ଆଉ ଏକ ଜୀବନ ନେଇ ଗଲା ମଣିଷ ଖିଆ କୁମ୍ଭୀର । ଜ୍ୟୋତ୍ସ୍ନାଙ୍କ ପରେ ପରେ ଭାସ୍କରଙ୍କୁ ମଧ୍ୟ ଟାଣିନେଲା ନଦୀକୁ ।

ଓଡ଼ିଶାର ନଦୀ ମାନଙ୍କରେ ମଣିଷ ଖିଆ କୁମ୍ଭୀରର ଆତଙ୍କ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଏହା କେବଳ ଶୁଣିବା ଭଳି କାହାଣୀ ନୁହେଁ । ଏହା ସତ୍ୟ ଘଟଣା ଅଟେ । ବୋଧହୁଏ ଲୋକେ ଏଭଳି ଘଟଣା ଆଗରୁ ଖୁବ କମ ଦେଖିଥିଲେ । କିନ୍ତୁ ଚଳିତ ବର୍ଷ ଯେଉଁ ମାତ୍ରାରେ ଏଭଳି ଘ-ଟଣା ଦେଖିବାକୁ ମିଳୁଛି ତାହାକୁ ଦେଖି ସାଧାରଣ ଲୋକେ ଏହି ଦାବି କରିବାରେ ଲାଗିଛନ୍ତି ଯେ ଗୋଟିଏ କୁମ୍ଭୀର ଏକାଧିକ ଜୀବନ ନେବା ପର୍ଯ୍ୟନ୍ତ ପ୍ରଶାସନ ତାମସା ଦେଖିବାକୁ ଅପେକ୍ଷା କରିଛି । କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଲୋକେ ଅଭି-ଯୋଗ ଆଣିଛନ୍ତି । ଆଉ ଏହାରି ମଧ୍ୟରେ ଆଉ ଏକ ବଡ଼ ଅଘ-ଟଣ ଦେଖିବାକୁ ମିଳିଛି ଯାହାକି ଆପଣଙ୍କ ଛାତି ଥରାଇ ଦେବ ।

ଗତ ୧୫ ଦିନ ତଳେ କୁମ୍ଭୀର ମୁହଁରେ ଜୀବନ ଯାଇଥିବା ଯାଜପୁରର ଜ୍ୟୋତ୍ସ୍ନାଙ୍କ କଥା ତ ଆପଣଙ୍କର ମନେ ଥିବ । ଆଉ ବର୍ତ୍ତମାନ ୧୫ ଦିନ ନପୁରୁଣୁ ଆଉ ଏକ ଜୀବନ କୁମ୍ଭୀର ମୁହଁରେ ଚାଲି ଯାଇଛି । କୁମ୍ଭୀର ପୁଣି ଜଣେ ବୃଦ୍ଧାଙ୍କୁ ଟାଣି ନେଇଛି । ଜ୍ୟୋତ୍ସ୍ନାଙ୍କୁ ଖାଇବା ପରେ ଦିନକୁ ଦିନ ନଦୀ ପରିବର୍ତ୍ତନ କରୁଥିଲା ମଣିଷ ଖିଆ କୁମ୍ଭୀର ।

ଯେମିତି ସବୁବେଳେ ମଣିଷ ମାଂ-ସର ସନ୍ଧା-ନରେ ଥିଲା । ଆଉ ଦୀର୍ଘ ଦିନ ପରେ ପୁଣିଥରେ ଜଣେ ବୃଦ୍ଧାଙ୍କୁ ଟାଣି ନେଇଛି କୁମ୍ଭୀର । ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ବ୍ରାହ୍ମଣୀ ନଦୀରେ ଆଉ ଏକ ଦୁଃ-ଖଦ ଦୃ-ଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥା-ନା କିଆରବଙ୍କା ଗାଁରେ ଏଭଳି ଏକ ଅଘ-ଟଣ ଘଟି ଯାଇଛି ।

ଭାସ୍କର ନାମକ ଜଣେ ବୃଦ୍ଧା ସକାଳୁ ବ୍ରାହ୍ମଣୀ ନଦୀ କୂଳକୁ ମଇଁଷି ଚରାଇବାକୁ ବାହାରି ପଡ଼ିଥିଲେ । ସାଥିରେ ପୁଅ ଏବଂ ଅନ୍ୟ ଜଣେ ଲୋକ ମଧ୍ୟ ଯାଇଥିଲେ । ନଦୀ ଆର ପାଖର ଜଣେ ଲୋକଙ୍କ କହିବା ଅନୁଯାୟୀ ଭାସ୍କର ରାଉତ ପ୍ରଥମେ ନଦୀରେ ପାଦେ ରଖିବା ମାତ୍ରେ ହିଁ ତାଙ୍କୁ କୁମ୍ଭୀର ଟାଣି ନେଇ ଯାଇଥିଲା ।

ପୁଅ ଏବଂ ଅନ୍ୟ ଜଣେ ଲୋକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଆଉ ତାପରେ ପାଣି ଭିତରେ କେଉଁଠି ଲୁଚି ଯାଇଥିଲା । ତେବେ ଏହି ଘ-ଟଣା ସକାଳ ସମୟରେ ହିଁ ଘଟି ଯାଇଛି । କୁମ୍ଭୀର ଟାଣି ନେଇଯିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ନି-ଖୋଜ ଥିବା ବୃଦ୍ଧ ଜଣକ ରାଜପୁର ଗାଁର ଭାସ୍କର ରାଉତ ବୋଲି ଜଣା ପଡ଼ିଛି । ବର୍ତ୍ତମାନ ରାଜନଗର ଅଞ୍ଚଳବାସୀ ଆତ-ଙ୍କିତ ହେବା ସହିତ ଭ-ୟଭୀ-ତ ମଧ୍ୟ ହୋଇ ଗଲେଣି ।

Leave a Reply

Your email address will not be published. Required fields are marked *