ତୋ ବାପା ବୁଲେଟ ଦେଲାନି ତୁ ମର…

କେତେ ଦିନରୁ ଆଶା ଥିଲା ଗୋଟେ ବୁଲେଟ ଚଢି ବୁଲିବି । ଭଡ଼ ଭଡ଼ କରି ଗାଁ ଦାଣ୍ଡ କମ୍ପାଇ ଦେବି । ମୁଁ ବୁଲେଟ ନେଇ ଗାଁ ଦାଣ୍ଡରେ ଯିବା ବେଳେ ଲୋକେ କହିବେ ହେଇ ଦେଖ ରାଜା ଆସୁଛି । ମୁଁ ବୁଲେଟ ଚଢି ଯିବା ବେଳେ ଲୋକେ ମତେ ବାଟ ଛାଡ଼ିଦେବେ । ମୁଁ ବୁଲେଟରେ ଯିବି ମୁଣ୍ଡରେ ଟୋପି ଆଖିରେ ଚଷମା ପିନ୍ଧି ଏକ ଦମ ହିରୋ ଭଳି ଦେଖା ଯାଉଥିବି । ଏମିତି କହୁଥିଲା ସ୍ୱାମୀ ।

ନିଜ ପାଖରେ ଏତେ ଟଙ୍କା ନଥିବାରୁ ସ୍ତ୍ରୀକୁ କହିଲା ବାପ ଘରୁ ଗୋଟେ ବୁଲେଟ ଆଣିବା ପାଇଁ । ସ୍ତ୍ରୀ ଆଗରେ ଯୌତୁକ ଦାବି କଲା ସ୍ୱାମୀ । ହେଲେ ସ୍ୱାମୀର ଏଭଳି ଜିଦ ଦେଖି ସ୍ତ୍ରୀ କହିଲା ତୁମେ ତ ଜାଣିଛ ମୋ ବାପା ଏତେ ଧନୀ ନୁହେ ଯେ ବୁଲେଟ ଗାଡି ଦେଇ ପାରିବ । ବାସ ସ୍ତ୍ରୀ ପାଖରୁ ଏତିକି ଶୁଣିବା ପରେ । ଗାଡି ଦେବାକୁ ଝିଅ ମନା କରିବା ପରେ ସେହିଠୁ ଆରମ୍ଭ ହେଲା ଯୌତୁକ ନିର୍ଯାତନା ।

ସ୍ତ୍ରୀକୁ ସ୍ୱାମୀ ଗାଡି ପାଇଁ ଅକଥନୀୟ ନିର୍ଯ୍ୟାତନା ଦେବା ବି ଆରମ୍ଭ କରିଦେଲା । ଆଉ ସ୍ୱାମୀର ନିର୍ଯାତନା ସହି ନପାରି । ଝିଅ ବାପାଙ୍କ ଘରକୁ ଖବର ଦେଲେ ବାପା ଆସିଲେ । ବୁଝା ସୁଝା ମଧ୍ୟ କଲେ । ହେଲେ ବାପା ଯାଇ ଘରେ ପହଂଚିଛନ୍ତି କି ନାହିଁ ।

ତା ପରେ ଖବର ପହଁଚିଲା ତୁମ ଝିଅ ଆଉ ଏ ଦୁନିଆରେ ନାହିଁ । ତାକୁ ଯୌତୁକ ରୂପୀ ରାକ୍ଷାସ ମାରିଦେଇଛି । ଯୌତୁକ ପାଇଁ ପାଗଳ ସାଜିଥିବା ସ୍ୱାମୀ । ନିଜର ଦାବି ବା ନିଜର ଇଚ୍ଛା ପୂରଣ ନହେବାରୁ କ୍ରୋଧରେ ଝିଅର ଜୀବନ ନେଇଯାଇଛି । ଝିଅ ଆଉ ଏ ଦୁନିଆରେ ନାହିଁ ସେ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି । ହଁ ବନ୍ଧୁଗଣ ବୁଲେଟ ପାଇଁ କୁଆଡେ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି ।

ଆଉ ସ୍ତ୍ରୀକୁ ଜୀବନରୁ ମାରିଦେବା ପରେ ସ୍ତ୍ରୀ ଜୀବନ ହାରି ଦେବାର ଅଭିନୟ କରିଛି ।ସେପଟେ ଏମିତି କିଛି ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି । ତେବେ ଏଭଳି ଏକ ସାଙ୍ଘାତିକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଯୌତୁକ ପାଇଁ ଜୁଇରେ ଜଳିଛି ଏକ କୂଳ ବଧୁ । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଆଉ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମୃତ ଦେହକୁ ଜବତ କରିବା ସହିତ ଘଟଣାର ଛାନଭିନ କରୁଛି । ବୁଲେଟ ଠାରୁ ସ୍ତ୍ରୀ କଣ ଏଟେ ମୂଲ୍ୟହୀନ । ସାମାନ୍ୟ ବୁଲେଟ ପାଇଁ କେଉଁ ସ୍ୱାମୀ କଣ ନେଇ ପାରେ ସ୍ତ୍ରୀର ଜୀବନ । ଏମିତି କିଛି ଏବେ ପୋଲିସ ସ୍ୱାମୀକୁ ଅଟକ ରଖି ପଚରା ଉଚୁରା କରୁଛି । ତେବେ ବନ୍ଧୁଗଣ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲରମ୍ଭା ଥାନା ଅଞ୍ଚଳରେ ଏହି ଘଟଣା ଘଟିଯାଇଛି ।

ଯେଉଁ ସ୍ୱାମୀ ବିବାହ ବେଳେ କଥା ଦେଇଥିଲା ସାତ ଜନ୍ମ ସାଥିରେ ରହିବ । ବିପଦ ଆପଦରେ ସାହା ହେବ ସେହି ସ୍ୱାମୀ ଶେଷରେ ଯୌତୁକ ଲୋଭରେ ସ୍ତ୍ରୀର ଜୀବନ ନେବାକୁ ପଛାଇଲା ନାହିଁ । ସବୁବେଳେ ସ୍ତ୍ରୀକୁ ଯୌତୁକ ଦାବି କରି ଆସୁଥିଲା ବେଳେ ଯେତେବେଳେ ନିଜର ଆଶା ପୂରଣ ହେଲା ନାହିଁ ସେତେବେଳେ ରାଗରେ ସ୍ୱାମୀ ସାଜିଲେ ସ୍ୱାମିରୁ ସୈତାନ ।

ସେପଟେ ସ୍ତ୍ରୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଜ୍ବାଇଁ ନେଇଛି ଝିଅର ଜୀବନ । ନିଜର ଇଚ୍ଛା ପୂରଣ ହୋଇ ପାରିଲା ନାହିଁ ବୋଲି । ଶେଷରେ କ୍ରୋଧରେ ସ୍ୱାମୀ ସାଜିଛି ସୈତାନ । ତେବେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏହି ଘଟଣାକୁ ନେଇ ଚାରି ଆଡ଼େ ଆତଙ୍କ ଖେଳି ଯାଇଛି । ତେବେ ଦେଖିବାକୁ ବାକି ରହିଲା ବୁଲେଟ ପାଇଁ ସ୍ତ୍ରୀର ଜୀବନ ନେଇଥିବା ଶାଶୁ ଘର ଲୋକଙ୍କୁ ପୋଲିସ କେଉଁ ପ୍ରକାର ଦେଉଛି । ନା ତଦନ୍ତ କାହା ଚାପରେ ଚେପା ହୋଇ ଅଧାରୁ ବାଟ ବଣା ହେଉଛି ।

Leave a Reply

Your email address will not be published. Required fields are marked *