ମା ନାହିଁ ବାପା ଜେ-ଲରେ ଘରେ କେହି ନାହାନ୍ତି, ଯେବେଠୁ ସେମାନେ ଗଲାନ୍ତି ଆମେ ଦୁଇ ଭଉଣୀ ଭଲରେ ଖାଇବାକୁ ପାଉନୁ।

ପିଲାଟି ଛୋଟ ଥିଲା ବେଳେ କେତେ କଣ ସ୍ବପ୍ନ ଦେଖି ଥାଏ। ସେ ବାହାରକୁ ପିଲାଙ୍କ ସହ ଖେଳିବାକୁ ଯିବା ସାଙ୍ଗ ପିଲାଙ୍କ ସହ ମିଶି ସ୍କୁଲକୁ ଯିବ ଏବଂ ନିଜ ବାପାମାଆଙ୍କ ସହ ଖୁସିରେ ରହିବ। କିନ୍ତୁ ବାପାମାଆଙ୍କ ବିନା ତା ଜୀବନରେ କଣ ହେବା ସେ ଏ ବିଷୟରେ କିଛିବି ଭାବି ନଥାଏ। ଯାଜପୁର ଜିଲ୍ଲାର ୧୦ ବର୍ଷର ସୁଭସ୍ମିତା ବାପାମାଆ ଚାଲିଗଲା ପରେ କେବଳ ନିଜ କଥା ନୁହଁ ବରଂ ଛୋଟ ଭଉଣୀ ଏବଂ ବୃଦ୍ଧ ଜେଜେବାପାଙ୍କ କଥା ମଧ୍ୟ ବୁଝୁଛନ୍ତି।

ଯାଜପୁର ଜିଲ୍ଲା କୋରାର ବ୍ଲକ କନ୍ତୋର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲୋନ୍ତା ଗାଆଁର ଚଞ୍ଚଳା ସାହୁଙ୍କ ପୁଅ ସୁରେଶ ସାହୁ ଲିପସିତା ସାହୁଙ୍କୁ ବିବାହ କରିଥିଲେ। ବାହାଘର ପରେ ସବୁକିଛି ଠିକ୍ ଥିଲା କିନ୍ତୁ କିଛି ବର୍ଷ ବିତିଯିବା ପରେ ସେମାନେ ଲିପସିତାଙ୍କୁ ନିର୍ଯା-ତନା ଦେଲେ। ଲିପସିତା ସାହୁଙ୍କର ଦୁଇଟି ଝିଅ ବଡ଼ ଝିଅ ସୁଭସ୍ମିତା ୧୩ ବର୍ଷର ଏବଂ ସାନ ଝିଅ ମଧୁସ୍ମିତା ୭ ବର୍ଷର। ୨୦୧୯ ମସିହାରେ ପିଲା ଦୁଇ ଜଣ ଛୋଟ ଛୋଟ ଥିବା ବେଳେ ଚଞ୍ଚଳା ସାହୁଙ୍କ ଏବଂ ପୁଅ ସୁରେଶ ମିଶି ଲିପସିତାଙ୍କୁ ମା-ରିଦେଲେ। ସେଥିପାଇଁ ମାଆ ପୁଅ ଏବେ ୧୪ ବର୍ଷ ପାଇଁ ଜେ-ଲ୍ ଯାଇଛନ୍ତି।

ମା ମ-ରିଗଲା ପରେ ବାପା ଏବଂ ଜେଜେମା ଜେ-ଲ୍ ଚାଲିଗଲେ ଏବେ ଘରେ କେବଳ ବାପାମାଆ ଛେଉଣ୍ଡ ଛୋଟ ଛୋଟ ଦୁଇ ପିଲା ଏବଂ ଶଯ୍ୟାଶାୟୀ ୮୦ ବର୍ଷର ଜେଜେବାପା। ଯିଏ ନିଜ କାମ ନିଜେ କରି ପାରୁନାହାନ୍ତି ସେ ପିଲା ମାନଙ୍କ କଥା କଣ ବୁଝିବେ। ଗାଁ ଲୋକ ଯେତେବେଳେ ଯିଏ ଯାହା ଆଣି ଖାଇବାକୁ ଦିଅନ୍ତି ପିଲା ଦୁଇଜଣ ନିଜେ ଖାଇ ଜେଜେବାପାଙ୍କୁ ଖାଇବାକୁ ଦିଅନ୍ତି। ଯଦି କିଏ ଖାଇବାକୁ ନ ଦେଲା ସେମିତି ଭୋକ ଉପାସରେ ରୁହନ୍ତି।

ସୁଭସ୍ମିତା ପାରାଲିସସ୍ ହେଇ ପଡ଼ିଥିବା ଜେଜେବାପାଙ୍କ ଯତ୍ନ ନେବା ସହ ଛୋଟ ଭଉଣୀର ମଧ୍ୟ ଯତ୍ନ ନିଅନ୍ତି। ତାଙ୍କର ପାଠ ପଢ଼ିବା ପାଇଁ ବହୁତ୍ ଇଚ୍ଛା କିନ୍ତୁ ଘରେ କେହି ନଥିବାରୁ ସେ ଆଉ ସ୍କୁଲ ଯାଇ ପାରୁନାହଁନ୍ତି କି ଟଙ୍କା ନଥିବାରୁ ସେ ଆଉ ପାଠ ପଢ଼ିପାରୁ ନାହାଁନ୍ତି। ଏ କଥା ଗ୍ରାମ୍ୟ ସରପଞ୍ଚ ଜାଣିବା ପରେ ସେ କିଛି ସାହାଯ୍ୟ କରିବେ ବୋଲି ପ୍ରତି-ଶୃତି ଦେଇ ଜିଲ୍ଲାପାଳଙ୍କୁ ସବୁ କଥା ଜଣେଇଛନ୍ତି।

Leave a Reply

Your email address will not be published. Required fields are marked *