ଘରେ କଳା କନା ବୁଲାଇ ଦେଲା ରଙ୍ଗମିସ୍ତ୍ରୀ , ନେଇଗଲା ୨୬ ଲକ୍ଷ ଟଙ୍କା

ଘରେ ଯଦି ରଙ୍ଗମିସ୍ତ୍ରୀ କାମ କରୁଛନ୍ତି , ତେବେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ରଙ୍ଗମିସ୍ତ୍ରୀ ଘରେ ପଶି ଏମିତି କାମ କରିଲା , ଯାହାକୁ କେହି ବିଶ୍ୱାସ ମଧ୍ୟ କରିବେ ନାହିଁ। ଜଣେ ରଙ୍ଗମିସ୍ତ୍ରୀର ନଜର ଏତେ ପ୍ରଖର ଥିଲା ଯେ , ସେ ଘରୁ ଲୁ-ଟି ନେଇଗଲା ଏତେ ଟଙ୍କା । ଆଉ ଘରକୁ କରିଦେଲା ଶୁନ । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି । ଆଉ ଭୁବନେଶ୍ୱର ଅଞ୍ଚଳରେ ସମସ୍ତେ ହୋଇ ଯାଇଛନ୍ତି ସାବଧାନ ।

ସୂଚନା ଅନୁଯାୟୀ , ରାଜଧାନୀର ପ୍ରକୃତବିହାର ଅଞ୍ଚଳରେ ଘଟି ଯାଇଛି ଏପରି ଏକ ଘ-ଟଣା । ଚୋ-ର ମାନଙ୍କ ନଜର ରହିଥିଲା ଘରର ଲକ୍ଷ ଲକ୍ଷ ଟଙ୍କା ଉପରେ । ଆଉ ସେମାନେ ଜଣଙ୍କ ଘରର ଝରକା ତାଡି ଟଙ୍କା ଲୁ-ଟି ନେଇଥିଲେ । ତେବେ ଏହା ଜଣେ କି ଦୁଇଜଣ ନୁହେଁ ଚାରି ଚାରି ଜଣ ଚୋ-ର କରିଥିଲେ । ତେବେ ଏହି ଚୋ-ର ମାନେ ପୂର୍ବରୁ ଏକ ଯୋଜନା କରିଥିଲେ । ଆଉ ପରିବାରରେ କେହି ନଥିବା ସମୟରେ ସେମାନେ ଏହା କରିବାକୁ ଯୋଜନା କରିଥିଲେ ।

ତେବେ ଗତ ୧୫ ତାରିଖ ଦିନ ଯେତେବେଳେ ପରିବାର ଲୋକ ବାହାରି ଯାଇଥିଲେ ମନ୍ଦିରକୁ ସେହି ସମୟରେ ଘରେ ଦୁଇ ଜଣ ରଙ୍ଗମିସ୍ତ୍ରୀ ରଙ୍ଗ ଦେଉଥିଲେ । ଆଉ ଏହାପରେ ପରିବାର ଲୋକ କିଛି ନ ଭାବି ସିଧାସଳଖ ମନ୍ଦିରକୁ ଯାଇଥିଲେ । ତେବେ ଏହା ମଧ୍ୟରୁ ଦୁଇ ଜଣ ରଙ୍ଗମିସ୍ତ୍ରୀ ଜାଣିଥିଲେ ଯେ , ସେହି ଘରେ ଝିଅର ବିବାହ ପାଇଁ ବାପା ଜଣକ ଟଙ୍କା ଏକାଠି କରି ରଖୁଛନ୍ତି । ଆଉ ଯାହାପରେ ସେମାନଙ୍କ ଲୋଭ ବଢ଼ି ଯାଇଥିଲା । ସେମାନେ ଘରେ କେହି ନଥିବାର ସୁଯୋଗକୁ ଅପେକ୍ଷା କରିଥିଲେ ।

ଆଉ ଶେଷରେ ସଫଳ ମଧ୍ୟ ହୋଇ ଯାଇଥିଲେ । ତେବେ ଯେତେବେଳେ ପୁରା ପରିବାର ଲୋକ ଘରୁ ବାହାରି ଗଲେ ସେହି ଦୁଇ ଜଣ ରଙ୍ଗମିସ୍ତ୍ରୀ ନିଜର ସାଙ୍ଗ ମାନଙ୍କୁ ଡ଼ାକି ଦେଇଥିଲେ । ଆଉ ଦୁଇ ଜଣ ଝରକା ତାଡ଼ିବା ସହିତ ଆଉ ଦୁଇ ଜଣ ଘରେ ପଶି ୨୬ ଲକ୍ଷ ଟଙ୍କା ନେଇ ଯାଇଥିଲେ । ତେବେ ଏହି ଚାରି ଜଣକୁ ଧରିବା ପାଇଁ ଖଣ୍ଡଗିରି ପୋ-ଲିସ ନାକେଦମ ହୋଇ ଯାଇଥିଲା । କିନ୍ତୁ ଶେଷରେ ସେମାନଙ୍କୁ ଧରିବା ପାଇଁ ସଫଳ ହୋଇଥିଲା। ବର୍ତ୍ତମାନ ସମୟରେ ସେମାନଙ୍କ ଠାରୁ ୨୬ ଲକ୍ଷ ଟଙ୍କା ଜ-ବତ କରାଯାଇଛି ଆଉ ସେମାନଙ୍କୁ କୋର୍ଟ ଚା-ଲାଣ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *