ନିର୍ବାଚନ ପ୍ରଚାର ବେଳେ ଚାଲିଗଲା ଅକାଳରେ ଜୀବନ , ବାପ ଛେଉଣ୍ଡ ହୋଇଗଲେ ପୁଅ

ବର୍ତ୍ତମାନ ନିର୍ବାଚନ ପରିବେଶ ଗରମ ରହିଛି । ଗାଁ ଗହଳି ନିର୍ବାଚନ ପାଇଁ ଚଳ ଚଞ୍ଚଳ ହୋଇଉଠିଛି । ଚାରିଆଡେ ହା ହା କାର ଶୁଭାଯାଉଛି । ରାଜନେତା ମାନେ ଭୟଭୀତ ହୋଇ ଯାଉଛନ୍ତି କି ତାଙ୍କୁ ଭୋଟ ମିଳିବ କି ନାହିଁ । ଆଉ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି । ଘର ଘର ବୁଲି ସେମାନେ ଲୋକମାନଙ୍କୁ ସଚେତନ କରୁଛନ୍ତି ଆଉ ସେମାନଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି । ଚାରିଆଡେ ଭିନ୍ନ ଭିନ୍ନ ପ୍ରକାରର ମାଧ୍ୟମକୁ ଆପଣେଇ ପାର୍ଥି ଭୋଟ ମାଗୁଛନ୍ତି ।
ତେବେ ସେହି ରାଜନେତା ମାନଙ୍କ ପଛରେ ଅନେକ ନିରୀହ ସାଧାରଣ ଲୋକ ରହୁଛନ୍ତି , ଯେଉଁମାନେ ଯାଇ ନିର୍ବାଚନ ପ୍ରଚାର କରୁଛନ୍ତି । ତେବେ ନିର୍ବାଚନ ପ୍ରଚାର କରିବା ସାଧାରଣ କଥା ଅଟେ କିନ୍ତୁ ଥରେ ଭାବନ୍ତୁ ଯଦି କୌଣସି ସାଧାରଣ ଲୋକଙ୍କର ନିର୍ବାଚନ ପ୍ରଚାର କରୁଥିବା ସମୟରେ ଯଦି କୌଣସି ଅଭାବନୀୟ ଘଟଣା ଘଟେ , ତେବେ ଦାୟୀ କିଏ ହେବ ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କଟକ ଜିଲ୍ଲା ସାଲେପୁରର ରାଘବପୁର ଅଞ୍ଚଳରେ । ଯେଉଁଠାରେ ନିର୍ବାଚନ ପ୍ରଚାର ପାଇଁ ଭଞ୍ଜ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ତିନି ଜଣ ବ୍ୟକ୍ତି ଘରୁ ଡାକି ନେଇ ଯାଇଥିଲେ । କିନ୍ତୁ ସେ ଯାଇଥିଲେ ସତ କିନ୍ତୁ ଆଉ ଘରକୁ ଫେରି ନଥିଲେ । ତେବେ ହଠାତ ଖବର ମିଳିଥିଲା କି , ଭଞ୍ଜ ସାମଲ ଆଉ ନାହାଁନ୍ତି । ଆଉ ତାଙ୍କ ଘରେ କୁହାଯାଇଥିଲା କି ସେ ମଦ ପିଇ ଅଭାବନୀୟ ଅବସ୍ଥାରେ ପଡିଛନ୍ତି ଆଉ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ପରେ ସମସ୍ତେ ଯାଇ ଭଞ୍ଜ ସାମଲଙ୍କ ମୃତ ଦେହକୁ ଆଣିଥିଲେ ଏବଂ ରାସ୍ତା ଉପରେ ବସି ଆନ୍ଦୋଳନ କରିଥିଲେ । ଆଉ କ୍ଷତିପୂରଣ ପାଇଁ ଦାବି କରିଥିଲେ । ତେବେ ତାଙ୍କ ଛୋଟ ପୁଅର କହିବା ଅନୁଯାୟୀ , ଯେଉଁ ତିନିଜଣ ବ୍ୟକ୍ତି ଅର୍ଥାତ ହେମନ୍ତ , ଗୁରିଆ ଏବଂ ବାବୁ କୁମାର ତାଙ୍କୁ ଡାକି ନେଇଥିଲେ । ସେମାନେ ହିଁ ତାଙ୍କ ଖାଦ୍ୟରେ କଣ ମିଶାଇ ଦେଇଛନ୍ତି ଆଉ ତାକୁ ଖାଇ ତାର ବାପାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ସେହି ତିନି ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ତେବେ ପରିବାର ଲୋକ ରାସ୍ତା ଉପରେ ନ୍ୟାୟ ପାଇଁ ଆନ୍ଦୋଳନରେ ବସିଥିଲେ। କିନ୍ତୁ ପରେ ତାଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦିଆ ଯାଇଥିଲା ଆଉ ସେମାନେ ଉଠି ଯାଇଥିଲେ ।

ତେବେ ଭଞ୍ଜ ସାମଲଙ୍କ ଶଳାଙ୍କର କହିବା ଅନୁଯାୟୀ , ଭଞ୍ଜଙ୍କର ଦୁଇ ପୁଅ ଏବେ ବହୁତ ଛୋଟ ଅଛନ୍ତି । ସେମାନେ କିପରି ଭାବରେ ପରିବାରର ବୋଝ ସମ୍ଭାଳିବେ । ତାଙ୍କ ମାଙ୍କୁ ସମ୍ଭାଳିବେ । ନିଜ ପରିବାରର ଭରଣପୋଷଣ କିପରି କରିବେ । ତେବେ ଆଗକୁ କଣ ହେଉଛି ତାହା ଦେଖିବା ବାକି ରହିଲା । ତେବେ ଆପଣ ମାନେ ଗୋଟିଏ କଥା ଭାବନ୍ତୁ କି ଏହି ନିର୍ବାଚନ ପାଇଁ ପ୍ରତିଦିନ କେତେ କେତେ ଲୋକଙ୍କର ଜୀବନ ଅକାଳରେ ଯାଉଛି । ବିନା ଦୋଷରେ କେତେ ଲୋକ ଆଖି ବୁଜି ଦେଉଛନ୍ତି ।

Leave a Reply

Your email address will not be published. Required fields are marked *