ଜୀବନର ଅଧା ବାଟରେ ସ୍ତ୍ରୀ ଛାଡି ଦେଲା ହାତ , ପୁଅ ଝିଅ ଆଖିରେ ଦୁନିଆଁ ଦେଖିଛି

କାହା ଜୀବନରେ କେତେବେଳେ ଯେ ଦୁଃ-ଖ ଆସିବ ସେ କଥା କାହାକୁ ବି ଜଣା ନଥାଏ । କିଏ କେତେ ଖୁସିରେ ବଞ୍ଚି ରହୁଥିଲେ ମଧ୍ୟ ହଠାତ୍ ଏପରି କିଛି ଘଟ-ଣା ଜୀବନରେ ଘଟିଯାଏ , ଯେଉଁଥି ପାଇଁ ମଣିଷ ପୁରାପୁରି ଭାଙ୍ଗି ପଡ଼ିଥାଏ । ଆଉ ଶେଷରେ ନିଜ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଥାଏ । ତେବେ ଏହାରି ମଧ୍ୟରେ ତାକୁ ସାହାଯ୍ୟ କରିବା ପାଇଁ କିଛି ଲୋକ ଆଗେଇ ଆସିଥାନ୍ତି , ଯେଉଁ ମାନେ ତାର ସାହାରା ପାଲଟି ଯାଇଥାନ୍ତି । ତେବେ ଏପରି କିଛି ଘ-ଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଆଖିରୁ ବି ଲୁ-ହ ଆସିଯିବ ।

ତେବେ ଆମେ କହୁଛୁ ଭୁବନେଶ୍ୱରରେ ରହୁଥିବା ଅସହାୟ ଏବଂ ଦି-ବ୍ୟାଙ୍ଗ ବ୍ୟକ୍ତି ହରିଶ ବେହେରାଙ୍କ ବିଷୟରେ । ୨୦୧୩ ମସିହା ଠାରୁ ସେ ଭୁବନେଶ୍ଵରରେ ରହି ଆସୁଛନ୍ତି । କିନ୍ତୁ ସୂଚନା ଅନୁଯାୟୀ , ଘର ତାଙ୍କର ବ୍ରହ୍ମପୁର ସହରରେ । ଆହୁରି ମଧ୍ୟ ସେ ଖଲ୍ଲିକୋଟ କଲେଜରେ ସେ ଯୁକ୍ତ ତିନି ପାଠ୍ୟ କ୍ରମ ସାରିଛନ୍ତି । କିନ୍ତୁ ପରିସ୍ଥିତି ଏପରି କିଛି ଖରାପ ପଡ଼ିଲା ସେ କାମ କରିବା ପାଇଁ ବାହାରକୁ ବାହାରି ଆସିଥିଲେ ।

୧୯୯୯ ମସିହାର ବାତ୍ୟା ତାଙ୍କ ଜୀବନ ବଦଳାଇ ଦେଇଥିଲା ଆଉ ସେ କାମ କରିବା ପାଇଁ ନିଜ ସାଙ୍ଗ ସାଥି ମାନଙ୍କ ସହିତ ୨୦୧୩ ମସିହାରେ ଭୁବନେଶ୍ୱର ଆସି ଯାଇଥିଲେ । ତେବେ ଏଠାରେ ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଆଉ ଦୁଇ ପୁଇ ଏବଂ ଝିଅ ଥିଲେ । ତେବେ କଷ୍ଟ ଦୁଃ-ଖରେ ହରିଶଙ୍କ ପରିବାର ଚଳି ଯାଉଥିଲା । କିନ୍ତୁ ହଠାତ୍ ଆଉ ଏକ ଦୁଃ-ଖ ତାଙ୍କ ଜୀବନରେ ମା-ଡ଼ି ଆସିଥିଲା ।

କାମ କରୁଥିବା ସମୟରେ ଏକ ପାହାଚ ଆସି ତାଙ୍କ ଗୋଡ ଉପରେ ପଡ଼ି ଯାଇଥିଲା ଆଉ ଯାହା ପରେ ସେ ଶ-ଯ୍ୟାଶା-ୟୀ ହୋଇ ଯାଇଥିଲେ । ଦୀର୍ଘ ଦେଢ଼ ବର୍ଷ ଡାକ୍ତରଖାନାରେ ରହିବା ପରେ ତାଙ୍କ ଗୋଡ ମଧ୍ୟ କ-ଟା ହୋଇଥିଲା। ତେବେ ଏହାରି ମଧ୍ୟରେ ତାଙ୍କ ସ୍ତ୍ରୀ ତାଙ୍କୁ ଟିକିଏ ଦେଖିବା ପାଇଁ ଆସି ନଥିଲେ ଆଉ ତାଙ୍କ ପୁଅ ଝିଅ ହିଁ ତାଙ୍କ ଦୁଇ ଆଖିର ତାରା ଥିଲେ ।

ତେବେ ସମୟ ଗଡିବା ସହିତ ତାଙ୍କ ସ୍ତ୍ରୀଙ୍କ ସହିତ ସେ ଛା-ଡପ-ତ୍ର ଦେଇଥିଲେ ଆଉ ପୁଅ ଝିଅ ମଧ୍ୟ ବାପାଙ୍କ ପାଖରେ ରହିବା ପାଇଁ ରାଜି ହୋଇଥିଲେ । ତେବେ ସେ ଯାହା ବି କଷ୍ଟରେ ଝିଅକୁ ବିବାହ କରାଇ ଦେଇଥିଲେ ହରିଶ ଆଉ ପୁଅ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ଏତେ ଅସହାୟ ପାଲଟି ଯାଇଛନ୍ତି ଯେ , ଖାଇବାକୁ ଗଣ୍ଡେ ଭଲ ଭାବରେ ପାଉ ନାହାନ୍ତି ।

ତେଣୁ ଏହାରି ମଧ୍ୟରେ ଜଣେ ବ୍ୟକ୍ତି ତାଙ୍କୁ ଅନେକ ବର୍ଷ ଧରି ସାହାଯ୍ୟ କରି ଆସୁଛନ୍ତି ଆଉ ସେ ହେଉଛନ୍ତି ସମାଜସେବୀ ରାଜବିର। ସବୁ ଦୁଃ-ଖ କ-ଷ୍ଟ ସମୟରେ ସେ ତାଙ୍କ ପାଖରେ ରହିଥାନ୍ତି ଆଉ ତାଙ୍କୁ ସାହାଯ୍ୟ କରି ଆସୁଛନ୍ତି । ସେ ତାଙ୍କ ପାଇଁ ଭଗବାନ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଆଜି ଯାଏଁ ତାଙ୍କୁ ସରକାରୀ ସହାୟତା ଆଦୌ ମିଳି ନାହିଁ । ମିଳିଥିଲେ ସେ ଗୋଟିଏ ପରିବା ଦୋକାନ ଖୋଲି ତାଙ୍କ ପେଟ ପୋଷି ପାରିଥାନ୍ତେ ।

କାହିଁକି ନା ଏବେ ଖାଲି ଭାତ ଆଉ ଆଳୁ ପୋଡାରେ ତାଙ୍କ ଜୀବନ ବିତି ଯାଉଛି ତେଣୁ ଟିକିଏ ରୋଜଗାର କରିଥିଲେ ତାଙ୍କ ପୁଅ ଟିକିଏ ଭଲରେ ବଞ୍ଚି ପାରିଥାନ୍ତା ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଗୁହାରି କରିଛନ୍ତି । କେବଳ ଏତିକି ନୁହେଁ , ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଲେ ଆଉ ତାଙ୍କୁ ଟିକିଏ ସାହାଯ୍ୟ କରିଲେ ସେ କିଛି କରି ପାରିଥାନ୍ତେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *