ରାସ୍ତା ଉପରେ ମହିଳା ପ୍ରାର୍ଥୀଙ୍କ ଚୁଟି ଘୋଷାଡି ମାଡ଼ ମାରିଲେ ଦୁର୍ବୁତ୍ତ, ଦେଖନ୍ତୁ କଣ କହୁଛନ୍ତି ମହିଳା ଜଣକ।

ବର୍ତ୍ତମାନ ଓଡ଼ିଶାରେ ନିର୍ବାଚନ ମାହୋଲ ଗରମ ରହିଛି। ପଞ୍ଚାୟତ ନିର୍ବାଚନ ଜୋରଦାର ପ୍ରଚାର ମଧ୍ୟ ଚାଲିଛି। ତେବେ ନିର୍ବାଚନ ସମୟରେ ଗଣ୍ଡଗୋଳ ନ ହେବ ଏହା ନିର୍ବାଚନରେ ଶୋଭା ପାଏ ନାହିଁ। ଅର୍ଥାତ ନିର୍ବାଚନ ସମୟରେ ସର୍ବଦା ଗଣ୍ଡଗୋଳ ଦେଖିବାକୁ ମିଳିଥାଏ। ତେଣୁ ରାଜ୍ୟସରକାର ସଜାଗ ମଧ୍ୟ ରହିଥାନ୍ତି। ବିଶେଷ କରି ମତ ଦାନ ସମୟରେ ନିର୍ବାଚନ ବୁଥ ଭଙ୍ଗା ରୁଜା କରିବା ଗଣ୍ଡଗୋଳ ଏବଂ ମାଡ ମରାମରି ଠାରୁ ଆରମ୍ଭ କରି ବୋମା ବିସ୍ଫୋରଣ ପର୍ଯ୍ୟନ୍ତ ଅଶାନ୍ତ ପରିବେଶ ଦେଖିବାକୁ ମିଳିଥାଏ।

ତେବେ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳରେ ନିର୍ବାଚନୀ ହିଂସା କାଣ୍ଡ ଦେଖିବାକୁ ମିଳିଛି। ୧୫-୨୦ ଜଣ ଯୁବକ ବୁଥ୍ ରିଗିଂ କରିବା ସହିତ ଭଙ୍ଗାରୁଜା କରିଥିଲେ। କେବଳ ସେତିକି ନୁହେଁ ଜଣେ ମହିଳା ପ୍ରାର୍ଥୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଚୁଟି ଘୋଷାଡି ମାଡ଼ ମାରିଥିଲେ ଦୁର୍ବୁତ୍ତ। ତେବେ ଏହି ଘଟଣା ମତଦାନ ସମୟରେ ଘଟିଥିଲା ବୋଲି ଜଣା ପଡ଼ିଛି। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ଦୁର୍ବୁତ୍ତ ଖସି ପଳାଇ ଥିଲେ।

ମହିଳା ପ୍ରାର୍ଥୀ ଜଣକ କହିଥିଲେ ଯେ ମଣ୍ଟୁ, ଦିଜ, ସଞ୍ଜୟ, ଦଇଲ, କୈଳାସ ବେହେରା ପ୍ରମୁଖ ବ୍ୟକ୍ତି ମାନେ ମତଦାନ କେନ୍ଦ୍ରରେ ପହଞ୍ଚି ଆସି ପ୍ରଥମେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହାପରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ତେବେ ମୁଁ ଯେତେବେଳେ ଏହାକୁ ବିରୋଧ କରିଲି ସେମାନେ ମୋ ଚୁଟି ଘୋଷାଡିବା ସହ ମାଡ଼ ମାରିଥିଲେ। କେବଳ ସେତିକି ନୁହେଁ ଦୁର୍ବୁତ୍ତ ମାନେ ଅଶାଳୀନ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *