ସ୍ଵାମୀ ଏବଂ ଚାରି ବର୍ଷର ଛୋଟ ପୁଅକୁ ଘରେ ଛାଡ଼ି ପର ପୁରୁଷ ସହ ଫେ-ରାର ହେଲା ସୁନ୍ଦରୀ ସ୍ତ୍ରୀ।

ଆଜିକାଲିର ପିଲାଙ୍କ ପାଇଁ ବାହାଘର ଏବଂ ଭଲ ପାଇବା ହେଉଛି ଏକ ଖେଳଘର। ସାର୍ଟ ପ୍ୟାଂଟ ବଦଳେଇବା ପରି ଆଜିକାଲି ଝିଅ ଏବଂ ପୁଅ ମାନେ ସ୍ବାମୀ ସ୍ତ୍ରୀ ବଦଳାଉଛନ୍ତି। ହଁ ଆଜ୍ଞା ଏବେ ଜଣଙ୍କୁ ଛାଡ଼ି ଆଉ ଜଣଙ୍କୁ ବାହା ହେଇ ଦ୍ୱିତୀୟ ସ୍ବାମୀ ଏବଂ ସ୍ତ୍ରୀ କରିବାର ଟ୍ରେଣ୍ଡ ଚାଲିଛି। ସେଥିପାଇଁ କେତେଜଣ ଜୀବନ ସାରା କଷ୍ଟ ସହି ସହି ରହୁଛନ୍ତି ତ କେତେଜଣ କଷ୍ଟ ସହି ନପାରି ଆ-ତ୍ମହ-ତ୍ୟା କରିଦେଉଛନ୍ତି। ଏମିତି ଏକ ଅଭା-ବନୀୟ ଘ-ଟଣା କପଟିପଡ଼ାରେ ଦେଖିବାକୁ ମିଳିଛି।

କପଟିପଡ଼ା ଥା-ନା ଅନ୍ତର୍ଗତ କଣ୍ଡାଗାଡିଆ ଗାଆଁର ମାନସ ସାହୁ ଗତ ପାଞ୍ଚ ବର୍ଷ ପୂର୍ବେ ବୈଦିକ ରୀତିନୀତି ଅନୁସାରେ ପାଖ ଗାଆଁର ତିଳୋତ୍ତମା ରାଉତଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ମାନସ ନିଜ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ତାମିଲ ନାଡୁ ଚାଲିଗଲେ। ସେ ତାମିଲନାଡୁ ର ବଡ଼ ମଧୁରାଇରେ ରହୁଥିଲେ। କିଛି ଦିନ ଯିବା ପରେ ତାଙ୍କର ଗୋଟେ ପୁଅ ହେଲା ପୁଅକୁ ଏବେ ୪ ବର୍ଷ। ସବୁ କିଛି ଠିକ୍ ଚାଲିଥିଲା କିନ୍ତୁ ହଠାତ ତିଳୋତ୍ତମା ସ୍ବାମୀ ମାନସଙ୍କୁ ଲୁ-ଚେଇ ଲୁ-ଚେଇ ପର ପୁରୁଷଙ୍କ ସହ କଥା ହେବାକୁ ଲାଗିଲେ।

ତିଳୋତ୍ତମାଙ୍କ ପର ପୁରୁଷଙ୍କ ସହ କଥା ହେବା କଥା ମାନସ କିଛି ଜାଣିନଥିଲେ। ସବୁ ଦିନ ତିଳୋତ୍ତମାଙ୍କ ଫୋନ୍ ବିଜି ଆସିବାରୁ ସେ ଟିକେ ଟିକେ ସନ୍ଦେହ କଲେ। ସେ ଦେଖିଲେ ସେ ସବୁଦିନ ରାତିରେ ଶୋଇ ପଡ଼ିବା ପରେ ତିଳୋତ୍ତମା ଅନ୍ୟ ଟୋକା ମାନଙ୍କ ସହ କଥା ହେଉଛନ୍ତି। ସେଥିପାଇଁ ସେ ତାଙ୍କୁ ସକାଳେ ସବୁ କଥା ପଚାରି ବୁଝେଇକି ଡିଉଟି କୁ ଗଲେ କିନ୍ତୁ ତିଳୋତ୍ତମା ପୁଣି ସେଇ ଟୋକା ସହ କଥା ହେଇଥିଲେ। ସେ ଡିଉଟିରୁ ଫେରିକି ଦେଖିଲେ ତିଳୋତ୍ତମା ୩୨ ମିନିଟ୍ ସେ ଟୋକା ସହ କଥା ହେଇଛନ୍ତି ସେଥିପାଇଁ ସେ ରାଗିକି ଫୋନ୍ ଭାଙ୍ଗିଦେଇ ଶୋଇବାକୁ ପଳେଇଲେ।

ସକାଳ ୮.୩୦ରେ ଉଠିଲା ବେଳକୁ ପୁଅ କାନ୍ଦୁଛି କିନ୍ତୁ ତିଳୋତ୍ତମା କୁଆଡେ ନାହାଁନ୍ତି। ସେ ବହୁତ୍ ଯାହା ଖୋଜା ଖୋଜି କଲେ କିନ୍ତୁ କୁଆଡେ ପାଇଲେନି। ତାପରେ ସେ ନିଜ ଶଶୁରଙ୍କୁ ଫୋନ କରି ସବୁ କଥା କହିଲେ। ତାଙ୍କ ଶଶୁର କହିଲେ ତମେ ଗାଆଁକୁ ପଳେଇ ଆସ ମିଶିକି ଖୋଜିବା। ଗାଆଁରେ ବି ତାଙ୍କୁ ପାଇଲେନି ସେଥିପାଇଁ ସେ ପୋ-ଲିସ୍ ଷ୍ଟେ-ସନ୍ ଯାଇଥିଲେ କିନ୍ତୁ ପୋ-ଲିସ ତାଙ୍କ ଏଫଆ-ଇଆର୍ ରଖି ନଥିଲେ। ଯେହେତୁ ସେ ତାମିଲନାଡୁରୁ କୁଆଡେ ଯାଇଛନ୍ତି ସେଥିପାଇଁ ତାଙ୍କୁ ତାମିଲନାଡୁ ପୋଲି-ସଙ୍କ ପାଖକୁ ଯିବାକୁ କପଟିପଡ଼ା ଥା-ନା ପୋ-ଲିସ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *