ପରୀକ୍ଷାରେ ୮୭% ମାର୍କ ରଖି ମଧ୍ୟ ଖୁସି ହେଲେ ନାହିଁ ଛାତ୍ରୀ , ଜୀବନ ହାରିବା ପାଇଁ କରୁଥିଲେ ଉଦ୍ୟମ

ଆପଣ ମାନେ ଜାଣି ସାରିଥିବେ କି , ଗତକାଲି ସାରା ଓଡ଼ିଶାରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ହୋଇ ସାରିଛି । ଏ ବର୍ଷର ପରୀକ୍ଷା ଫଳ ମଧ୍ୟ ବହୁତ ଭଲ ହୋଇଛି । ପାସ୍ ହାର ବିଷୟରେ କହିବାକୁ ଗଲେ , ଝିଅ ମାନେ ପୁଅ ମାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି ଆଉ ସବୁଥର ଭଳି ଏଥର ମଧ୍ୟ ବାଜି ମା-ରି ନେଇଛନ୍ତି । ତେବେ ଏ ସବୁ ମଧ୍ୟରେ କିଛି ପିଲା ନିଜ ରେଜଲ୍ଟ ପାଇଁ ଖୁସି ଥିବା ବେଳେ ଆଉ କିଛି ପିଲା ମଧ୍ୟ ଦୁଃଖୀ ନିଶ୍ଚିତ ଭାବରେ ରହିଥିବେ ।

କାହିଁକି ନା ଆଶାତୀତ ଫଳ ମଣିଷକୁ ନ ମିଳିଲେ ମଣିଷ ଦୁଃଖ ପ୍ରକାଶ କରିଥାଏ । ଅନ୍ୟ ପକ୍ଷରେ କିଛି ପିଲାଙ୍କର ପରିବାରର ଚାପ ରହି ଥାଇପାରେ , ଯାହା ଦ୍ଵାରା ସେମାନେ ଚାପଗ୍ରସ୍ତ ହୋଇ ଅଧିକ ମାର୍କ ରଖିବା ପାଇଁ ଚେଷ୍ଟା କରିଥିବେ । ତେବେ ଏହାରି ମଧ୍ୟରେ ଗତକାଲି ଏପରି ଏକ ଘ-ଟଣା ଘଟି ଯାଇଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ଛାତ୍ରୀ ନିଜ ମାର୍କରେ ସନ୍ତୁଷ୍ଟ ନ ହୋଇ ଆ-ତ୍ମହ-ତ୍ୟା କରିବା ପାଇଁ ଆଗେଇ ଆସିଥିଲେ । କିନ୍ତୁ ଅଳ୍ପକେ ବର୍ତି ଯାଇଥିଲେ ସେ ।

ତେବେ ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି , କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ତେବେ ଏହି ଅଞ୍ଚଳର ଅଙ୍କିତା ମହାନ୍ତି ନାମକ ଜଣେ ଛାତ୍ରୀ ଏକ ଘରୋଇ କଲେଜରେ ପାଠ ପଢୁଥିଲେ । ଗତକାଲି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ଜାଣିବାକୁ ପାଇଥିଲେ କି , ତାଙ୍କର ୮୭ ପ୍ରତିଶତ ମାର୍କ ରହିଛି । ଯାହାପରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ ଆଉ କଣ କରିବେ ବୋଲି ଭାବି ପାରି ନଥିଲେ । ବୋଧହୁଏ ତାଙ୍କର ଆହୁରି ଅଧିକ ମାର୍କ ରଖିବା ପାଇଁ ଇଚ୍ଛା ଥିଲା । ତେବେ ସେ ଯାହା ବି ହେଉ , ଏହା ପରେ ସେ ପାଖରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇ ଡିଆଁ ମା-ରି ଦେଇଥିଲେ ।

ତେବେ ଭାଗ୍ୟବଶତ ପରିବାର ଲୋକ ଏହି କଥା ଜାଣି ପାରିଥିଲେ ଆଉ ତାଙ୍କୁ ଯାଇ ସଠିକ୍ ସମୟରେ ସେଠାରୁ ଉ-ଦ୍ଧାର କରିଥିଲେ । ତେବେ ତାଙ୍କୁ ବର୍ତ୍ତମାନ ସମୟରେ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ତାଙ୍କର ଅବସ୍ଥା ସ୍ଵାଭାବିକ ରହିଛି ବୋଲି କୁହା ଯାଉଛି । ତେବେ ଏହାରି ମଧ୍ୟରେ ପ୍ରଶ୍ନ ଉଠିଛି କି , କାହିଁକି ଛାତ୍ରୀ ଜଣକ ଆ-ତ୍ମହ-ତ୍ୟା କରିବା ପାଇଁ ଆଗେଇ ଯାଇଥିଲେ । କଣ ତାଙ୍କ ଉପରେ ପରିବାର ଲୋକଙ୍କ ଚାପ ରହିଥିଲା , ଯାହା ଫଳରେ ସେ ଏପରି କରିବାକୁ ବାଧ୍ୟ ହେଲେ । ଯେଉଁଠି ପିଲା ପାସ୍ ହୋଇ ପାରୁ ନାହାଁନ୍ତି , ସେଠାରେ ପିଲା ଏତେ ମାର୍କ ରଖିବା ପରେ ମଧ୍ୟ କାହିଁକି ପରିବାର ଲୋକ ଖୁସି ହେଉ ନାହାନ୍ତି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ସେ ଏପରି ପଦକ୍ଷେପ ନେଲେ , ତାହା ତ ସମୟ କହିବ ।

Leave a Reply

Your email address will not be published. Required fields are marked *