୨୦୦ କୋଟି ଟଙ୍କାର ଠ-କେଇ ଏଭଳି କରିଥିଲା ସୁକେଶ ଚନ୍ଦ୍ରଶେଖର । ଜ୍ୟାକଲିନ ଏବଂ ନୋରା ମଧ୍ୟ ଟଙ୍କା ପାଇଁ ………

ଭାରତର ସବୁଠାରୁ ବଡ଼ ଠ-କ ବୋଲି କୁହାଯାଉଛି ସୁକେଶ ଚନ୍ଦ୍ର ଶେଖରଙ୍କୁ । ଯିଏକି ବଲିଉଡର ଅଭିନେତ୍ରୀଙ୍କ ସହିତ ଜଡ଼ିତ ଥିବା ମଧ୍ୟ କୁହାଯାଉଛି । ତେବେ ଗରିବ ଘରର ଜଣେ ପିଲା କେବେ ଟଙ୍କା ବଳରେ ବଲିଉଡର ଅଭିନେତ୍ରୀଙ୍କୁ ଯେ ଇସାରାରେ ନଚାଇବ ତାହା କେହିବି ଭାବି ନଥିଲେ । ତେବେ ସୁକେଶ ଭଲ ଭାବରେ ଜାଣିଥିଲା ଯେ ଯେଉଁ ଅଭିନେତ୍ରୀ ସାରା ଦେଶରେ ଏବଂ ଦେଶ ବାହାରେ ପ୍ରସିଦ୍ଧ ସେମାନଙ୍କୁ ପସନ୍ଦ କଲେବି ସୁଦ୍ଧା ସେମାନଙ୍କ ପାଖକୁ ଯିବା ମଧ୍ୟ ଅସମ୍ଭବ । ସେଥିପାଇଁ ସେ ଏଭଳି ଠ-କେଇ କରିଥିବା କୁହାଯାଇଛି ।

କହିରଖିବୁ ଯେ ଗତ ଏକ ବର୍ଷ ତଳେ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୦ କୋଟି ଟଙ୍କାର ଠ-କେଇ କାରଣରୁ ଗି-ରଫ କରାଯାଇଥିଲା । ତାଙ୍କୁ ପ୍ରଥମେ ଦିଲ୍ଲୀ ତିହାର ଜେ-ଲରେ ରଖା ଯାଇଥିଲା । ତେବେ ସେହି ସମୟରେ ସାମ୍ନାକୁ ଆସିଥିଲା ଯେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଏକ ଦାମୀ ବଙ୍ଗଳା ଯାହାକି ୮୭ କୋଟି ଟଙ୍କାର ଥିଲା ଏବଂ ଏହାବ୍ୟତୀତ ଏକାଧିକ ଲକଜରି କାର ମଧ୍ୟ ଗିଫ୍ଟ କରିଥିଲେ । ଯାହାକି ତ-ଦନ୍ତ ଘେରକୁ ଆସିଥିଲା । ଏହାବ୍ୟତୀତ ସୁକେଶ ଚନ୍ଦ୍ରଶେଖରଙ୍କ ବ୍ୟତୀତ ଜ୍ୟାକଲିନଙ୍କୁ ନେଇ ମଧ୍ୟ ପଚରା ଉଚୁରା କରାଯିବାର ଶୁଣିବାକୁ ମିଳିଥିଲା ।

କହିରଖିବୁ ଯେ ଯେତେବେଳେ ଜ୍ୟାକଲିନଙ୍କୁ ଯେତେବେଳେ ଏତେ ଦାମୀ ଘର ଏବଂ ଏତେ ଦାମୀ ଗାଡ଼ି ବିଷୟରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ ଫ୍ୟାନ ମାନେ ଏମିତି ଅନେକ ସମୟରେ ଦାମୀ ଦାମୀ ଜିନିଷ ଗିଫ୍ଟ କରିଥାନ୍ତି । କିନ୍ତୁ ଏଭଳି ବୟାନ ଦେବାର ମାତ୍ର କିଛିଦିନ ପରେ ହିଁ ଜ୍ୟାକଲୀନ ଏବଂ ସୁକେଶଙ୍କର କିଛି ବ୍ୟକ୍ତିଗତ ଫୋଟ ଭାଇରଲ ହୋଇଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ପୁଣି କୁହାଯାଉଛି ଯେ ଜ୍ୟାକଲିନଙ୍କ ସମେତ ନୋରାଙ୍କୁ ମଧ୍ୟ କୁଆଡ଼େ ସୁକେଶ ଚନ୍ଦ୍ରଶେଖର ଟଙ୍କା ଦ୍ୱାରା ଫ-ସେଇଥିଲା । କାରଣ କୁହାଯାଉଛି ଯେ ସୁକେଶ ସପ୍ତମ ଶ୍ରେଣୀ ଠାରୁ ହିଁ ଟଙ୍କା କଣ ଜାଣି ସାରିଥିଲା ଏବଂ କିଭଳି ଟଙ୍କା ଠ-କେଇ କରିବା ତାର ଉପାୟ ତାକୁ ଜଣା ଥିଲା ।

Leave a Reply

Your email address will not be published. Required fields are marked *