରେ ତାଙ୍କର ଅନେକ ନାମ ରହିଛି । ତେଣୁ ଏସବୁ ଜାଣିବା ପରେ ଲିପ୍ସା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଆଉ ନିଜର ବିବାହ ଜୀବନକୁ ଆନନ୍ଦର ସହିତ ଅତିବାହିତ କରିବେ ବୋଲି ସମସ୍ତଙ୍କ ମନରେ ଆଶା ରହିଛି । ଲିପ୍ସା ଜଣେ ଜଣାଶୁଣା ନାୟିକା ହେବା ସହିତ ତାଙ୍କ ବ୍ୟବହାର ପାଇଁ ମଧ୍ୟ ସେ ବେଶ ଜଣାଶୁଣା । ତେଣୁ ତାଙ୍କ ବିବାହରେ ସେ ଅନେକ କଳାକାର ଆଉ ଆତ୍ମୀୟସ୍ଵଜନ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କ ବିବାହରେ ଅନେକ କଳାକାର ଦେଖିବାକୁ ମିଳିଥିଲେ ।

ଏମାନଙ୍କ ମଧ୍ୟରେ ଓଲିଉଡର ଚର୍ଚ୍ଚିତ ଚେହେରା ଅପରାଜିତା ମହାନ୍ତି , ପୂପୁଲ୍ , ପୁନମ ମିଶ୍ର , ଛନ୍ଦିତା ଏବଂ ଅନେକ କଳାକାର ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତେ ଲିପ୍ସାଙ୍କ ବିବାହ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ ଆଉ ତାଙ୍କୁ ଢେର୍ ସାରା ଭଲ ପାଇବା ଦେଇଥିଲେ । ତେବେ ବିବାହରେ ଦେଖିବାକୁ ମିଳିଥିଲା କି , ବର କନ୍ୟା ଅତ୍ୟନ୍ତ ଗ୍ରାଣ୍ଡ ଭାବରେ ଷ୍ଟେଜ ଉପରକୁ ଆସିଥିଲେ ଆଉ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆଉ ଚାରିଆଡ଼େ ପାଟି ତୁଣ୍ଡରେ ଫାଟି ଯାଇଥିଲା । ତେବେ କୁହାଯାଉଛି କି , ଲିପ୍ସାଙ୍କ ବାହାଘରରେ ବଲିଉଡର ଜଣାଶୁଣା ଡିଜାଇନର ସବ୍ୟସାଚୀ ଲେହେଙ୍ଗା ଡିଜାଇନ୍ କରିଥିଲେ । ଆଉ ଯାହାକୁ ପିନ୍ଧିବା ପରେ ଲିପ୍ସା ପୁରାପୁରି ରାଣୀ ଭଳି ଅନୁଭବ କରିଥିଲେ । ତେବେ ନିଜ ବିବାହ ଜୀବନ ବିଷୟରେ ଲିପ୍ସା କହିଛନ୍ତି କି , ଏହା ତ ଆରମ୍ଭ ଆଗକୁ ଆହୁରି ଯିବାର ଅଛି ।

Leave a Reply

Your email address will not be published. Required fields are marked *