ରେଳ ଦୁର୍ଘ-ଟଣାର କରୁଣ ଚିତ୍ର , ବାପା ପାଇଁ କା-ନ୍ଦି କା-ନ୍ଦି ଲ-ଣ୍ଡା ହେଉଛି କୁନି ଝିଅ

କେତେ ଆଶା ଆଉ କେତେ ସ୍ବପ୍ନ ନେଇ ଆଗକୁ ଆଗେଇ ଚାଲିଥିବା ମଣିଷର ସବୁ ସ୍ବପ୍ନ ଅଧାରେ ଭାଙ୍ଗିଦେଲା ବାହନଗା ଟ୍ରେନ ଦୁର୍ଘ-ଟଣା । କେହି ସ୍ବପ୍ନରେ ବି ଯାହା ଭାବି ନଥିଲେ , ତାହା କରି ଦେଲା ଏହି ଦୁର୍ଘ-ଟଣା । କେତେ ହୃଦୟ ବିଦା-ରକ ଥିଲା , ସେଦିନର ଚିତ୍ର ତାହା ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ । ବାସ୍ ଏଭଳି ଚିତ୍ର ଦେଖିବା ପରେ ଆଖିରୁ ଖାଲି ଲୁ-ହ ଝରିବା ଛଡ଼ା ଆଉ କିଛି ଉପାୟ ନଥିଲା । ଆଜି ବି ସେହି କଥା ଭାବିଲେ ଆଖିରୁ ଲୁ-ହ ଝରି ଆସୁଛି । ତେବେ ଥରେ ଚିନ୍ତା କରି ଦେଖନ୍ତୁ , ଯେଉଁ ମାନେ ଏହି ଦୁର୍ଘ-ଟଣାରେ ନିଜ ପରିବାର ଲୋକଙ୍କୁ ହରାଇ ଦେଇଛନ୍ତି , ତାଙ୍କର ବା କି ଅବସ୍ଥା ହେଉଥିବ । ନିଜକୁ ସମ୍ଭାଳିବା ମଧ୍ୟ ତାଙ୍କ ପକ୍ଷରେ ମୁସ୍କିଲ ହୋଇ ଯାଉଥିବ ।

ସେଦିନର ଥିଲା ଜୁନ ୨ ତାରିଖ ଆଉ ରାତି ପ୍ରାୟ ସାଢେ଼ ୭ଟା । କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ଵର ଷ୍ଟେ-ସନ ଛାଡି ସୋର ଅଭିମୁଖେ ଯାତ୍ରା କରୁଥିଲା । ଆଉ ସେଥିରେ ଥିଲେ ଖଇରା ବ୍ଲକ ଜିଙ୍କିରିଆ ପଞ୍ଚାୟତ ସିଙ୍ଗିପୁର ଗାଁର ବିଖିପ୍ତ ପଲ୍ଲୀ । ମନରେ ଘର ପହଞ୍ଚିବାର ରହିଥିଲା ଉତ୍ସାହ । କୋଲକାତାରୁ ଅଫିସ ସାରି ଘରକୁ ଫେରୁଥିଲେ । ଘରକୁ ଗଲେ ଝିଅ ସହିତ ଦେଖା କରିବେ ଆଉ ଝିଅ ପାଇଁ ତଥା ପୁରା ପରିବାର ପାଇଁ ଆଣିଥିବା ଅନେକ ଜିନିଷ ଦେବେ ବୋଲି ଭାବି ଭାବି ସେ ଏତେ ଖୁସିରେ ରହି ପାରୁ ନଥିଲେ । କିନ୍ତୁ ଘର ପହଞ୍ଚିବା ଟିକିଏ ଆଗରୁ ସବୁକିଛି ଶେଷ ହୋଇଗଲା ।

ସବୁଦିନ ପାଇଁ ଲିଭି ଗଲା ବିଖିପ୍ତ ପଲ୍ଲୀଙ୍କ ଜୀବନ ଦିନ । ଦୁର୍ଘ-ଟଣାରେ ଚାଲିଗଲା ତାଙ୍କ ଜୀବନ । ଆଉ ସେପଟେ ଘରେ ତାଙ୍କ ସ୍ତ୍ରୀ ରେଳ ଦୁର୍ଘ-ଟଣା କଥା ଶୁଣି ନିଜକୁ ଅଟକାଇ ପାରି ନଥିଲେ । କା-ନ୍ଦି କା-ନ୍ଦି ସ୍ବାମୀଙ୍କୁ ଫୋନ୍ କରିଥିଲେ କିନ୍ତୁ ସ୍ଵାମୀଙ୍କ ଫୋନ୍ ଲାଗି ନଥିଲା । ଆଉ ସକାଳ ପାହୁଣୁ ସ୍ଵାମୀଙ୍କ ଦେ-ହାନ୍ତ କଥା ନେଇ ତାଙ୍କ ପାଖକୁ ଫୋନ ଆସିଥିଲା । ଆଉ ପୁରାପୁରି ଭାଙ୍ଗି ପଡ଼ିଥିଲେ ତାଙ୍କ ସ୍ତ୍ରୀ । ସେପଟେ ଛୋଟ ଝିଅକୁ ଧରି ସେ କିପରି ଆଗକୁ ଚଳିବେ ଆଉ ଝିଅକୁ କିପରି ମଣିଷ କରିବେ ସେ କଥା ତାଙ୍କୁ ଘାରି ବସିଛି । ଅନ୍ୟ ପକ୍ଷରେ ଝିଅ ମନରେ ବାପା କେବେ ଫେରିବେ ତାକୁ ନେଇ ପ୍ରଶ୍ନ ।

ଆଉ ଝିଅକୁ ବୁଝାଇ ଦେଉଛନ୍ତି ବିଖିପ୍ତଙ୍କ ସ୍ତ୍ରୀ । ବାପା ଆଉ କେବେ ଫେରିବେ ନାହିଁ । ଆଉ ଝିଅ ମଧ୍ୟ ବୁଝି ଯାଇଛି ବାପା ଅଫେରା ରାଇଜକୁ ଚାଲି ଯାଇଛନ୍ତି , ଯେଉଁଠାରୁ ସେ ଆଉ କେବେ ଫେରିବେ ନାହିଁ । ତେବେ ସୂଚନା ଅନୁଯାୟୀ , ଗତକାଲି ବିଖିପ୍ତଙ୍କ ଦଶାହ କାମ ସମ୍ପନ୍ନ ହୋଇଥିଲା । ଯେଉଁଥିରେ ତାଙ୍କ ଝିଅ ବସି ଲଣ୍ଡା ହୋଇଥିଲା ଆଉ ଆଖିରୁ ଲୁ-ହ ଝରାଇ ଚାଲିଥିଲା । ଆଉ ତାଙ୍କ ସ୍ତ୍ରୀଙ୍କ ଆଖିରୁ ମଧ୍ୟ ଲୁ-ହ ଶୁଖି ନଥିଲା । ତେବେ ବାସ୍ତବରେ ଏପରି ଚିତ୍ର ସମସ୍ତଙ୍କ ଆଖିରୁ ଲୁ-ହ ଆଣିଦେବ ।

Leave a Reply

Your email address will not be published. Required fields are marked *