ସାପ ପାଇଁ ଦୀର୍ଘ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅଟକିଲା ବିଶାଖପାଟଣା କିରନଡୁଲ ଏକ୍ସପ୍ରେସ।

କରମଣ୍ଡଳ ଏକ୍ସପ୍ରେସର ଦୁର୍ଘ-ଟଣାକୁ ଗତ ଗୋଟେ ମାସ ବିତିଗଲାଣି କିନ୍ତୁ ଲୋକଙ୍କ ମନରେ ଏବେବି ସେଇ ଦୁର୍ଘ-ଟଣାର ଦୃଶ୍ୟ ଲିଭିନି। ଲୋକଙ୍କ ମନରୁ ଏବେବି ଭ-ୟ ଯାଇନି ସେଥିପାଇଁ ଯାତ୍ରୀ ମାନେ ଏବେ ଟ୍ରେନରେ ଯିବାକୁ ଡରୁଛନ୍ତି। ଗତକାଲି କୋରାପୁଟ ଜିଲ୍ଲାରେ ପୁଣି ଗୋଟେ ଟ୍ରେନ୍ ଦୁର୍ଘ-ଟଣାରୁ ବର୍ତ୍ତି ଯାଇଛି। ଏ ସବୁ କେବଳ ଗୋଟେ ସାମାନ୍ୟ ସାପ ପାଇଁ ହେଇଛି। ସାପ ପାଇଁ କାଲି ସହ ସହ ଲୋକଙ୍କ ଜୀବନ ବଞ୍ଚିଯାଇଛି।

ବିଶାଖପାଟଣା କିରନଡୁଲ ପାସେଞ୍ଜର ଏକ୍ସପ୍ରେସର ଗତ କାଲି ବିଶାଖପାଟଣାରୁ ଯାତ୍ରୀ ଉଠାଇ କିରନଡୁଲ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ହଠାତ୍ ଟ୍ରେନ୍ କୋରାପୁଟ ଜିଲ୍ଲା ଠାରୁ ୨୦ କିଲୋମିଟର ଦୂରରେ ଥିବା ପାଲଭି ଷ୍ଟେସନରେ ଅଟକି ଯାଇଥିଲା।

ହଠାତ୍ ଟ୍ରେନ୍ ଅଟକି ଯିବା ଦେଖି ଯାତ୍ରୀମାନେ ଡ-ରି ଯାଇଥିଲେ। ଟ୍ରେନ୍ ପାଇଲଟ୍ ଦେଖିବାକୁ ପାଇଲେ ପା ଭିତରେ ଗୋଟେ ସାପ ପଶିଯାଇଛି ସେଥିପଇଁ ସେ ଟ୍ରେନ୍ ଅଟକାଇ ବୈଷୟିକ ଟ୍ରେନ୍ ଅଧିକାରୀଙ୍କୁ ଫୋନ୍ କରି ସବୁ ଜଣାଇଲେ।

କିଛି ସମୟ ଭିତରେ ବୈଷୟିକ ଅଧିକାରୀ ଦେଖିଲେ ପାଣ୍ଟୋଗ୍ରାଫିର ଇଲେକ୍ଟ୍ରିକ୍ ତାର କ-ଟିଯାଇଛି ଯଦି ତାର ସଂପୂର୍ଣ୍ଣ କ-ଟି ଯାଇଥାନ୍ତା ତେବେ ଗୋଟେ ବଡ଼ ଦୁର୍ଘ-ଟଣା ଘଟିଯାଇ ଥାଆନ୍ତା। ପାଣ୍ଟୋଗ୍ରାଫିର ମରାମତି ପରେ ବୈଷୟିକ ଟିମ୍ ର ନିର୍ଦ୍ଦେଶରେ ଦୀର୍ଘ ଦେଢ଼ ଘଣ୍ଟା ପରେ ବିଶାଖପାଟଣା କିରନଡୁଲ ପେସେଞ୍ଜର ଏକ୍ସପ୍ରେସର ଆଉଥରେ କିରନଡୁଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *