ରାକ୍ଷୀ ବାନ୍ଧିବ କହି ଧରମ ଭାଇ ସହ ହୋଟେଲ ରୁମ୍ ଗଲା ସ୍ତ୍ରୀ , ଆଉ ତାପରେ ସ୍ଵାମୀ କଲା ଏମିତି

ରାକ୍ଷୀ ପୂର୍ଣିମା ଏପରି ଏକ ଦିନ , ଯାହା ଉଭୟ ଭାଇ ଆଉ ଭଉଣୀ ପାଇଁ ସ୍ବତନ୍ତ୍ର ହୋଇଥାଏ । ଏହି ଦିନ ଭାଇ ଏବଂ ଭଉଣୀ ଦୁହେଁ ବହୁତ ଖୁସି ରହିଥାନ୍ତି । ଭଉଣୀଟିଏ ଭାଇ ହାତରେ ସେନେହର ଡୋର ବାନ୍ଧି ଦେଇଥାଏ ଆଉ ଭାଇ ମଧ୍ୟ ନିଜ ଭଉଣୀର ରକ୍ଷା କରିବା ପାଇଁ ଶପଥ ନେଇଥାଏ । କିନ୍ତୁ ଏହା ମଧ୍ୟରେ ଏପରି କିଛି ଲୋକ ଅଛନ୍ତି , ଯେଉଁ ମାନେ ସମାଜ ପାଇଁ କଳଙ୍କ କହିଲେ ବି କିଛି ଭୁଲ ହେବ ନାହିଁ । କାହିଁକି ନା ସେମାନଙ୍କର କିଛି କାମ ସମାଜର ମୁଣ୍ଡ ତଳକୁ କରି ଦେଇଥାଏ । ଆଉ ଏପରି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ , ଯାହା ବର୍ଷକ ତଳେ ରାକ୍ଷୀ ପୂର୍ଣ୍ଣିମା ଦିନ ପୁରୀରେ ଘଟି ଯାଇଥିଲା ।

ହଁ ଆଜ୍ଞା ବର୍ଷକ ପରେ ପୁଣି ଥରେ ରାକ୍ଷୀ ପୂର୍ଣ୍ଣିମା ଦିନ ସେହି କଥାକୁ ସମସ୍ତେ ଦୋହରାଇଛନ୍ତି । କାହିଁକି ନା ଘଟଣାଟି ସେଦିନର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । ହଁ ଆଜ୍ଞା ଏ କଥା ପୁରାପୁରି ସତ । ଜଣେ ଧରମ ଭାଇ ସହିତ ତାର ଭଉଣୀକୁ ପୁରୀର ଏକ ହୋଟେଲ ମଧ୍ୟରୁ ଧରା ଯାଇଥିଲା । ଆଉ ତାହା ପୁଣି ରାକ୍ଷୀ ପୂର୍ଣ୍ଣିମା ଦିନ । ସୂଚନା ଅନୁଯାୟୀ , ମହିଳା ଜଣକ ଘର ହେଉଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ଆଉ ମହିଳାଙ୍କ ଶାଶୁ ଘର ହେଉଛି କଟକ ଜିଲ୍ଲାରେ । ତେବେ ମହିଳା ଜଣକ ରାକ୍ଷୀ ପୂର୍ଣ୍ଣିମା ଦିନ ରାକ୍ଷୀ ବାନ୍ଧିବା ପାଇଁ ଆସିଥିଲେ।

ନିଜ ସ୍ବାମୀଙ୍କୁ ସେ କହିଥିଲେ କି , ବାପ ଘରକୁ ଯାଉଛି ରାକ୍ଷୀ ବାନ୍ଧିବା ପାଇଁ ଆଉ ସ୍ଵାମୀ ମଧ୍ୟ ତାଙ୍କୁ ଯିବା ପାଇଁ ହଁ ଭରି ଦେଇଥିଲେ । ସେପଟେ କିନ୍ତୁ ସ୍ତ୍ରୀଙ୍କର ଥିଲା ଆଉ କିଛି ଯୋଜନା । ନିଜ ଧରମ ଭାଇଙ୍କୁ ରାକ୍ଷୀ ବାନ୍ଧିବା ତ ଦୂରର କଥା ତାଙ୍କ ସହିତ ଯାଇ ପହଞ୍ଚି ଯାଇଥିଲେ ପୁରୀର ଏକ ହୋଟେଲ ମଧ୍ୟରେ । ଆଉ ସେମାନେ ସେଠାରେ କିଛି ସମୟ ବିତାଇବା କଥା ଭାବି ଯାଇଥିଲେ । ତେବେ ଯେତେବେଳେ ତାପର ଦିନ ସ୍ଵାମୀ ଫୋନ କରିଥିଲେ ଆଉ ସ୍ତ୍ରୀ ଉଠାଇ ନଥିଲେ । ସେତେବେଳେ ସ୍ବାମୀଙ୍କର ସନ୍ଦେହ ହୋଇଥିଲା । ଆଉ ନିଜ ସ୍ତ୍ରୀଙ୍କୁ ଖୋଜିବା ପାଇଁ ସେ ବାହାରି ପଡ଼ିଥିଲେ ।

ସେପଟେ ଚକଲେଟ୍ ଆଣିବା କଥା କହି ମହିଳା ଜଣକ ହୋଟେଲ ଭିତରୁ ବାହାରି ଆସିଥିଲେ ଆଉ ଅଧିକ ସମୟ ବିତି ଯାଇଥିବା ପରେ ମଧ୍ୟ ମହିଳା ଜଣକ ନ ଫେରିବାରୁ ଧରମ ଭାଇ ବ୍ୟସ୍ତ ହୋଇ କାନ୍ଦି କାନ୍ଦି ତାଙ୍କୁ ଖୋଜିବାକୁ ଲାଗିଥିଲେ । ଆଉ ନ ଭାଇ ରୁମ୍ କୁ ଫେରି ଯାଇଥିଲେ । ଦେଖିଲା ବେଳକୁ ମହିଳା ଜଣକ ରୁମ୍ ମଧ୍ୟରେ ରହିଥିଲେ । ଅନ୍ୟ ପକ୍ଷରେ ମହିଳା ଜଣକ ସ୍ଵାମୀ ଖୋଜା ଖୋଜି କରିବା ପରେ ଶେଷରେ ମହିଳା ଆଉ ତାଙ୍କ ଧରମ ଭାଇଙ୍କୁ ହୋଟେଲ ମଧ୍ୟରୁ ଧରି ନେଇଥିଲେ । ତେବେ ଆଜିକୁ ବର୍ଷେ ବିତି ଯାଇଥିବା ପରେ ମଧ୍ୟ ସେହି କଥାକୁ ନେଇ ଆଜି ବି ଚର୍ଚ୍ଚା ହୋଇଥାଏ ।

Leave a Reply

Your email address will not be published. Required fields are marked *