ଆସିଲା ଭୟଙ୍କର ଲାସା ଭୁତାଣୁ , ଜାଣନ୍ତୁ ଏହାର ଉପଚାର ଏବଂ ଲକ୍ଷଣ ସମ୍ପର୍କରେ

ସାରା ବିଶ୍ୱକୁ କରୋନା ମହାମାରୀ ନିଜ କବଳରେ କବଳିତ କରି ରଖିଛି । ଆଉ ଅନେକଙ୍କର ଜୀବନ ମଧ୍ୟ ନେଇ ଯାଉଛି । ଏ ଯାଏଁ ସେ ତାର କରାଳ ଛାୟାକୁ ମେଲାଇ ରଖିଛି । ତେବେ ଅନେକ ମାସର ଚେଷ୍ଟା ପରେ ବିଶେଷଜ୍ଞ ମାନେ ଏହି ଭୁତାଣୁକୁ ବିନାଶ କରିବାପାଇଁ ଟିକା ମଧ୍ୟ ବାହାର କରିଛନ୍ତି । ତେବେ ଟିକା ପରେ ମଧ୍ୟ ଅନେକ ଲୋକ ଏହି ରୋଗରେ ପୀଡିତ ହେଉଛନ୍ତି । କାହିଁକି ନା ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ବହୁ ମାତ୍ରାରେ ରହିଛି । ଲୋକେ ସବୁ ଜାଣି ମଧ୍ୟ ଅଜଣା ଭଳି ହେଉଛନ୍ତି । ତେବେ ଏହାପରେ ଓମିକ୍ରନ ଆସି ଲୋକଙ୍କୁ ଆହୁରି ଭୟଭୀତ କରାଇ ଦେଇଛି । ଏହି ରୋଗରେ ପୀଡିତ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟୁଅଛି ।

ଅନ୍ୟପକ୍ଷରେ ଏହି ସବୁ ରୋଗ ବ୍ୟତୀତ ଏବେ ଏକ ନୂଆ ରୋଗ ଆସିଅଛି । କରୋନା ଏବଂ ଓମିକ୍ରନ ପରେ ଏହାକୁ ଏକ ମାରାତ୍ମକ ଭୂତାଣୁ ବୋଲି କୁହାଯାଉଛି । ତେବେ ଫେବୃଆରୀ ୧୧ ତାରିଖରେ ବ୍ରିଟେନରେ ଲାସା ଜ୍ବରରେ ପୀଡିତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ୨୦୦୯ ମସିହା ପରେ ବ୍ରିଟେନରେ ଲାସା ଜ୍ଵରର ତିନୋଟି ମାମଲା ଦାଖଲ ହୋଇଛି , ଆଉ ସେ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏହା ବ୍ରିଟେନ ବାସିନ୍ଦାଙ୍କୁ ଅତ୍ୟନ୍ତ ଭୟଭୀତ କରିଦେଇଛି । ଆପଣ ମାନଙ୍କୁ ଗୋଟିଏ କଥା କହିରଖୁଛୁ କି ଲାସା ଜ୍ବରରେ ସଂକ୍ରମିତ ହୋଇଥିବା ତିନି ଜଣ ବ୍ୟକ୍ତି ଗୋଟିଏ ପରିବାରର ହିଁ ଅଟନ୍ତି । ତେବେ କିଛି ଦିନ ପୂର୍ବରୁ ସେମାନେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।

ନାଇଜେରିଆର ଲାସା ନାମକ ସ୍ଥାନରେ ଏହି ଭୂତାଣୁର ପ୍ରଥମ ମାମଲା ଦେଖା ଯାଇଥିଲା । ଯାହାପରେ ଏହାର ନାମକୁ ଲାସା ଭୁତାଣୁ ବା ଲାସା ଜ୍ୱର ବୋଲି ରଖା ଯାଇଥିଲା । ତେବେ ଜାଣିରଖନ୍ତୁ କି ଏହି ଲାସା ଭୂତାଣୁ ଇବୋଲା ଏବଂ ମାର୍ଗବର୍ଗ ଶ୍ରେଣୀର ଏକ ଭୂତାଣୁ ଅଟେ । ତେବେ ଆସନ୍ତୁ ଏହି ଜ୍ୱର କଣ ଏବଂ ଏହି ଭୂତାଣୁ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଲାସା ଜ୍ୱର କଣ:-

ସର୍ବପ୍ରଥମେ ନାଇଜେରିଆର ଲାସାର ପ୍ରଥମ ମାମଲା ୧୯୬୯ ମସିହାରେ ଦେଖା ଯାଇଥିଲା ବୋଲି ସେଣ୍ଟର ଫର ଡିଜିଜ ଏବଂ ପଲ୍ୟୁସନ ଅନୁଯାୟୀ ଜଣାପଡ଼ିଛି । ଯେତେବେଳେ ଦୁଇ ଜଣ ନର୍ସଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିଲା , ସେତେବେଳେ ନାଇଜେରିଆରେ ଏହି ରୋଗକୁ ଚିହ୍ନଟ କରାଯାଇଥିଲା । ତେବେ ଆପଣ ମାନେ ସମସ୍ତେ ଗୋଟିଏ କଥା ଜାଣିରଖନ୍ତୁ କି ଏହି ଲାସା ଜ୍ୱର ମୂଷା ଦ୍ୱାରା ସଂକ୍ରମିତ ହୋଇଥାଏ । ତେବେ ଦକ୍ଷିଣ ଆଫ୍ରିକାରେ ସର୍ବପ୍ରଥମେ ଏହି ରୋଗ ଦେଖା ଯାଇଥିଲା । ଆଉ ଗୋଟିଏ କଥା ଆପଣ ଜାଣିଥିବେ କି ମୂଷା ମାନଙ୍କ ଦ୍ୱାରା ପ୍ଲେଗ ରୋଗ ସଂକ୍ରମିତ ହୋଇଥାଏ କିନ୍ତୁ ଲାସା ମଧ୍ୟ ଏହି ମୂଷା ମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ ।

କିପରି ସଂକ୍ରମିତ କରାଏ ଲାସା:-

ମୂଷା ମାନଙ୍କର ମଳ ଏବଂ ମୂତ୍ର ସାହାଯ୍ୟରେ ଲାସା ଭୁତାଣୁ ବ୍ୟାପିଥାଏ । ଯଦି କୌଣସି ବ୍ୟକ୍ତି ଏହି ମୂଷା ମାନଙ୍କର ମଳ ଏବଂ ମୂତ୍ର ସଂସ୍ପର୍ଶରେ ଆସିବେ , ତେବେ ସେ ସଂକ୍ରମିତ ହୋଇଯିବେ । ତେବେ ସଂକ୍ରମିତ ମୂଷା ମାନେ ମଳ ମୂତ୍ର କରିଥିବା ସ୍ଥାନରେ ଏରୋସୋଲାଇଜଡ଼ ନାମକ ଉପାଦାନ ସୃଷ୍ଟି ହୋଇ ବାୟୁରେ ମିଶି ଯାଇଥାଏ । ଆଉ ପରେ ଏହା ନିଃଶ୍ବାସ ପ୍ରଶ୍ବାସ ସାହାଯ୍ୟରେ ମଣିଷର ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଆଉ ଏଇଥି ପାଇଁ ମଣିଷ ମାନେ ଏହି ଭୁତାଣୁ ଦ୍ୱାରା ସଂକ୍ରମିତ ହୁଅନ୍ତି । ତେବେ ଆଉ ଏକ କଥା ମନେରଖନ୍ତୁ , ସଂକ୍ରମିତ ମୂଷା ମାନଙ୍କୁ ନିଜ ଆହାର ଭାବରେ ସେବନ କରୁଥିବା ଲୋକମାନଙ୍କୁ ମଧ୍ୟ ଏହି ଭୁତାଣୁ ଆକ୍ରମଣ କରିଥାଏ ।

ଜ୍ଵରର ଲକ୍ଷଣ:-

ଆପଣ ମାନଙ୍କୁ ଗୋଟିଏ କଥା କହିରଖୁଛୁ କି , ଲାସା ଜ୍ବରରେ ପୀଡିତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଲକ୍ଷଣ ସାମାନ୍ୟ ଭାବରେ ଦେଖା ଯାଇଥାଏ । ତେବେ ଏହି ଲକ୍ଷଣ ମାନଙ୍କ ମଧ୍ୟରେ ଜ୍ୱର , ମୁଣ୍ଡବିନ୍ଧା , ଗଳା ଯନ୍ତ୍ରଣା , ଦୁର୍ବଳତା , ତରଳ ଝାଡା , ବାନ୍ତି ଏବଂ କାଶ ଆଦି ଅନ୍ତର୍ଭୁକ୍ତ ରହିଛି । ତେବେ ଏହି ରୋଗ ଅଧିକ ସଂକ୍ରମିତ ହେଲେ , ଫୁସଫୁସରେ ପାଣି ଜମିବା , ମୁଁହ ଫୁଲିଯିବା ଏବଂ ଅନ୍ତନଳୀରୁ ରକ୍ତସ୍ରାବ ଆଦି ହୋଇଥାଏ । ଅନ୍ୟପକ୍ଷରେ ଏହି ରୋଗ ଅତ୍ୟଧିକ ସଂକ୍ରାମକ ହେବା ଫଳରେ ଶରୀର ଥରିବା , ଝଟକା ଲାଗିବା ଭଳି ଅନୁଭବ ହୋଇଥାଏ । ଏହାବ୍ୟତୀତ ମଣିଷ କୋମାକୁ ମଧ୍ୟ ଚାଲି ଯାଇପାରେ । ତେଣୁ ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ନିଅନ୍ତୁ ।ଭୁତାଣୁ ଅଧିକ ସଂକ୍ରାମକ ହେଲେ ଅଧିକ ମାରାତ୍ମକ ହୋଇଥାଏ ଏବଂ ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପିଥାଏ ।

ଜଣଙ୍କ ଠାରୁ ଆଉ ଜଣଙ୍କୁ କିପରି ବ୍ୟାପିଥାଏ:-

ହାତ ମିଶାଇବା , ପାଖରେ ବସିବା କିମ୍ବା ଆଲିଙ୍ଗନ କରିବା ଦ୍ୱାରା ଏହି ଭୁତାଣୁ ବ୍ୟାପିଥାଏ । ତେବେ ଏହି ରୋଗର ଲକ୍ଷଣ ଦେଖା ଯିବା ପାଇଁ ପ୍ରାୟତଃ ୧ ରୁ ୩ ସପ୍ତାହ ପର୍ଯ୍ୟନ୍ତ ଲାଗିଥାଏ ।

ଏହି ଭୁତାଣୁ ଠାରୁ ନିଜକୁ କିପରି ରକ୍ଷା କରିବେ:-

ଏହି ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ସର୍ବପ୍ରଥମେ ଆପଣ ମୂଷା ମାନଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ । ଏହାବ୍ୟତୀତ ମୂଷା ମାନଙ୍କର ମଳ ମୂତ୍ର ପଡିଥିବା ସ୍ଥାନ ଠାରୁ ମଧ୍ୟ ଆପଣଙ୍କୁ ଦୁରେଇ ରହିବାକୁ ପଡିବ । ଘରର ବାହାରେ କିଛି ଜିନିଷ ପକାନ୍ତୁ ନାହିଁ । ସବୁ ଜିନିଷକୁ ଠିକ୍ ସ୍ଥାନରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *