ସତ୍ୟଜିତ ଜେନା କେଉଁ ଗୀତ ଗାଇ ନେହା କକରଙ୍କୁ କନ୍ଦାଇ ଦେଇଥିଲେ ।

କେନ୍ଦୁଝର ମାଟିରେ ତାଙ୍କର ଜନ୍ମ । ପାହାଡ ପର୍ବତ ବଣ ଜଙ୍ଗଲ ଭିତରେ ବଢିଥିଲେ ସୁଦ୍ଧା । ବଣ ମଲ୍ଲି ବଣରେ ଫୁଟି ବଣରେ ହିଁ ଝଡି ପଡ଼ି ନାହାନ୍ତି । ସାରେ ଗାମା ପା ଲିଟିଲ୍ ଚାମ୍ପ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସବୁ ପ୍ରତିଯୋଗୀ ମାନଙ୍କ ଭିତରେ ସେ ଥିଲେ ସବୁ ଠୁ ସାନ ହେଲେ ତାଙ୍କୁ ଜଜ୍ ମାନେ କହୁଥିଲେ ଛୋଟା ପ୍ୟାକେଟ ବଡ ଧମକା । କାରଣ ତାଙ୍କ କଣ୍ଠରୁ ଗୀତ ଶୁଣିବାକୁ ସାରା ଓଡ଼ିଶା ବାସୀ ହୋଇ ଯାଉଥିଲେ ଦିବାନା । କାରଣ ତାଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲା । ସେ ତାଙ୍କ କଣ୍ଠର ଯାଦୁରେ ସମସ୍ତଙ୍କୁ କରୁଥିଲେ ମତୁଆଲା ।

କେନ୍ଦୁଝରରୁ ଆସି ଆଜି ସେ ଓଡ଼ିଶା ସମେତ ଭାରତରେ ବି ନା କରିଛନ୍ତି ସାରାଗାମାପାରେ ଅଦ୍ଭୁତ ସଫଳତା ପରେ ସେ ଜି ଟିଭିରେ ଏକ ପ୍ରସାରିତ ରିଆଲିଟ ଶୋ ରେ ଯୋଗ ଦେଇଥିଲେ । ଭାରତର କୋଣ ଅନୁକୋଣରୁ ଆସିଥିବା କୁନି କୁନି ପିଲାଙ୍କ ସହ ପ୍ରତିଯୋଗିତା କରିଥିଲେ । ଜଜ୍ ଙ୍କ ହୃଦୟ କିଣି ସେ ଜଜଙ୍କ ପାଖରୁ ସବୁବେଳେ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ଏପରିକି ସେ ଥରେ ନେହା କକର ଙ୍କୁ କନ୍ଦାଇ ଦେଇଥିଲେ ତାଙ୍କ ଗୀତ ମାଧ୍ୟମରେ ।

ନେହା କକରଙ୍କ ଭାଇ ଗାଇଥିବା ଗୀତ ମିଲେ ହୋ ତୁମ ହମ କୋ ଗୀତ ଗାଇ ନେହା କକରଙ୍କ ଆଖିରେ ଲୁହ ଆଣି ପାରିଥିଲେ । ତେବେ ବର୍ତ୍ତମାନ ସତ୍ୟଜିତ ବଡ ହୋଇ ଯାଇଛନ୍ତି । ନିଜ ଘରେ ଷ୍ଟୁଡିଓ ବନାଇ ନିଜେ ଗୀତ କରୁଛନ୍ତି । ସବୁ ଠୁ ବଡ କଥା ହେଲା ସତ୍ୟଜିତଙ୍କ ଭଉଣୀ ମଧ୍ୟ ଖୁବ୍ ସୁନ୍ଦର ଗୀତ ଗାଆନ୍ତି । ତେଣୁ ବର୍ତ୍ତମାନ ଉଭୟ ଭାଇ ଭଉଣୀ ଅନେକ କଭର ସଙ୍ଗ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି । ସତ୍ୟ ଜିତ୍ ଓ ତାଙ୍କ ଭଉଣୀଙ୍କ କଣ୍ଠରୁ ଗୀତ ଶୁଣିବାକୁ ତାଙ୍କୁ ଭଲ ପାଉଥିବା ଦର୍ଶକ ବେଶ୍ ଭଲ ପାଆନ୍ତି।

ତେବେ ସତ୍ୟଜିତଙ୍କ ପରିବାରରେ ସମସ୍ତେ ଗୀତକୁ ବେଶ୍ ଭଲ ପାଉଥିବା ବେଳେ । ସତ୍ୟଜିତଙ୍କ ବାପା ଗୀତ ଗାଇବାକୁ ଅଧିକ ଉତ୍ସାହିତ କରନ୍ତି । ତେବେ ବର୍ତ୍ତମାନ ଦୁହେଁ ଅନେକ ଗୀତ ଗାଉଥିବା ବଳେ । ଆଗକୁ ଗୀତକୁ ନେଇ ଭବିଷ୍ୟତ ଗଢ଼ିବାକୁ ଇଛା ରଖିଛନ୍ତି ସତ୍ୟଜିତ ଓ ତାଙ୍କ ଭଉଣୀ । ତେବେ ଆଗକୁ ମଧ୍ୟ ଦୁହେଁ ନୂଆ ନୂଆ ଅନେକ ଗୀତ କରି ଦର୍ଶକଙ୍କୁ ଭେଟି ଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *