ଭଡାଘରେ ମାଲିକ ଲଗାଇଥିଲେ ସିସି ଟିଭି , ଆଉ ତାପରେ ହେଲା ଏମିତି

ଯଦି ଆପଣ କାହା ଘରେ ଭଡ଼ା ନେଇ ରହୁଛନ୍ତି , ତେବେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଏମିତି କିଛି ମାଲିକ ଅଛନ୍ତି , ଯେଉଁ ମାନେ ନିଜ ଭଡ଼ାଟିଆ ମାନଙ୍କ ଘର ମଧ୍ୟରେ ହିଁ ସିସିଟିଭି ଲଗେଇ ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଭୁବନେଶ୍ୱରରୁ ଏପରି ଏକ ଘ-ଟଣା ସାମ୍ନାକୁ ଆସିଛି । ଯାହା ପରେ ସମସ୍ତଙ୍କ ମନରେ ଛନକା ପଶିଛି । ଆଉ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି ଯେ , ଏପରି କେମିତି ହୋଇ ଯାଇପାରେ ।

ଜଣେ ମାଲିକ ହୋଇ ନିଜ ଭଡାଟିଆ ରୁମ୍ ମଧ୍ୟରେ କାହିଁକି ସିସିଟିଭି କ୍ୟାମେରା ଲଗାଇ ଥିଲେ ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା । ସୂଚନା ଅନୁସାରେ , ଜଣେ ମହିଳା ବର୍ତ୍ତମାନ ସମୟରେ ପୋ-ଲିସ ଆଗରେ ଏ ନେଇ ଅଭି-ଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ , ତାଙ୍କ ସାଙ୍ଗ ଜଣକ ଭୁବନେଶ୍ୱରରେ ଏକ ନୂଆ ଘର ଦେଖିଥିଲେ । ଆଉ ତାଙ୍କୁ ସେହି ଘର ପରିବର୍ତ୍ତନ କରିବାର ଥିଲା। ତେବେ ସେ ଜିନିଷ ନେଇ ସେଠାକୁ ଯାଇଥିଲେ ।

ସେ ଗୋଟିଏ ଦିନ ହିଁ ରହିଥିଲେ । ଆଉ ଯେହେତୁ ସେ ବ୍ୟସ୍ତରେ ଥିଲେ ସେ ଆଉ ଘରେ ସିସି ଟିଭି ଲାଗିବା କଥା ଜାଣି ନଥିଲେ । ଯେତେବେଳେ ସେ ନିଜେ ତାଙ୍କ ସାଙ୍ଗ ରୁମ୍ କୁ ଯାଇଥିଲେ ସେତେବେଳେ ସିସି କ୍ୟାମେରା ଦେଖିଥିଲେ । ଆଉ ଯାହା ତାଙ୍କୁ ଟିକିଏ ଆଶ୍ଚର୍ୟ୍ଯ ଲାଗିଥିଲା ଆଉ ସେ ମାଲିକକୁ ଏ ବିଷୟରେ କହିଥିଲେ । ତେବେ ମାଲିକ ତାଙ୍କୁ ଉତ୍ତର ଦେଇଥିଲେ ଯେ , ଏହା ଚାଲି ନାହିଁ କି ଏହାର କ କନେକ୍ସନ୍ ମଧ୍ୟ ନାହିଁ ।

କିନ୍ତୁ ତଥାପି ସେ ଏହାକୁ ଖୋଲିବାକୁ କହିଥିଲେ । କିନ୍ତୁ ସେ ଖୋଲି ନଥିଲେ । ଯାହା ପରେ ସେ ବାଧ୍ୟ ହୋଇ ପୋ-ଲିସ ପାଖକୁ ଆସିବାକୁ ଠିକ୍ ବୋଲି ଭାବିଥିଲେ । ଆଉ ପୋ-ଲିସ ପାଖରେ ସେ ଯାଇ ଅଭି-ଯୋଗ କରିଛନ୍ତି । ଜଣେ ମାଲିକର ଆଦୌ ଅଧିକାର ନାହିଁ ଯେ , ଭଡ଼ାଟିଆର ଘର ମଧ୍ୟରେ ସିସିଟିଭି ଲଗେଇ ଦେବ । ତେଣୁ ପୋ-ଲିସ ଏ ବାବ-ଦରେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି

Leave a Reply

Your email address will not be published. Required fields are marked *