ବାପା ପରେ ମାଆ ଏକାଠି ଚାଲିଗଲେ ଆରପାରିକୁ , ଏବେ ତିନି ପିଲା ହୋଇଗଲେ ଅନାଥ

ଏ ଦୃଶ୍ୟ ବଡ ହୃଦୟ ବିଦାରକ । ଏ ମୁହୂର୍ତ୍ତକୁ ଆଖି ଆଗରେ ଦେଖିବା ସମ୍ଭବପର ନୁହେଁ । ଜଣେ ପିଲା ଆଗରେ ତାର ବାପା ମାଆ ଦୁହେଁ ଏକା ସହିତ ଆରପାରିକୁ ଚାଲି ଯିବାଟା କେତେ ଯେ କଷ୍ଟକର ତାହା କେବଳ ସେହି ପିଲା ହିଁ ବୁଝି ପାରିବ । ନା ତାର ଆଉ କିଏ ସାହାରା ହୋଇ ରହିବ , ନା ତା କଥା ଆଉ କିଏ ବୁଝିବ । ଯେତେ ଅଳି ଅଝଟ କଲେ କିଏ ତାର ଅଳି ବୁଝିବ ଆଉ ତା ମନ ଲାଖି ଜିନିଷ ଆଣିଦେବ । ଆଉ କିଛି ସେ କରିପାରିବ ନାହିଁ । ବାପା ମାଆଙ୍କୁ ହରାଇବା ମାନେ ଜୀବନର ସବୁକିଛି ହରାଇ ଦେବା ।

ଆଉ ଏ କଥା ଅଙ୍ଗେ ନିଭାଇ ଦେଲେ ଏଇ ତିନି ପିଲା । ବାପାଙ୍କ ଯିବାର କିଛି ସମୟ ପରେ ହିଁ ଆଖି ଆଗରେ ଜୀବନ ହାରି ଦେଲେ ମାଆ । ଯାହାକୁ ଦେଖି ସ୍ତବ୍ଧ ହୋଇ ଯାଇଛନ୍ତି ତିନି ପିଲା । ଏବେ ତିନି ପିଲାଙ୍କ ସାହା ଭରସା ଆଉ କେହି ନାହିଁ । ତିନି ଜଣ ଯାକ ବାସ୍ ହୋଇ ଗଲେ ଅନାଥ । ଏତେ ବଡ ଦୁନିଆଁରେ ବାପା ମାଆଙ୍କୁ ହରାଇବା ଅର୍ଥ ସବୁକିଛି ହରାଇ ଦେବା । ଛୋଟ ଛୋଟ ବୟସରୁ ମୁଣ୍ଡ ଉପରୁ ବାପା ମାଆଙ୍କ ହାତ ଉଠିଗଲା ଆଉ ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଗଲା ।

ତେବେ ହଁ ଆଜ୍ଞା ଏପରି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି ଖୋର୍ଦ୍ଧା ସଦର ଥା-ନା ଅନ୍ତର୍ଗତ ବଣିଆଟାଙ୍ଗି ଗାଆଁରେ । ସୂଚନା ଅନୁଯାୟୀ , ପାରିବାରିକ କଳହକୁ କେନ୍ଦ୍ର କରି ଏତେ ବଡ ଅଘ-ଟଣ ଘଟିଗଲା । ତେବେ ଏହି ଗାଁର ସମରେନ୍ଦ୍ର ସେନାପତି ବିଲରୁ କାମ ସାରି ଘରକୁ ଫେରିଥିଲେ । ଆଉ ଏହାରି ମଧ୍ୟରେ ନିଜ ସ୍ତ୍ରୀଙ୍କ ମଧ୍ୟରେ କିଛି କଥାକୁ ନେଇ ଯୁ-କ୍ତି ତର୍କ ହୋଇଥିଲା । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । କିନ୍ତୁ ଏହି କଥାରେ କ୍ରୋ-ଧିତ ହୋଇ ରୁମ୍ ଭିତରକୁ ଯାଇ ଜୀବନ ହାରି ଦେଇଥିଲେ ସମରେନ୍ଦ୍ର ।

ତେବେ ଏହି କଥାକୁ ସହି ପାରି ନଥିଲେ ସ୍ତ୍ରୀ । ଆଉ ଇଲେକ୍ଟ୍ରି ତାରକୁ ଜାଣି ଶୁଣି ଧରି ନେଇଥିଲେ । ଆଉ ସାଙ୍ଗେ ସାଙ୍ଗେ ତାଙ୍କର ମଧ୍ୟ ଜୀବନ ଚାଲି ଯାଇଥିଲା । ତେବେ ଏବେ ଘରେ ତାଙ୍କର ୧୬ , ୧୨ ଏବଂ ୭ ବର୍ଷର ତିନି ପିଲା ଅଛନ୍ତି । ବଡ ଝିଅ କା-ନ୍ଦି କା-ନ୍ଦି ବେହୋସ ହୋଇ ଯାଉଛି । ତେବେ ଏପରି ପରିସ୍ଥିତିରେ ତାଙ୍କ ଗାଁର ସରପଞ୍ଚ ମଧ୍ୟ ନିଜକୁ ସମ୍ଭାଳି ପାରି ନାହାଁନ୍ତି ଆଉ ନିଜେ କା-ନ୍ଦି ପକାଇଛନ୍ତି । ତେବେ ବର୍ତ୍ତମାନ ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ସରପଞ୍ଚ ଏବଂ ତିନି ପିଲାଙ୍କୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସେ ।

Leave a Reply

Your email address will not be published. Required fields are marked *