ରାସ୍ତାରେ ଝିଅ ସହିତ ଏମିତି କଲେ ଭଦ୍ରକ ବିଧାୟକ । ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ଗତକାଲି ଏକ ଅତି ଦୁଃଖଦ ଦୃଶ୍ୟ ସାମ୍ନାକୁ ଆସିଥିଲା । ଯେଉଁଠି ଜଣେ ଅସହାୟ ଝିଅ ନିଜ ବାପାଙ୍କୁ ହସ୍ପିଟାଲ ନେବା ପାଇଁ କୌଣସି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ସୁବିଧା ନପାଇ ନିଜେ ଟ୍ରଲି ସାହାଯ୍ୟରେ ହସ୍ପିଟାଲ ନେଇ ଯାଇଛି । ଆଉ ଏହି ଦୃଶ୍ୟ ଦେଖିବା ପରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଏବଂ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ କିଛି ଏଭଳି କାମ କରିଛନ୍ତି ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପକେଟରୁ ରୁମାଲ ବାହାର କରି ଝିଅର ଲୁହକୁ ପୋଛି ଦେବା ସହିତ କାନ୍ଦିବାକୁ ମନା କରୁଛନ୍ତି ଏବଂ ଆଶ୍ୱାସନା ମଧ୍ୟ ଦେଇଛନ୍ତି ।

ଖବର ମୁତବିକ ନଧି ଗାଁର ସମ୍ଭୁଙ୍କର ହାତ ଭାଙ୍ଗିଯିବାରୁ ୩୫ କିଲୋମିଟର ଦୂର ଜିଲ୍ଲା ଚିକିତ୍ସାଳୟକୁ ତାଙ୍କ ଝିଅ ଟ୍ରଲି ଯୋଗେ ଆଣିଥିଲେ । ଆଉ ଯେତେବେଳେ ବାପାଙ୍କର ଅସ୍ତ୍ରୋ-ପଚାର ସରିଥିଲା ସେତେବେଳେ ମଧ୍ୟ ଆମ୍ବୁଲାନ୍ସ ନମିଳିବାରୁ ଟ୍ରଲିରେ ବାପାଙ୍କୁ ନେଇ ଗାଁକୁ ବାହାରି ଥିଲେ । କିନ୍ତୁ ଅଧା ରାସ୍ତାରେ ଭଦ୍ରକ ବିଧାୟକ ଏହା ଦେଖି ଅଟକି ଯାଇଥିଲେ । ଏହାପରେ ଝିଅକୁ ସବୁ କଥା ପଚାରି ବୁଝିବା ସହିତ ଝିଅର ଦୁଃଖକୁ ଦେଖି ନିଜେ ମଧ୍ୟ କା-ନ୍ଦି ପକାଇ ଥିଲେ ।

ଉଭୟଙ୍କ ସହିତ କଥା ହେବା ପରେ ସଙ୍ଗେ ସଙ୍ଗେ ଘଟ-ଣାସ୍ଥଳକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉଭୟଙ୍କୁ ଘଟ-ଣାସ୍ଥଳକୁ ଡକାଇ ଥିଲେ । ଏହାପରେ ଆମ୍ବୁଲାନ୍ସ ଡକାଇ ସମ୍ଭୁଙ୍କୁ ପୁଣିଥରେ ଜିଲ୍ଲା ଚିକିତ୍ସାଳୟକୁ ନେଇ ତାଙ୍କର ଅଧିକ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲେ ।

ତେବେ ଝିଅ ଜଣକ ଏବଂ ସମ୍ଭୁଙ୍କ କହିବା କଥା ଯେ ତାଙ୍କ ପଡ଼ୋଶୀ ଏବଂ ତାଙ୍କ ମଧ୍ୟରେ ଜମି ଜମା ବିବାଦକୁ ନେଇ ଝ-ଗଡ଼ା ଲାଗି ରହୁଥିଲା । ଆଉ ଏହି କାରଣରୁ ପଡ଼ିଶୀ ଲୋକ ତାଙ୍କ ଉପରେ ଆକ୍ର-ମଣ କରି ତାଙ୍କ ହାତ ଭାଙ୍ଗି ଦେଇଥିଲା । ଯେଉଁ କାରଣରୁ ସମ୍ଭୁଙ୍କ ସ୍ୱାସ୍ଥ୍ୟ ଖୁବ ଗୁରୁତର ଥିବା ବେଳେ ଝିଅ ବାପକୁ ହସ୍ପିଟାଲକୁ ନେବାକୁ କୌଣସି ଆମ୍ବୁଲାନ୍ସ ସୁବିଧା ନପାଇ ଏଭଳି ଟ୍ରଲିରେ ନେଇ ଯାଇଥିଲା । ଯେଉଁ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *