ଭଗବାନଙ୍କ ଚମତ୍କାର , ଗୁଡି ଚୋ-ରି କରିବାକୁ ଆସିଥିବା ଏକ ପିଲା ଉପରେ ଛାତ ଉପରୁ ପଡିଲା ଆଉ ଏକ ପିଲା

କୁହାଯାଏ ବିଧିର ବିଧାନ କେ କରିବ ଆନ । ଏଭଳି ଢଗ ଆମେ ପିଲାଟି ବେଳରୁ ଆମ ଜେଜେ ମା , ଜେଜେ ବାପାଙ୍କ ଠାରୁ ଶୁଣି ଆସିଥିବା । ତେବେ ଏହାର ଅର୍ଥ ବିଷୟରେ କହିବାକୁ ଗଲେ , ଯାହା ଭାଗ୍ୟରେ ଥାଏ , ତାକୁ କେହି ମଧ୍ୟ ଟାଳି ପାରନ୍ତି ନାହିଁ । ଯାହା ହେବାରେ ଥାଏ , ତାହା ନିଶ୍ଚିତ ଭାବରେ ହୋଇଥାଏ । କିନ୍ତୁ ବେଳେବେଳେ ଏହାର ଓଲଟା ହୋଇଥାଏ , ହଠାତ ମ-ରୁ ମ-ରୁ ଜୀବନ ବଞ୍ଚି ଯାଇଥାଏ କିମ୍ବା ଯାହାର ହେବାର ଥାଏ , ତାହା ହୋଇନଥାଏ । ବେଳେବେଳେ ମଣିଷ ମୃ-ତ୍ୟୁ ମୁଖରୁ ମଧ୍ୟ ବଞ୍ଚି ଆସିଥାଏ

ତେବେ ଏ ସବୁ ପଛରେ ଜଣଙ୍କର ହାତ ରହିଛି ଆଉ ସେ ହେଉଛନ୍ତି ଜଗତକର୍ତା , ପରମକର୍ତା ଈଶ୍ୱର । କୁହାଯାଏ ତାଙ୍କ ବିନା ଈଶାରାରେ ଗଛର ଗୋଟିଏ ପତ୍ର ବି ହଲି ନଥାଏ । ଅନ୍ୟପକ୍ଷରେ ଆମ ସହ କିଛି ଖରାପ ହେଲେ , ଆମେ ସାଙ୍ଗେ ସାଙ୍ଗେ ଭାଗ୍ୟକୁ ଦୋ-ଷ ଦେବାକୁ ପଛାଇ ନଥାଉ । କିନ୍ତୁ ବେଳେବେଳେ ଏଭଳି ହୋଇଥାଏ କି , ଏହି ଭାଗ୍ୟର ଭରସାରେ ଲୋକମାନଙ୍କର ଜୀବନ ମଧ୍ୟ ବଞ୍ଚି ଯାଇଥାଏ । ତେବେ ଆମେ ସମସ୍ତେ ଜାଣିଥିବା ଯେ , ବର୍ତ୍ତମାନର ଦୁନିଆଁର ସୋସିଆଲ ମିଡିଆ ଏକମାତ୍ର ମାଧ୍ୟମ ଯାହା ମାଧ୍ୟମରେ ଆମେ ଦେଶ ବିଦେଶର ସମସ୍ତ ଖବରକୁ ଗୋଟିଏ ମିନିଟ ମଧ୍ୟରେ ପାଇ ଯାଇଥାଉ ।

ଘରେ ବସି ବସି ଆମେ ବହୁତ କଥା ଜାଣିଥାଉ । ତେବେ ଏହି ସୋସିଆଲ ମିଡ଼ିଆରେ ଅନେକ ଖବର ଭାଇରାଲ ମଧ୍ୟ ହୋଇଥାଏ । ଯାହାକୁ ଲୋକେ ବହୁ ମାତ୍ରାରେ ଦେଖିଥାନ୍ତି ଆଉ ଭଲ ପାଇବା ଦେଇଥାନ୍ତି । ତେବେ ନିକଟରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଥିଲା , ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଆଉ ଯାହାକୁ ଦେଖି ଆପଣ ସମସ୍ତେ କହିବେ ଯେ , ହଁ ଏହା ଭଗବାନଙ୍କ ଚମତ୍କାର ଅଟେ । ତେବେ ଏହି ଭିଡିଓରେ ଦେଖା ଯାଇପାରିବ କି , ଗୋଟିଏ ପିଲା ଛାତ ଉପରୁ ତଳକୁ ପଡ଼ିବାକୁ ଯାଉଛି ଆଉ ସେହି ସମୟରେ ତଳେ ଗୋଟିଏ ପିଲା ଆସିଯାଉଛି । ଆଉ ପିଲାଟି ତା ଉପରେ ପଡିଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ତଳେ ଆସିଥିବା ପିଲାଟି ଅନ୍ୟ ପିଲାକୁ ବଞ୍ଚାଇବା ପାଇଁ ଆସିନଥିଲା ବରଂ ତଳେ ପଡିଥିବା ଗୁଡିକୁ ନେବାକୁ ଆସିଥିଲା ।

ତେବେ ସୂଚନା ମୁତାବିକ , ଗୋଟିଏ ପିଲା ଗଳି ବାଟ ଦେଇ ଯାଉଥିଲା । ଆଉ ସେହି ସମୟରେ ସେ ଦେଖିଲା କି ଛାତ ଉପରୁ ଗୋଟିଏ ଗୁଡି ତଳକୁ ପଡୁଅଛି । ତେଣୁ ସେ ଗୁଡିକୁ ଉଠାଇବା ପାଇଁ ଗୁଡି ଆଡ଼କୁ ଯାଉଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ସେହି ସମୟରେ ଛାତ ଉପରୁ ଗୋଟିଏ ପିଲା ମଧ୍ୟ ତଳେ ପଡ଼ିଗଲା । ତେବେ ପିଲାଟି ତଳେ ପଡିନଥିଲା ବରଂ ତଳେ ଥିବା ପିଲାର ଉପରେ ହିଁ ପଡିଗଲା । ତେବେ ଭଗବାନ ବି ବଡ଼ ଆଶ୍ଚର୍ଯ୍ୟକର । ଉପରୁ ପଡୁଥିବା ପିଲାକୁ ବଞ୍ଚାଇବା ପାଇଁ ତଳ ପିଲାକୁ ପଠାଇ ଦେଇଥିଲେ । ତେବେ ଏହି ଭିଡିଓଟି ମାତ୍ର ୧୮ ସେକେଣ୍ଡର ଅଟେ କିନ୍ତୁ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି ।

ଏହି ଭିଡିଓକୁ ରାଜନିତ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡ଼ିଓଟିକୁ ସେୟାର କରି ସେ ଲେଖିଛନ୍ତି କି , ଏହା ଭଗବାନଙ୍କର ଚମତ୍କାରିତା ଅଟେ । ଭଗବାନଙ୍କର ଇଚ୍ଛା ବିରୁ-ଦ୍ଧରେ କିଛି ମଧ୍ୟ ହୋଇପାରିବ ନାହିଁ । ସେଥିପାଇଁ ଉପରୁ ପଡିଯାଉଥିବା ପିଲାକୁ ବଞ୍ଚାଇବା ପାଇଁ ସେ ତଳ ପିଲାକୁ ପଠାଇଥିଲେ । ଭିଡିଓଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ । ଏହାକୁ ଦେଖି ସାରିବା ପରେ ହିଁ ଆପଣ ଅନୁଭବ କରିପାରିବେ । ତେବେ ଏହି ଭିଡିଓକୁ ଦେଖି ଲୋକେ ବହୁମାତ୍ରାରେ କମେଣ୍ଟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *