ଏଭଳି ଏକ ଅଦ୍ଭୁତ ଗାଁ । ଯେଉଁଠି ପୁଅ ଏବଂ ଝିଅ ରହିଛନ୍ତି ଅବିବାହିତ । ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ସମୟରେ ଓଡ଼ିଶା ଆଉ ପୂର୍ବ ଭଳି ନାହିଁ ବରଂ ଖୁବ ଉନ୍ନତି କରିଲାଣି । ରାଜ୍ୟ ସରକାରଙ୍କର ଉଦ୍ୟମରେ ରାଜ୍ୟ ନାମକୁ ମାତ୍ର ବିକଶିତ କହିଲେ ଚଳେ । କିନ୍ତୁ ବାସ୍ତବ କଥା ତ ଏହା ଯେ ବର୍ତ୍ତମାନ ସୁଦ୍ଧା ବି ଲୋକ ନର୍କରେ ରହିଛନ୍ତି କହିଲେ ଚାଲେ । ଏ କୌଣସି ୧୯୦୦ ମସିହାର ଓଡ଼ିଶା ରାଜ୍ୟ ନୁହେଁ ବରଂ ୨୦୦୦ ପରର ଓଡ଼ିଶା ।

ତଥାପି କିଛି ଗାଁ ଏପରି ରହିଛି ଯେଉଁଠି ଆଜିବି ଲୋକଙ୍କ ପାଇଁ ରାସ୍ତା ନାହିଁ , ପାଣି ନାହିଁ , ଯୋଗାଯୋଗର ବ୍ୟବସ୍ଥା ନାହିଁ । ଆଉ ଏହି କାରଣରୁ ସେହି ଅଞ୍ଚଳର ପୁଅ ଏବଂ ଝିଅଙ୍କ ପାଇଁ ଘୋର ସମସ୍ୟା ବଢ଼ି ଯାଇଛି । ସମସ୍ୟା ଏହା ଯେ ସେଠାକାର ପୁଅ ଏବଂ ଝିଅଙ୍କ ଭାଗ୍ୟରେ ବିବାହ କରିବା ନାହିଁ । ଆଜ୍ଞା ହଁ ।

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । କାରଣ ସେହି ଗାଁରେ ରାସ୍ତା , ପାଣି ଏବଂ ଯୋଗାଯୋଗର ସୁବିଧା ନଥିବା କାରଣରୁ ସେହି ଗାଁରେ କେହି ଝିଅ ଦେବାକୁ ରାଜି ନୁହଁନ୍ତି । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ପଦଗୁଡ଼ା ଗାଁରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।

କୋରାପୁଟ ଜିଲ୍ଲା ପଦଗୁଡ଼ା ଗାଁର ସମସ୍ୟାକୁ ନେଇ କୁନି କଳାକାର ସୋନାଲି ଦାସ ସୋସିଆଲ ମିଡିଆରେ ସାରା ରାଜ୍ୟରେ ବେଶ ଚର୍ଚ୍ଚାରେ ରହିଥିଲେ । ଆଉ ପୁଣିଥରେ ପଦଗୁଡ଼ା ଗାଁ ଚର୍ଚ୍ଚାରେ ରହିଛି । କାରଣ ଏଠାରେ ରାସ୍ତା , ପାଣି ଯୋଗାଯୋଗ ଏମିତି ନାନା ସମସ୍ୟା କାରଣରୁ ସେଠାକାର ଅବିବାହିତଙ୍କ ଜୀବନରେ ସମସ୍ୟା ଦେଖା ଦେଇଛି ।

ବିବାହ କରିବାକୁ ପ୍ରାପ୍ତ ବୟସ ପୁଅ ଏବଂ ଝିଅଙ୍କର ହୋଇଥିଲେ ବି ସୁଦ୍ଧା ବିବାହ କରିବାକୁ ପାତ୍ର କିମ୍ବା ପାତ୍ରୀ ମିଳୁ ନାହାଁନ୍ତି । ଯଦିବି କାହା ପାଇଁ ପ୍ରସ୍ତାବ ଆସୁଛି , ତାହା ଭାଙ୍ଗି ଯାଉଛି । କାରଣ ସେଠାରେ କେହିବି ଝିଅ ଦେବାକୁ ନାରାଜ । କାରଣ ସେଠାରେ ରାସ୍ତା ଏବଂ ପାଣି ତ ଦୂରର କଥା ଯୋଗାଯୋଗ ପାଇଁ ମଧ୍ୟ ସୁବିଧା ନାହିଁ ।

ଆଉ ଏହି ବର୍ଷରେ ଏଭଳି ସମସ୍ୟା କେଉଁଠି ରହିବା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଅଟେ । ସରକାରଙ୍କ ପାଖରେ ନାନା ଗୁହାରି କରିବା ସତ୍ତ୍ୱେବି ସମସ୍ୟାର ସମାଧାନ ହୋଇନାହିଁ । ଆଉ ଗାଁ ଲୋକଙ୍କ ଦୁଃଖ ଏହା ଯେ ସେମାନେ ଗାଁରେ ଖୁବ ଅସୁବିଧାରେ ରହୁଛନ୍ତି । ପୁଣି ଏପଟେ ଝିଅ ପୁଅଙ୍କ ବିବାହକୁ ନେଇ ମଧ୍ୟ ଚିନ୍ତାରେ ଥିବା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *