ପୁଅକୁ ଛୁଟି ଦିନରେ ହଷ୍ଟେଲକୁ ଦେଖା କରିବାକୁ ଯାଉଥିଲେ ବାପା ମା’ । କିନ୍ତୁ ମଝି ରାସ୍ତାରେ ଆସିଗଲା କାଳ , ଆଉ ଟ୍ରକ ତଳେ ଚାଲିଗଲା ଦୁଇ ଜୀବନ ।

ମୃ-ତ୍ୟୁ ତ କେବେ ନା କେବେ ନିଶ୍ଚୟ ଆସିବ । ଅତି ଭ-ୟଙ୍କର ରୋଗ କିମ୍ବା ବାର୍ଦ୍ଧକ୍ୟ କାରଣରୁ ମୃ-ତ୍ୟୁ ତ ସାଧାରଣ ହୋଇଥାଏ । କିନ୍ତୁ ଅକାଳ ମୃତ୍ୟୁ ବିଷୟରେ କାହାରି କେବେ ଧାରଣା ନଥାଏ । ଆଉ ତାହାହିଁ ବେଶୀ କଷ୍ଟ ଦେଇଥାଏ । ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘ-ଟଣା ବଢ଼ିବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ଏକାଧିକ ସଡ଼କ ଦୁର୍ଘ-ଟଣା ଘଟୁଛି ଯେଉଁଥିରେ କେତେ ଯେ ପରିବାର ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଉଛନ୍ତି ତାହା ଅନୁମାନ କରିବା ମଧ୍ୟ ଅସମ୍ଭବ ଅଟେ ।

ଯେମିତି ପୁଅ ହଷ୍ଟେଲରେ ବାପା ମା’ଙ୍କ ଆସିବା ବାଟକୁ ଅନେଇ ବସିଥିବ । କିନ୍ତୁ ଏପଟେ ବାପା ମା’ ଙ୍କର ସଡ଼କ ଦୁର୍ଘ-ଟଣାରେ ପ୍ରାଣବାୟୁ ଉଡ଼ି ଯାଇଥିବ । ଠିକ ସମାନ ପରିସ୍ଥିତି ହିଁ ଘଟିଛି ଅନୁଗୁଳରେ । ଅନୁଗୁଳ ହାଇସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା ନିଳାମ୍ବର ବେହେରାଙ୍କୁ ତାଙ୍କ ବାପା ମା ଗତକାଲି ଦେଖା କରିବାକୁ ଆସୁଥିବା ସମୟରେ ହିଁ ସଡ଼କ ଦୁର୍ଘ-ଟଣାରେ ଉଭୟେ ପ୍ରା-ଣ ହରାଇଛନ୍ତି ।

ସୂଚନା ଅନୁଯାୟୀ ନିଳାମ୍ବର ବେହେରା ଅନୁଗୁଳ ହାଇସ୍କୁଲ ଠାରୁ ଅଳ୍ପ ଦୂରରେ ବିବେକାନନ୍ଦ ହଷ୍ଟେଲରେ ରହୁଥିଲେ । ଆଉ ଅନୁଗୁଳ ବ୍ଲକ ବନ୍ତଳା ଥା-ନା ଅନ୍ତର୍ଗତ ଗୁରୁଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଏବଂ ତାଙ୍କ ସ୍ତ୍ରୀ ମମତା ବେହେରା ଗତକାଲି ପୁଅକୁ ହଷ୍ଟେଲକୁ ଦେଖା କରିବାକୁ ଯାଉଥିଲେ । ଆଉ ଅନୁଗୁଳ ଠାରୁ ଅଳ୍ପ ଦୂରରେ ୫୫ ନମ୍ବର ଜାତୀୟ ରାଜପଥରେ ଅପରାହ୍ଣ ସାଢ଼େ ତିନି ସମୟରେ ଏକ ଟ୍ରକ ତଳେ ଚାପି ହୋଇ ଯାଇଥିଲେ ।

ସୁସୁଡ଼ାରେ ପୁଅ ହଷ୍ଟେଲରେ ସବୁଥର ଭଳି ବାପା ମା’ର ଆସିବା ବାଟକୁ ଅନେଇ ବସିଥାଏ । କିନ୍ତୁ ଏଥର ବାପା ମା’ ପୁଅ ପାଖକୁ ଯାଇ ପାରିଲେନି । କହୁରଖିବୁ ଯେ ଅକ୍ଷୟ ଅନୁଗୁଳର ଏକ କାରଖାନାରେ ହାଇଡ୍ରା ଅପରେଟର ଥିବାବେଳେ ମମତା ପଞ୍ଚାୟତରେ କୌଣସି କାର୍ଯ୍ୟରେ ନିୟୋଜିତ ଥିଲେ ।

ସବୁ ଥର ଭଳି ରବିବାର ଥିବାରୁ ଉଭୟେ ପୁଅକୁ ଦେଖା କରି କିଛି ଖାଇବା ଜିନିଷ ଦେବେ ବୋଲି ଭାବିଥିଲେ । ପରେ ଉଭୟେ କୁଆଡ଼େ ନିଜ ମମତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଘର ବାଳୁଅକଟାକୁ ଯାଇଥାନ୍ତେ । କିନ୍ତୁ କିଏ ଜାଣିଥିଲା ଯେ ମୃ-ତ୍ୟୁ ଏଭଳି ଆସିବ ଏବଂ ସବୁକିଛି ଛାରଖାର କରିଦେବ । ତେବେ ଗତକାଲିର ଘ-ଟଣା ଏହା ଥିଲେ ଯେ ଉଭୟେ ବଡ଼କେରାରୁ ଅନୁଗୁଳ ଅଭିମୁଖେ ଯାଉଥିବା ସମୟରେ ଆଗରେ ଗୋଟିଏ ଟ୍ରକ ଏବଂ ପଛରେ ଗୋଟିଏ ଟ୍ରକ ରହିଥିଲା ।

ପଛ ଟ୍ରକ ଖୁବ ଦ୍ରୁତ ଗତିରେ ଥିବାରୁ ତାହା ବାଇକ ଉପରେ ଚଢ଼ି ଯାଇଥିଲା । ଯେଉଁ କାରଣରୁ ଘଟ-ଣାସ୍ଥଳରେ ହିଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ଏହି ମାମ-ଲା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାରୁ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ଯାଇ ଯାତାୟାତ ସ୍ୱାଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *