ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକଙ୍କ ଦେ-ହାନ୍ତ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।

ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକଙ୍କୁ ଅବା କିଏ ନଜାଣେ ? ଯିଏକି ଗତ ଦୀର୍ଘ ବର୍ଷ ହେବ ସଙ୍ଗୀତ ନିର୍ଦେଶନା ଏବଂ ରଚନା ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ସମୃଦ୍ଧ କରିବାରେ ବଡ଼ ଯୋଗଦାନ ଦେଇ ଆସିଛନ୍ତି । କିନ୍ତୁ ସେହି ଲୋକପ୍ରିୟ ବ୍ୟକ୍ତିତ୍ୱ ବର୍ତ୍ତମାନ ପୁରା ଓଡ଼ିଆ ଇଣ୍ଡଷ୍ଟ୍ରି ଏବଂ ନିଜର ସାତ ଜନ୍ମର ସାଥି କରିଥିବା ସ୍ତ୍ରୀକୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି ।

ଅଫେରା ରାଇଜର ରାଜା ହୋଇ ଯାଇଛନ୍ତି ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକ । କଟକ ସ୍ଥିତ ବାସ ଭବନରେ ରହିଛନ୍ତି ସ୍ୱରୂପ ନାୟକ । ତାଙ୍କର ନିଧନରେ ପୁରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କଳାକାର ତାଙ୍କର ଶେଷ ଦର୍ଶନ କରୁଛନ୍ତି ।ସମସ୍ତଙ୍କ ଗହଳି ଜମିଛି ସ୍ୱରୂପଙ୍କ ଘରେ । ପୁରା ଓଡ଼ିଆ ଫିଲ୍ମ ଦୁନିଆ ଆଜି ଦୁଃ-ଖିତ । ଏପଟେ ତାଙ୍କ ସ୍ତ୍ରୀ ସ୍ୱାମୀକୁ ଚାହିଁ ରହିଛନ୍ତି ଏବଂ ମନେ ମନେ ଭାବୁଛନ୍ତି ଯେଉଁ ମଣିଷ ତାଙ୍କ ସହିତ ସାରା ଜୀବନ ରହିବାକୁ ସଂକଳ୍ପ କରିଥିଲା ସେ କେମିତି ତାଙ୍କୁ ଛାଡ଼ି ଚାଲିଯାଇ ପାରିବ ?

କହିରଖିବୁ ଯେ ସ୍ୱରୂପ ନାୟକ କ୍ୟା-ନ୍ସର ରୋଗରେ ପୀ-ଡ଼ିତ ଥିଲେ । ସେ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଥିଲେ ଏବଂ ଗତ ୨୭ ତାରିଖରେ ତାଙ୍କର ମୃ-ତ୍ୟୁ ହୋଇଛି । ତେବେ ସମସ୍ତେ ଦର୍ଶନ କରି ସାରିବା ପରେ କଟକର ସତୀଚଉରା ସ୍ମଶାନରେ ସ୍ୱରୂପଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧା-ଞ୍ଜଳି ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ” ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେ-ହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କର ନିଆରା ସଙ୍ଗୀତ ସଂରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିର ସ୍ମରଣୀୟ ରହିବେ । ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଶୋ-କ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି । ” ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *