ଅନଟ୍ୟାଲେଣ୍ଟେଡ଼ ଗାୟକୁ ଏଭଳି ଉପଦେଶ ଦେଲେ ଓଡ଼ିଆ ଭାଇନା । କହିଲେ ” ସାନଭାଇ ଆଗ ଟିକେ କଣ୍ଟ୍ରୋଲ କର…….. “

ଅନଟ୍ୟାଲେଣ୍ଟେଡ଼ ଗାୟ ଅର୍ଥାତ ଉଦିତ ମାମଲା ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚିତ । କାରଣ ରାଗରେ ଅନଟ୍ୟାଲେଣ୍ଟେଡ଼ ଗାୟ ଜଣଙ୍କ ଉପରକୁ ଗୁ-ଳି ମା-ଡ଼ କରିବା ପରେ ଏଭଳି ଅନେକ ତଥ୍ୟ , ଲୋକଙ୍କ ମନ୍ତବ୍ୟ ସାମ୍ନାକୁ ଆସୁଛି ତାହା ବାସ୍ତବରେ ନିନ୍ଦ-ନୀୟ ଅଟେ । ଏହି ମାମ-ଲା ପରେ ତାଙ୍କର କିଛି ପ୍ରଶଂସକ ଏବଂ ବିରୋ-ଧୀ ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି । ହୁଏତ ଏହି ମାମ-ଲାରେ ଉଦିତ ଜେଲ ଯାଇ ଥାଇପାରନ୍ତି କିନ୍ତୁ ଏବେବି ତାଙ୍କର ଅନେକ ପ୍ରଶଂସକ ତାଙ୍କ ସପକ୍ଷରେ ଅଛନ୍ତି । କେହି କହୁଛି ଗୋଟିଏ ହାତରେ କେବେ ତାଳି ବାଜେନି । ଆଉ କିଏ କହୁଛି ଯେମିତି କର୍ମ କରିଥିଲା ସେମିତି ଫଳ ପାଇଲା ।

କହି ରଖିବୁ ଯେ ଏହି ମାମ-ଲା ପରେ ପରେ ଲୋକେ ସବୁଠାରୁ ଅଧିକ ଟା-ର୍ଗେଟ କରିଥିଲେ ଓଡ଼ିଆ ରୋଷ୍ଟର ମାନଙ୍କୁ । ସେଥିରୁ କେହିବି ବାଦ ଯାଇ ନାହାଁନ୍ତି । ପୁଣି ସେମାନଙ୍କ ପ୍ରତି-କ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ଆଉ ଜଣେ ରୋଷ୍ଟର ଭାବରେ ପରିଚିତ ଓଡ଼ିଆ ଭାଇନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଅନଟ୍ୟାଲେଣ୍ଟେଡ଼ ଗାୟ ମାମ-ଲା ପରେ ପରେ ତାଙ୍କ ଭିଡ଼ିଓରେ ଅନେକ ୟୁଜର କମେଣ୍ଟ କରିଥିଲେ ଯେ ଏହା ପରେ ତାଙ୍କର ପାଳି । ଯାହାକୁ ନେଇ ସେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା କଥା ଯେ ଭୁଲ ସବୁବେଳେ ଭୁଲ ହୋଇଥାଏ । ଅନଟ୍ୟାଲେଣ୍ଟେଡ଼ ଗାୟ ଅର୍ଥାତ ଉଦିତ ବେଶ ଲୋକପ୍ରିୟ ହୋଇ ଯାଇଥିଲା ଏବଂ କ୍ୟାରିଅର କହିବାକୁ ଗଲେ ୟୁଟ୍ୟୁବ ଏମିତିକି ଅନେକ ମ୍ୟୁଜିକ ଭିଡ଼ିଓରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା ।

ଆଉ ସେତେବେଳେ ସମସ୍ତେ ତାଙ୍କୁ ଜଣେ ଆଦର୍ଶ ଭାବରେ ନେଉଥିଲେ ଏବଂ ତାଙ୍କ ସଫଳତାର କାହାଣୀ କହୁଥିଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ ସେ ଏତେ ବଡ଼ ଭୁଲ କରି ଦେଇଛନ୍ତି ସେତେବେଳେ ଲୋକେ ପୂର୍ବରୁ ତାଙ୍କ କାମ ପାଇଁ ତାଙ୍କୁ ନି-ନ୍ଦା କରୁଛନ୍ତି । ଅର୍ଥାତ ଓଡ଼ିଆ ଭାଇନାଙ୍କ କହିବା ଅନୁଯାୟୀ ପୂର୍ବରୁ ଉଦିତ ଅ-ଶ୍ଳୀଳ ଭାଷା କହୁଥିଲା । କିନ୍ତୁ ସେତେବେଳେ ତାଙ୍କର କେହି ବି-ରୋଧୀ ନଥିଲେ ।

ମାତ୍ର ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଯେତେବେଳେ ତାଙ୍କ ଦ୍ୱାରା ଏତେ ବଡ଼ ଭୁଲ ହୋଇ ଯାଇଛି ସେତେବେଳେ ସେ ଅ-ଶ୍ଳୀଳ ଭାଷା କହିବାକୁ ନି-ନ୍ଦା କରାଯାଇଛି । ଆଉ ଏହା ସତ୍ତ୍ୱେବି ସେ ଉଦିତକୁ କହିଛନ୍ତି ଯେ ନିଜର ରା-ଗ କଣ୍ଟ୍ରୋଲ କରିବା ପାଇଁ ଏବଂ ଭୁଲକୁ ଅନୁତାପ କରି ସୁଧୁରୀଯିବା ପାଇଁ ।

Leave a Reply

Your email address will not be published. Required fields are marked *