ପୁଣି ଭାଇରାଲ୍ ହେଲା ଟୁଙ୍ଗୁରୁ ଭୋଳଙ୍କ ଯାତ୍ରା ଭିଡ଼ିଓ, ଯାତ୍ରା ମଞ୍ଚଟ ଭାଷଣ ଦେଲେ ଟୁଙ୍ଗୁରୁ।

ଗତ ବର୍ଷ ଟୁଙ୍ଗୁରୁ ଭୋଳ ଓଡ଼ିଶାର ଚର୍ଚ୍ଚିତ ଚେହେରା ଥିଲେ। ଗାଁ ହେଉ କି ସହର ସବୁ ଆଡେ କେବଳ ଟୁଙ୍ଗୁରୁର ଚର୍ଚ୍ଚା। କିଛିଦିନ ମଧ୍ୟରେ ଟୁଙ୍ଗୁରୁ ଭୋଳ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରିବାରେ ଲାଗିଲା। ସେଥିପାଇଁ ଆପଣ ମାନେ ଯେଉଁ ନ୍ୟୁଜ୍ ଚ୍ୟାନେଲ ଏବଂ ସୋସିଆଲ ମିଡ଼ିଆରେ ଦେଖିବେ ସବୁଠି ଟୁଙ୍ଗୁରୁ ଆଉ ବର୍ଷା।

ସୋସିଆଲ ମିଡିଆରେ ଫେମସ୍ ହେବା ପରେ ଟୁଙ୍ଗୁରୁ ଅଟୋ ଡ୍ରାଇଭରରୁ ପୁରା ସେଲିବ୍ରେଟି ବନିଗଲା। ବର୍ଷାଙ୍କ ସହ ଘଟିଥିବା ଅନୈତିକ ପ୍ରେମ କାହାଣୀରୁ ସାଧାରଣ ଲୋକେ ଟୁଙ୍ଗୁରୁଙ୍କୁ ଜାଣିଥିଲେ କିନ୍ତୁ ଏବେ ସେ ନିଜକୁ ଗୋଟେ ସେଲିବ୍ରେଟି ଭାବୁଛି। ସେ ସବୁ ଆଡେ କହି ବୁଲୁଛି କରିବ ଖେଳ ଟୁଙ୍ଗୁରୁ ଭୋଳ। ଗତ କିଛି ଦିନ ହେବ ପୁଣି ଟୁଙ୍ଗୁରୁର ଗୋଟେ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁ ଭିଡିଓ ରେ ଟୁଙ୍ଗୁରୁ ଗୋଟେ ଯାତ୍ରା ମଞ୍ଚରେ ଚଢି ଭାଷଣ ଦେଉଛନ୍ତି କରିବ ଖେଳ ଟୁଙ୍ଗୁରୁ ଭୋଳ କଣ ସବୁ ଭଲରେ ଅଛନ୍ତି ତ।

ଟୁଙ୍ଗୁରୁ ଭୋଳ ଯେଉଁ ଖରାପ୍ କାମ କରି ଜେଲ ଯିବାକୁ ବସିଥିଲା ଏବଂ ଯାହା ପାଇଁ ସେ ଅଟେ ଫେମସ୍ ହେଇଗଲା ଯଦି ଏମିତି କିଛି ଜଣେ ସାଧାରଣ ଲୋକ ଜୀବନରେ ଘଟି ଥାଆନ୍ତା ତେବେ ସେ ମିଡ଼ିଆ ସାମ୍ନା ରେ କଥା କହିବା ତ ଦୂରର କଥା ସେ ନିଜ କାମ ପାଇଁ ଘରୁ ବାହାରି ପରି ନଥାନ୍ତା। କିନ୍ତୁ ଏତେ ଖରାପ୍ କାମ କରି ମଧ୍ୟ ଟୁଙ୍ଗୁରୁ ଭୋଳ ମୁହଁରେ ଟିକେ ଲଜ୍ୟ ନାହିଁ ସେ ନିଜକୁ ଗୋଟେ ସେଲିବ୍ରେଟି ବୋଲି ଭାବୁଛି।

ସେ ନିଜକୁ ଗୋଟେ ସେଲିବ୍ରେଟି ବୋଲି ଭାବିବାରେ ସବୁଠୁ ବଡ଼ କାରଣ ହେଲା ଆମ ମିଡ଼ିଆ ଏବଂ ଓଡ଼ିଶା ବାସୀ ଯେଉଁମାନେ ତାକୁ ଏତେ ଆଗକୁ ବଢିବାରେ ସୁଯୋଗ ଦେଇଛନ୍ତି। ସବୁବେଳେ ସୋସିଆଲ ମିଡ଼ିଆରେ ଟୁଙ୍ଗୁରୁ ଭୋଳର ଭିଡିଓ ସେୟାର କରିବା ତା ବିଷୟରେ କମେଣ୍ଟ କରିବା ମ୍ୟୁଜିକ୍ ଭିଡ଼ିଓ କରିବା ସବୁବେଳେ ନ୍ୟୁଜରେ ଦେଖେଇବା ଏମିତି କିଛି କରିବା ଦ୍ଵାରା ସେ ନିଜକୁ ଗୋଟେ ସେଲିବ୍ରେଟି ବୋଲି ଭାବୁଛି।

Leave a Reply

Your email address will not be published. Required fields are marked *