ଆଉ ଖରା ବର୍ଷାକୁ ଡରିବା ପାଇଁ ନାହିଁ ଆବଶ୍ୟକତା , ରାଜ୍ୟ ସରକାର ଯୋଗାଇ ଦେବେ ସ୍ୱପ୍ନର ଘର

ଗରିବ ଲୋକ ମାନଙ୍କ ପାଇଁ କୁଡ଼ିଆ ଘର ହିଁ ତାଙ୍କ ସ୍ୱପ୍ନର ଘର ହୋଇଥାଏ । ଖରା ହେଉ କି ବର୍ଷା କି ଶୀତ ସମସ୍ତ ପରିସ୍ଥିତିରେ ସେମାନେ ସେହି ଘର ମଧ୍ୟରେ ରହିବା ପାଇଁ ବାଧ୍ୟ ହୋଇଥାନ୍ତି । ଆଉ କାହାକୁ କିଛି କହି ପାରି ନଥାନ୍ତି । କିନ୍ତୁ ସେହି ମାନଙ୍କୁ ଆଉ ଭୟ କରିବାର ଆବଶ୍ୟକତା ନାହିଁ । କାହିଁକି ନା ରାଜ୍ୟ ସରକାର ସେମାନଙ୍କ ପାଇଁ “ମୋ ଘର” ଯୋଜନା ଆରମ୍ଭ କରିଛନ୍ତି , ଯେଉଁଥିରେ ରାଜ୍ୟ ସରକାର ଘର ନିର୍ମାଣ କରିବା ପାଇଁ କିମ୍ବା ମରାମତି କରିବା ପାଇଁ ଯୋଗାଇ ଦେବେ ଆର୍ଥିକ ସହାୟତା ।

ତେବେ ଆସନ୍ତୁ ଜାଣିବା ରାଜ୍ୟ ସରକାର କେତେ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ । ସୂଚନା ଅନୁଯାୟୀ , ଏଥିପାଇଁ କିଛି ନିୟମ ରହିଛି , ଯଦି ଗୋଟିଏ ପରିବାର ଘରର ଗୋଟିଏ ଛାତ ବିଶିଷ୍ଟ ଘରେ କିମ୍ବା କଚ୍ଚା ଘରେ ରହୁଥିବ ତେବେ ସେମାନଙ୍କୁ ହିଁ ମୋ ଘର ଯୋଜନାର ଲାଭ ମିଳି ପାରିବ । ଏହା ବ୍ୟତୀତ ପରିବାର ଲୋକଙ୍କୁ ଆଗରୁ କେବେ ଆର୍ଥିକ ସହାୟତା କିମ୍ବା ୭୦ ହଜାର ଟଙ୍କାରୁ କମ ଆର୍ଥିକ ସହାୟତା ମିଳିଥିବ , ତେବେ ସେମାନଙ୍କୁ ହିଁ ମିଳିବ ମୋ ଘର । ଏହା ବ୍ୟତୀତ ପରିବାରରେ କେହି ସରକାରୀ ଚାକିରୀ କରି ନଥିବେ , ଯଦି ଚାରି ଚକିଆ ଯାନ ବ୍ୟବହାର କରୁ ନଥିବେ କିମ୍ବା ମାସିକ ଆୟ ୨୫ ହଜାର ଟଙ୍କାରୁ କମ ହୋଇଥିବ ଏବଂ ପାଞ୍ଚ ଏକର ଜମିରୁ କମ ଜମି ହୋଇଥିବ ସେମାନଙ୍କୁ ହିଁ ମୋ ଘର ମିଳିବ ।

ତେବେ ଏଥିରେ କେତେ ଟଙ୍କା ମିଳିବ :-

ମିଳିଥିବା ସୂଚନା ଅନୁଯାୟୀ , ଏଥିରେ ସର୍ବାଧିକ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳିବ । ଏଥିରେ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବା ପାଇଁ ବ୍ୟବସ୍ଥା ରହିଛି । ଏଥିରେ ସାଧାରଣ ଲୋକ ମାନଙ୍କୁ ୩୦ ଆଉ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ୪୦ ହଜାର ଟଙ୍କାର ସବସିଡି ମିଳିବ । ଜଣେ ହିତାଧିକାରୀ ଏକା ଥରକେ ଏକ ଲକ୍ଷ , ଦେଢ଼ ଲକ୍ଷ କିମ୍ବା ତିନି ଲକ୍ଷ ପର୍ଯ୍ୟନ୍ତ ଋଣ ପାଇ ପାରିବେ । ଦେଢ଼ ଲକ୍ଷରେ ୪୫ ରୁ ୫୫ ହଜାର ଏବଂ ଦୁଇରୁ ତିନି ଲକ୍ଷରେ ୬୦ ରୁ ୭୦ ହଜାର ସବସିଡି ପାଇବେ । ପ୍ରଥମ ବର୍ଷକୁ ଛାଡି ଦେଇ ଆଉ ବାକି ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ପଡ଼ିବ ।

ଏହି ଯୋଜନାରେ ପୁର୍ବରୁ କିଛି ବି ଯୋଜନାରେ ଉପକୃତ ହୋଇ ନଥିବା ଲୋକଙ୍କୁ ବିଦ୍ୟୁତ୍ ଯୋଗାଣ ଏବଂ ପାନୀୟ ଯୋଗାଣ ଭଳି ଅନ୍ୟ ଯୋଜନାରେ ସାମିଲ କରାଯିବ । ୪ ଲକ୍ଷ ଲୋକଙ୍କ ପାଇଁ ୨୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି ।

ତେବେ କେମିତି କରିବେ ମୋ ଘର ଯୋଜନାରେ ଆବେଦନ :-

ଏଥିପାଇଁ ଏକ ଅଫିସିଆଲ୍ ୱେବସାଇଟ ରହିଛି । ସେଠାର ଯାଇ ଆପଣ rhodishamoghara.nic.in ରେ କ୍ଲିକ କରିବେ । ଜୁନ ୧୬ ତାରିଖରୁ ଆବେଦନ ଆରମ୍ଭ ହେବ। ଆବେଦନ ସମୟରେ ପାସପୋର୍ଟ ସାଇଜ ଫୋଟ , ଜାତି ପ୍ରମାଣ ପତ୍ର , ଜମି ପ୍ରମାଣ ପତ୍ର , ଆଧାର କାର୍ଡ , ଆୟ ପ୍ରମାଣ ପତ୍ରର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *