ସ୍ଵାମୀ ଆଉ ଦୁଇ ପିଲାଙ୍କୁ ଛାଡି ପରପୁରୁଷ ସହ ଚାଲି ଯାଇଥିଲେ ମହିଳା , ଏବେ ସ୍ଵାମୀ ପାଖକୁ ଫେରି କହୁଛନ୍ତି ଏମିତି

ବିବାହ କରିଥିଲେ ଆଉ ହସ ଖୁସିରେ ମଧ୍ୟ ପରିବାରରେ ରହିଥିଲେ । ସ୍ଵାମୀଙ୍କ ସହ ମିଶି ନିଜର ଏକ ହସ ଖୁସିର ସଂସାର ରହିଥିଲା । ଆଉ ଧିରେ ଧିରେ ପରିବାର ମଧ୍ୟ ଆଗକୁ ବଢିଥିଲା । କାହିଁକି ନା କୋଳକୁ ଆସିଥିଲେ ଦୁଇ ପିଲା । ଗୋଟିଏ ପୁଅ ଆଉ ଗୋଟିଏ ଝିଅ ବାପା ଆଉ ମାଆ ମିଶି ଶାନ୍ତିରେ ରହିଥିଲେ । କିନ୍ତୁ ହଠାତ୍ ମାଡ଼ି ଆସିଥିଲା ମାଆ ଜୀବନରେ ଆଉ ଜଣେ ପୁରୁଷ ଆଉ ମାଆ ତାର ସ୍ନେହ ମମତାକୁ ପଛରେ ଛାଡି ଦେଇ ଆଗକୁ ଚାଲି ଯାଇଥିଲେ । ଭୁଲି ଯାଇଥିଲେ ସବୁକିଛି ।

ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ସୂଚନା ଅନୁସାରେ , ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବରମୁଣ୍ଡୁଲି ପଞ୍ଚାୟତର ପାନସା ଗାଆଁର ପ୍ରମୋଦ ଦାସ ୨୦୦୮ ମସିହାରେ ହୁକୁମା ଗାଁର ରୀନାଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ରହିଥିଲେ । କିନ୍ତୁ ୨୦୨୦ ମସିହାରେ ଝିଅ ପୁଅ ଆଉ ସ୍ବାମୀଙ୍କୁ ଛାଡି ଦେଇ ରୀନା ସେହି ଗାଆଁରେ ହିମ ସେଠୀଙ୍କ ସହ ଚାଲି ଯାଇଥିଲେ ଆଉ ତାଙ୍କୁ ବିବାହ କରିଥିଲେ । କାହିଁକି ନା ଦୁହିଁଙ୍କ ପ୍ରେମ ଅନ୍ଧ ଥିଲା।

ତେବେ ସେଥିରୁ ତାଙ୍କର ଗୋଟିଏ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା । କିନ୍ତୁ ଧୀରେ ଧୀରେ ପ୍ରେମିକ ତାଙ୍କୁ ଧୋ-କା ଦେବାକୁ ଲାଗିଥିଲା । ଆଉ ତାଙ୍କୁ ତାଙ୍କ ଘରୁ ବାହାର କରି ଦେଇଥିଲା । କାହିଁକି ନା ରୀନାଙ୍କ ପ୍ରତି ତାର ଆଉ ଭଲ ପାଇବା ନଥିଲା । ତେଣୁ ବାଧ୍ୟ ହୋଇ ରୀନା ସେଠାରୁ ଆସିଥିଲେ । ତେଣୁ କରି ଏହାପରେ ରୀନା ନିଜ ସ୍ଵାମୀଙ୍କ ଘର ଆଗରେ ଆସି ଛିଡା ହୋଇଥିଲେ ଆଉ କହିଥିଲେ ମୋତେ ଫେରାଇ ନିଅ । କିନ୍ତୁ ସ୍ଵାମୀ ତାଙ୍କୁ ରଖିବେ ନାହିଁ ବୋଲି କହିଥିଲେ । ଆଉ ଗାଁରେ ମଧ୍ୟ ସଭା ବସିଥିଲା , ଯେଉଁଥିରେ ଗାଁ ଲୋକ ମଧ୍ୟ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ।

ଆଉ ବାଧ୍ୟ ହୋଇ ପୁଣି ଥରେ ନିଜ ପ୍ରେମିକ ପାଖକୁ ଯାଇଥିଲେ ରୀନା । କିନ୍ତୁ ସେଠାରେ ଦେଖିଲା ବେଳକୁ ପ୍ରେମିକ ଘରେ ତାଲା ପଡିଛି । ଆଉ ନିଜର ଦୁଇ ବର୍ଷର ପୁଅକୁ ନେଇ ଘର ଆଗରେ ଛିଡା ହୋଇଛନ୍ତି ରୀନା । ତାଙ୍କ କଥା ଶୁଣିବାକୁ କେହି ନାହିଁ । ସେପଟେ ଗାଆଁ ଲୋକ ମଧ୍ୟ ଏପରି ଭାବରେ ରୀନାଙ୍କୁ ଦେଖୁଛନ୍ତି କିନ୍ତୁ ତାଙ୍କ ପାଖରେ କିଛି କରିବାକୁ ଉପାୟ ନାହିଁ । ତେବେ ବର୍ତ୍ତମାନ ଗାଆଁ ଲୋକ ମାନେ ପୋ-ଲିସ ପାଖରେ ଅଭି-ଯୋଗ କରିଛନ୍ତି । ଦେଖାଯାଉ କଣ ହେଉଛି । ବାସ୍ତବରେ ରୀନା କାହା ପାଖରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *