ଟ୍ରେନରେ ଆଉ ବିନା ଟିକେଟରେ ହଇରାଣ ହେବେନି ଏହି ଯାତ୍ରୀ । ବିନା ଟିକେଟରେ ବି ଯାତ୍ରା କରି ପାରିବେ ।

ଏଥର ଟ୍ରେନ ଯାତ୍ରା ପାଇଁ ଟିକେଟ ନକଲେ ଭୟ କରିବାର ଆବଶ୍ୟକତା ନାହିଁ । ଆଉ ଟ୍ରେନରୁ ଟିଟିଇ ବି ବାହାର କରି ପାରିବେନି । ଲୋକେ ଭଲରେ ଯାତ୍ରା କରି ପାରିବେ ବିନା ଟିକେଟରେ । ତେବେ କେଉଁ ମାନେ ଏହି ଲାଭ ପାଇ ପାରିବେ ସେହି ବିଷୟରେ ଆଜି ଆମେ ଏହି ଲେଖାରେ କହିବୁ । କହିରଖିବୁ ଯେ ଦୂର ସ୍ଥାନକୁ ଯାତ୍ରା କରିବାକୁ ଲୋକେ ଟ୍ରେନରେ ଯାଆନ୍ତି ତେବେ ଏକୁଟିଆ ହୁଅନ୍ତୁ କିମ୍ବା ପରିବାର ସହିତ ହୁଅନ୍ତୁ । ବର୍ତ୍ତମାନ ସମୟରେ ଟ୍ରେନ ଏକ ବଡ଼ ମାଧ୍ୟମ ପାଲଟିଛି । ଏହାଦ୍ବାରା ଯାତ୍ରା ସହଜ ହୋଇଯାଏ । ଟ୍ରେନରେ ଟ୍ରାଭେଲ କରିବାକୁ ପ୍ରାୟ ଲୋକ ପସନ୍ଦ କରନ୍ତି । ଏମିତିକି ଲୋକେ ଟ୍ରେନରେ ଟିକେଟ କରିବା , କନଫର୍ମ ହେଲାକି ନାହିଁ ତାହା ମଧ୍ୟ ଧ୍ୟାନ ଦିଅନ୍ତି ।

ଯାହାକି ସାଧରଣତଃ ସବୁ ଟ୍ରେନ ଟିକେଟ କରିବା ସମୟରେ ଏକ ପ୍ରୋସେସ ହୋଇଥାଏ । ଅନେକ ସମୟରେ ଟ୍ରେନ ଟିକେଟ କନଫର୍ମ ନହେଲେ ଲୋକେ ବିନା ଟିକେଟରେ ଟ୍ରେନରେ ଯାଆନ୍ତି ଏବଂ ଯାଞ୍ଚ ବେଳେ ଧରା ପଡ଼ନ୍ତି । ଯେଉଁ କାରଣରୁ ଅନେକ ସମୟରେ ଟିକେଟ ଠାରୁ ଅଧିକ ଟଙ୍କାର ଫାଇନ ମଧ୍ୟ ଗଣିଥାନ୍ତି । କିନ୍ତୁ ଏହାରି ମଧ୍ୟରେ ଯାତ୍ରୀ ମାନଙ୍କର ସମସ୍ତ ସୁବିଧା ପାଇଁ ରେଲୱେ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି ।

ବିଶେଷ କରି ମହିଳା ଯାତ୍ରୀଙ୍କ ପାଇଁ ରେଲୱେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇଛି । ସେହି ନିୟମ ଅନୁଯାୟୀ ଯଦି କୌଣସି ମହିଳା ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଛନ୍ତି ତେବେ ମଧ୍ୟ ଟିଟିଇ ତାଙ୍କୁ ଟ୍ରେନରୁ ବାହାର କରି ପାରିବେ ନାହିଁ । ଭାରତୀୟ ରେଲୱେର ଏହି ନିୟମ ଅନୁଯାୟୀ ଯଦି କୌଣସି ମହିଳା ଏକୁଟିଆ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ତାଙ୍କ ପାଖରେ ଟିକେଟ ନାହିଁ ।

ତେବେ ଟିଟିଇ ତାଙ୍କୁ ଟ୍ରେନରୁ ବାହାର କରି ପାରିବେ ନାହିଁ । ମହିଳା ଜଣକ ଜୋରିମାନା ଦେଇ ଆଗକୁ ଯାତ୍ରା କରି ପାରିବେ । ଯଦି ମହିଳାଙ୍କ ପାଖରେ ଟଙ୍କା ନଥିବ , ତେବେ ମଧ୍ୟ ତାଙ୍କୁ ଟିଟିଇ ଟ୍ରେନରୁ ବାହାର କରି ପାରିବେ ନାହିଁ । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୯୮୯ ମସିହାରେ ଏହି ନିୟମ ପ୍ରଣୟନ କରିଛି ଭାରତୀୟ ରେଳ ବିଭାଗ । ଏଥିରେ ଲେଖା ଯାଇଛି ଯେ ଟ୍ରେନରେ ଏକୁଟିଆ ଯାତ୍ରା କରୁଥିବା କୌଣସି ମହିଳାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇ ପାରିବ ନାହିଁ । ଏହି କଥାରେ ଜଣେ ଟିଟିଇ କହିଛନ୍ତି ଯେ ଯଦି ଏମିତି କେହି ମହିଳା ବିନା ଟିକେଟରେ ଯାତ୍ରା କରୁଥାନ୍ତି ତେବେ ସେ କେଉଁଭଳି ପରିସ୍ଥିତିରେ ଯାତ୍ରା କରୁଛନ୍ତି ସେନେଇ କଣ୍ଟ୍ରୋଲ ରୁମକୁ ସୂଚନା ଦିଆଯାଇଥାଏ ।

ମାମଲାକୁ ନେଇ କୌଣସି ସନ୍ଦେହ ସୃଷ୍ଟି ହେଲେ ଜିଆରପିଙ୍କୁ ମଧ୍ୟ ସୂଚନା ଦେଇହବ । ଏହାପରେ ଜିଆରପି ଏବଂ ମହିଳା କନଷ୍ଟେବଳ ଏହି ମାମଲା ଉପରେ ନଜର ରଖନ୍ତି । ତେଣୁ ବିନା ଟିକେଟରେ ଯଦି କେହି ଏକୁଟିଆ ମହିଳା ଯାତ୍ରା କରୁଛନ୍ତି ତେବେ ଏହି ନିୟମ ବିଷୟରେ ଜାଣି ରଖିବା ଉଚିତ ।

Leave a Reply

Your email address will not be published. Required fields are marked *