ତିନି ଜଣ ଝିଆଙ୍କଠାରୁ ଧୋକା ଖାଇଛି, କଲେଜରେ ଯାହାକୁ ଭଲ ପାଇଲି ଭଲ ରିଲ କରୁଛି ବୋଲି ଆଉ ଜଣଙ୍କ ସହ ପଳେଇଲା…

ଇନଷ୍ଟାଗ୍ରାମ ରିଲସ ହେଉ କିମ୍ବା ୟୁଟ୍ୟୁବରେ କମେଡି କ୍ରିଏସନ ହେଉ , ବଳରାମ ଆନ୍ନା ସବୁଥିରେ ବେଶ ପରିଚିତ ଏବଂ ତାଙ୍କୁ ଲୋକେ ବେଶ ପସନ୍ଦ ମଧ୍ୟ କରନ୍ତି । ତାଙ୍କର ଲୋକଙ୍କୁ ହସାଇବାର ଶୈଳୀ ଏବଂ ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ବେଶ ନିଆରା ଅଟେ । ଆଉ ବର୍ତ୍ତମାନ ବଳରାମ ଆନ୍ନାଙ୍କର ଏକ ଆଲବମ ଦଶହରାରେ ଆସିବାକୁ ଯାଉଛି । ଯାହାକୁ ନେଇ ସବୁ ଦର୍ଶକ ମଧ୍ୟ ଉତ୍ସାହିତ ଥିବା କୁହାଯାଉଛି । ତେବେ ଯେତେବେଳେ ତାଙ୍କୁ ଏହି ଗୀତ ବନାଇବାର କାରଣ ବିଷୟରେ ପଚରା ଯାଇଥିଲା ସେତେବେଳେ ଖୁବ ମଜାରେ କିଛି ଏଭଳି ଉତ୍ତେ ଦେଇଥିଲେ , ଯାହା ଶୁଣିବା ପରେ ଆପଣ ମଧ୍ୟ ହସିବାକୁ ବାଧ୍ୟ ହେବେ ।

ବଳରାମ ଆନ୍ନା କହିଛନ୍ତି ଯେ ତାଙ୍କ ଜୀବନରେ ତାଙ୍କୁ ତିନି ଜଣ ଝିଅ ଧୋକା ଦେଇଛନ୍ତି । ତେବେ ଏହା ତାଙ୍କ ବାସ୍ତବ ଜୀବନରେ ନୁହେଁ ବରଂ ଦୁର୍ଗାପୂଜା ଅବସରରେ ଆସୁଥିବା ଆଲବମରେ ଏଭଳି କିଛି କ୍ୟାମେଷ୍ଟ୍ରି ରହିଛି । ଯେଉଁଥିରେ ଆନ୍ନାଙ୍କୁ ସ୍କୁଲ ସମୟରେ ଜଣେ ଝିଅ ଧୋକା ଦେଉଛି । ପୁଣି କଲେଜ ସମୟରେ ଆଉ ଜଣେ ଧୋକା ଦେଉଛି । ଏହାପରେ ମନ ମାନୁନି ଯେ ବିବାହ ପରେ ବି ଫାଷ୍ଟ ନାଇଟରେ ମଧ୍ୟ ସ୍ତ୍ରୀ କ୍ଷୀରରେ ନିଶା ମିଶାଇ ଛାଡ଼ି ପଳାଇ ଯାଉଛି । ଆଉ ଏହାକୁ ନେଇ ‘ ଜୀବନ ଟା ପୁରା ଜାଙ୍ଗୁ ହେଇଗଲା ‘ ନାମରେ ଏକ ଗୀତ ରିଲିଜ ହେବାକୁ ଯାଉଛି । ତେବେ ଏହି ଗୀତକୁ ହାସ୍ୟ ଅଭିନେତା ପପୁ ପମ ପମ ଗାଇଥିବା କହିଛନ୍ତି ବଳରାମ ଆନ୍ନା ।

ତାଙ୍କୁ ଯେତେବେଳେ ତାଙ୍କର ଫାଷ୍ଟ ରିଲସ ଭାଇରଲ ହେବା ବିଷୟରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ ସୁକୁଟି ନେଇ ସେ କରିଥିବା ପ୍ରଥମ କମେଡି ଭିଡ଼ିଓକୁ ତିନି ମିଲିୟନରୁ ଅଧିକ ଲୋକ ପସନ୍ଦ କରିଥିଲେ ଏବଂ ବର୍ତ୍ତମାନ ସେ ଇନଷ୍ଟାଗ୍ରାମ ସହିତ ୟୁଟ୍ୟୁବରେ ମଧ୍ୟ ବେଶ ପରିଚିତ ହୋଇ ଗଲେଣି ।

ଆଉ ତାଙ୍କର ମେରିଟାଲ ଷ୍ଟେଟସ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ବିବାହିତ ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ସବୁଥିରେ ସପୋର୍ଟ କରୁଥିବା ସେ କହିଛନ୍ତି । ଏହାବ୍ୟତୀତ ତାଙ୍କର ଆସିବାକୁ ଯାଉଥିବା ଆଲବଲ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ମଧ୍ୟ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *