ଦିପିକାଙ୍କୁ ଏମିତି କହିଲେ ପ୍ରେମିକ , ସ୍ଵାମୀ ପାଖକୁ ଯାଇଥିଲେ ଆଉ ତୋତେ ….

ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିବା ପ୍ରେମ କାହାଣୀ ହେଉଛି ଦୀପିକା ଆଉ କମଳାକାନ୍ତଙ୍କର । କିଛି ଦିନ ଆଗରୁ ସୋସିଆଲ ମିଡିଆରେ ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଥିଲା । ସେମାନଙ୍କ ପ୍ରେମ ପାଇଁ ସମସ୍ତେ ତାଙ୍କୁ ଜାଣୁଥିଲେ । କିନ୍ତୁ ସେପଟେ ପ୍ରେମିକା ଥିଲେ ବିବାହିତା । ତିନି ବର୍ଷ ପୂର୍ବରୁ ବିବାହ କରି ନେଇଥିଲେ କିନ୍ତୁ ଏପଟେ ଭୁଲି ପାରୁ ନଥିଲେ ପୁରୁଣା ପ୍ରେମିକଙ୍କୁ ।

ପୁରୁଣା ପ୍ରେମିକଙ୍କ ସହିତ କଟାଇଥିବା ସମସ୍ତ ମୁହୂର୍ତ୍ତ ତାଙ୍କ ଆଖି ଆଗରେ ନାଚି ଯାଇଥିଲା ଆଉ ସେ ସବୁ ଭୁଲି ନିଜ ପ୍ରେମିକଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପଟେ ନିଜ ସ୍ଵାମୀ ମ-ରଣ ସହିତ ସଂ-ଘର୍ଷ କରୁଥିବା ସମୟରେ ସେପଟେ ସ୍ତ୍ରୀ ପ୍ରେମିକ ପାଖକୁ ବାହାରିବା ପାଇଁ ପ୍ରସ୍ତୁତି ଚଳାଇ ଥିଲା ।

ତେବେ ସେ ଯାହା ବି ହେଉ ଶେଷରେ ନିଜର ପୁରୁଣା ପ୍ରେମିକ ସହିତ ଭେଟ ହୋଇଥିଲା । ଆଉ ଦୁହେଁ ଦୁହିଁଙ୍କୁ ଅନେକ ଦିନ ପରେ ଦେଖା ହୋଇ ଫୁଲ ମାଳ ପକାଇଥିଲେ ଆଉ ଛାତିରେ ଲଗାଇ ଥିଲେ ଆଉ ମନ୍ଦିରରେ ବିବାହ ମଧ୍ୟ କରି ନେଇଥିଲେ । କେବେ ଏଇ ଦିନ ଆସିବ ସେମାନେ ଅପେକ୍ଷା କରି ରଖିଥିଲେ ଆଉ ଶେଷରେ ସେହି ଦିନ ଆସି ଯାଇଥିଲା , ଯାହାକୁ ସେମାନେ ଅପେକ୍ଷା କରିଥିଲେ ।

କିନ୍ତୁ ସେମାନଙ୍କର ଏହି ଖୁସି ବେଶୀ ଦିନ ପର୍ଯ୍ୟନ୍ତ ରହି ପାରି ନଥିଲା । ସେମାନଙ୍କୁ କିଛି ଦିନ ପରେ ଅଲଗା ହେବାକୁ ପଡ଼ିଥିଲା । କାହିଁକି ନା ଦିପିକାଙ୍କ ଘର ଲୋକ ତାଙ୍କୁ ନେଇ ଯାଇଥିଲେ ଆଉ କହି ଯାଇଥିଲେ କି , ସବୁକଥା ସମାଧାନ ହେବା ପରେ ଆମେ ତୁମ ମାନଙ୍କର ବିବାହ କରାଇ ଦେବୁ ।

ତେବେ ସେମାନଙ୍କ କଥାରେ ରାଜି ହୋଇ ଯାଇଥିଲେ କମଳାକାନ୍ତ ଆଉ ଛାଡି ଦେଇଥିଲେ ଦୀପିକାଙ୍କୁ । ତେବେ ଦୀପିକାଙ୍କ ସେହି ଯିବା ଦିନ ଠାରୁ ତାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି କମଳାକାନ୍ତ । ଆଉ ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଗରେ ମୁଁହ ଖୋଲିଛନ୍ତି କମଳାକାନ୍ତ । ତେବେ ସୂଚନା ଅନୁଯାୟୀ , ଜଳେଶ୍ଵର ବ୍ଲକ ଗୋପିମୋହନପୁର ପଞ୍ଚାୟତର ଛମୌଚ ଗ୍ରାମର କୁଞ୍ଜବିହାରୀ ଦତ୍ତ ତିନି ବର୍ଷ ତଳେ ବାଲିଆପାଳ ବ୍ଲକ ସୁନାବିହାରି ଗ୍ରାମର ଦେବ କୁମାର ରଞ୍ଜିତଙ୍କ ବଡ ଝିଅ ଦୀପିକାଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଦିପିକାଙ୍କର ବର୍ତ୍ତନା ଗାଆଁର କମଳାକାନ୍ତଙ୍କ ସହିତ ପ୍ରେମ ସ-ମ୍ପର୍କ ରହିଥିଲା ।

ବର୍ତ୍ତମାନ ସମୟରେ କମଳାକାନ୍ତ ଗଣମାଧ୍ୟମ ଆଗରେ କହିଛନ୍ତି କି , ଯଦି ଦୀପିକା ତାଙ୍କ ପାଖକୁ ନ ଫେରନ୍ତି , ତେବେ ସେ କାହାକୁ ଛାଡ଼ିବେ ନାହିଁ । ଦିପିକାଙ୍କ ସ୍ବାମୀଙ୍କୁ ମଧ୍ୟ ସେ ଛାଡ଼ିବେ ନାହିଁ । ଆଉ ଦରକାର୍ ପଡିଲେ ସେ ପୋ-ଲିସ ପାଖକୁ ମଧ୍ୟ ଯାଇ ଅଭି-ଯୋଗ କରିବେ । ସେ କହିଛନ୍ତି କି , ସବୁଦିନ ପାଇଁ ଦୀପିକା ତାଙ୍କର ଆଉ କେବେ ବି ସେ ଦୀପିକାଙ୍କ ଠାରୁ ଦୂରେଇ ରହିପାରିବେ ନାହିଁ । ତେବେ ଏପରି ପରିସ୍ଥିତିରେ ଦେଖାଯାଉ ଆଗକୁ ପରିସ୍ଥିତି କେଉଁ ମୋଡ ନେଉଛି । ଆଉ କମଳାକାନ୍ତ ତାଙ୍କ ଦୀପିକାଙ୍କୁ ଫେରି ପାଉଛନ୍ତି କି ନାହିଁ । ଏ କଥା ତ କେବଳ ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *