ପ୍ରେମ ସାଜିଲା ଅଭିଶାପ ପ୍ରେମିକ ସହିତ ଫେ-ରାର ହେଇ ନାମ ନେଲା ପ୍ରେମିକା ।

ପ୍ରେମ ମିଳିଗଲେ ସ୍ବର୍ଗ ନ ମିଳିଲେ ଭାଗ୍ୟ । କୁହାଯାଏ ପ୍ରେମ ପବିତ୍ର,ପ୍ରେମ ଚିରନ୍ତନ ଆଉ ପ୍ରେମ ସତ୍ୟ ଶିବ ସୁନ୍ଦରର ଅପୂର୍ବ ମିଳନ । ହେଲେ ବର୍ତ୍ତମାନ ସମୟରେ ଆଉ ନାହିଁ ଚିରନ୍ତନ ପ୍ରେମ । ବର୍ତ୍ତମାନ ସମୟରେ କିଛି ଯୁବ ପିଢ଼ିଙ୍କ ପାଇଁ ବଦଳି ଯାଇଛି ପ୍ରେମର ପରିଭାଷା । ପ୍ରେମ କରିବାର ବୟସ ନ ହେଉନୁ ପ୍ରେମ କରି ନାମ ନେଇଛନ୍ତି ନାବାଳିକା । ପ୍ରେମର ଜାଲରେ ପଡ଼ି ଜୀବନ ହରାଇ ଦେଇଛନ୍ତି ନାବାଳିକା । ପ୍ରେମିକ ସହ ଘରୁ ବାପା ମାଙ୍କୁ ପର କରି ଫେ-ରାର ହୋଇଯିବା କାଳ ସାଜିଛି ନାବାଳିକାଙ୍କ ପାଇଁ । ଆଉ ଏବେ ଯାହା ଘଟି ଯାଇଛି ନାବାଳିକାଙ୍କ ସାଥିରେ ତାହା ନାବାଳିକା କେବେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ ।

ନାବାଳିକା ଜଣଙ୍କ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଯୁବକ ଜଣଙ୍କ ସବୁବେଳେ ନାବାଳିକାଙ୍କୁ ମିଠା ମିଠା କଥା କହି ସ୍ଵପ୍ନ ରାଇଜରେ ବୁଲାଉ ଥିଲେ । ଆ ଜହ୍ନ ମାମୁଁ ଗୀତ କୁହାଇ ପ୍ରେମିକାର ମନ କିଣିଥିଲେ । ଆଉ ନାବାଳିକାଙ୍କୁ ଛାଡି ସେ ରହି ପାରୁ ନଥିବା କହିବା ପରେ ଦୁହେଁ ମିଶି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଘର ଲୋକେ ରାଜି ନ ହେବାରୁ । ପ୍ରେମିକ ଜଣଙ୍କ କହିଥିଲେ ଭଲ ପାଇଛେ ମାନେ ପ୍ରେମକୁ ସାକାର କରିବା । ଆଉ ସେଥିପାଇଁ ଯାହା ଆବଶ୍ୟକ ସବୁ ମୁଁ କରିବାକୁ ପ୍ରସ୍ତୁତ ଅଛି ।

ତେବେ ନାବାଳିକାଙ୍କ ମନ ବଦଳାଇ ତାଙ୍କ ସହିତ ଫେ-ରାର ହୋଇଯିବା ନେଇ ଯୁବକ କହିଥିଲେ । ହେଲେ ନାବାଳିକା ମନା କରିବାରୁ ପ୍ରେମିକ କହିଥିଲେ ଯଦି ବଞ୍ଚିବା ଏକାଠି ବଞ୍ଚିବା ଆଉ ଯଦି ମ-ରିବା ଏକାଠି ମ-ରିବା । ଏହା ପରେ ଦୁହେଁ ଘର ଛାଡ଼ି ପଳାଇ ଯାଇଥିଲେ । ଘର ଛାଡ଼ି ଯିବାର ଆଠ ମାସ ପରେ ନାବାଳିକା ଯୁବତୀ ଜଣଙ୍କ ଘରକୁ ଫୋନ୍ କରିଥିଲେ ବୋଉ ମୋ ହାତ ଗୋଡ ଦରଜ ହେଉଛି । ମୋ ଦେହ ଟା କାଇଁ ଭଲ ଲାଗୁନି । ଆଉ ଏହାର ତିନି ଦିନ ପରି ଯୁବକ ଫୋନ୍ କରି କହିଥିଲେ । ତୁମ ଝିଅ ଆଉ ଏ ଦୁନିଆ ରେ ନାହିଁ ।

ଏଭଳି ଘଟ-ଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ପ୍ରେମିକ ସହ ଫେରାର ହେବା ପରେ ନାବାଳିକାଙ୍କ ମୃ-ତ୍ୟୁ ଘଟିଛି । ଡେଙ୍ଗୁ ଜ୍ଵର ରେ ସେ ସବୁ ଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି । ତେବେ ଏହା ନାବାଳିକାଙ୍କ ମା ଜାଣିବା ପରେ । ଯୁବକ ଜଣଙ୍କ ତାଙ୍କ ଝିଅକୁ ମା-ରି ଦେଇଥିବା ସେ ଅଭି-ଯୋଗ ଆଣିଛନ୍ତି । ଘରୁ ଯିବାର ମାତ୍ର ଆଠ ମାସ ଭିତରେ ଏପରି ଅଭି-ଯୋଗ ଆସିବା ପରେ । ଏବେ ଝିଅକୁ ହରାଇ ଦୁଃ-ଖରେ ଭାଙ୍ଗି ପଡିଛନ୍ତି ନାବାଳିକାଙ୍କ ବାପା ମା । ତେବେ ବର୍ତମାନ ଗାଁକୁ ଫେରିଛି ନାବାଳିକାଙ୍କ ମୃ-ତ ଶରୀର ।

Leave a Reply

Your email address will not be published. Required fields are marked *