ଗାଁରେ ପିଲାଟି ପାଖରେ ଗରୁଡ଼ ପକ୍ଷୀକୁ ଦେଖି ଖୁସି ହେଲେ ଗାଁ ଲୋକେ । ଆଉ ଖୁସିରେ କହିଲେ ” ଜୟ ଜଗନ୍ନାଥ ” ।

ନୂଆବର୍ଷ ଆସିଗଲା କହିଲେ ଚଳେ । କିନ୍ତୁ ଗାଁରେ ଏକ ନୂଆ ଘଟଣା ଘଟି ଯାଇଛି । କାରଣ ଗାଁକୁ ଗରୁଡ଼ ପକ୍ଷୀ ଆସିଛି । ଆଉ ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ । ଲୋକେ ବି ବେଶ ଖୁସି ଅଛନ୍ତି । ଆପଣ ମାନେ ବି ଗରୁଡ଼ ପକ୍ଷୀ ବିଷୟରେ ଶୁଣୁଥିବେ । ରାମାୟଣରେ କିଭଳି ଗରୁଡ଼ ପକ୍ଷୀ ନିଜ ଜୀବନକୁ ବାଜି ଲଗାଇ ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ଆଉ ସେହି ଗରୁଡ଼ ପକ୍ଷୀର ଦର୍ଶନ ହୋଇଛି ଯାହାକି ଲୋକଙ୍କୁ ନେଇ କାହାଣୀ ମନେ ପକାଇ ଦେଇଛି । ପୁରୀ ଚନ୍ଦନପୁର ପାଙ୍କଳ ଗୋପୀନାଥ ମନ୍ଦିର ନିକଟରୁ ଏହି ବିରଳ ଗରୁଡ଼ ପକ୍ଷୀ ମିଳିଛି ।

ଗ୍ରାମର କିଛି ପିଲା ଏକ ରାଲିରେ ଗ୍ରାମରେ ସଫେଇ କାର୍ଯ୍ୟ ପାଇଁ ଯାଉଥିଲେ । ସେହି ସମୟରେ ପିଲାମାନେ ଏହି ପକ୍ଷୀକୁ ବୋବାଉଥିବାର ଦେଖିଥିଲେ । ଆଉ ଗରୁଡ଼ ପକ୍ଷୀର ପାଟି ଶୁଣି ପିଲାଟିକୁ ଏମିତି ଲାଗିଥିଲା ଯେମିତି ପକ୍ଷୀଟିକୁ ସାହାଯ୍ୟ ଦରକାର । ପାଖକୁ ଯାଇ ପିଲାଟି ପକ୍ଷୀଟିକୁ ଦେଖି ଜାଣି ପାରି ନଥିଲେ ।

କିନ୍ତୁ ସେଠାରେ ଥିବା ଅନ୍ୟ ଲୋକେ ଏହାକୁ ଗରୁଡ଼ ପକ୍ଷୀ ବୋଲି ଚିହ୍ନି ଦେଇଥିଲେ । କେହିବି ସେହି ପକ୍ଷୀଟିକୁ ନେବାକୁ ଇଚ୍ଛା ନକରିବାରୁ ଏହି କିଶୋର ବୟସର ପିଲା ଜଣକ ନିଜ ଘରକୁ ନେଇ ଆସିଥିଲେ । ଏପଟେ ଗାଁର ସବୁ ଲୋକେ ପିଲାଟି ପାଖରେ ଏହି ପକ୍ଷୀଟିକୁ ଦେଖି ଖୁସିରେ ଜୟ ଜଗନ୍ନାଥ କହିବା ଆରମ୍ଭ କରିଛନ୍ତି ।

ପକ୍ଷୀଟିକୁ ଧରିବାର ପ୍ରାୟ ୨୪ ଘଣ୍ଟା ହୋଇଥିବା ବେଳେ ଗାଁ ଲୋକେ କହୁଛନ୍ତି ଯେ ପୂର୍ବରୁ ଏଭଳି ପକ୍ଷୀ ସେମାନେ କେବେ ଦେଖି ନଥିଲେ । ବର୍ତ୍ତମାନ ପିଲାଟି ପକ୍ଷୀଟିକୁ କ୍ଷୀର ଦେଇ ପୋଷିଛନ୍ତି । ଆଉ ଗାଁ ଲୋକେ ମଧ୍ୟ ଏହି ପକ୍ଷୀଟିକୁ ଦେଖି ଖୁବ ଖୁସି ହେଉଛନ୍ତି । ଏପଟେ କିଛି ଲୋକ କହୁଛନ୍ତି ଯେ ତ୍ରେତୟାର ସେହି ଗରୁଡ଼ ପକ୍ଷୀର ବଳିଦାନକୁ କେହି ଭୁଲି ପାରିବେ ନାହିଁ । ଆଉ ଗରୁଡ଼ ପକ୍ଷୀ ଆଜିବି ଅଛନ୍ତି କିନ୍ତୁ ସେମାନେ ମନୁଷ୍ୟକୁ ଦେଖା ଦେଉ ନଥିଲେ । ଲୋକେ ଏହି ଘଟଣାକୁ ଚମତ୍କାର ବୋଲି କହିବା ମଧ୍ୟ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *