ସ୍ଵାମୀର ତକିଆ ତଳେ ସ୍ତ୍ରୀ ରଖୁଥିଲେ ଏହି ଜିନିଷ , ଶେଷରେ ହେଲା ଏମିତି ….

ସ୍ଵାମୀ ସ୍ତ୍ରୀ ଏବଂ ଗୋଟିଏ ପୁଅକୁ ନେଇ ଛୋଟିଆ ସଂସାରଟିଏ । ପରିବାରରେ ଲାଗି ରହିଥିଲା ଅନେକ ଖୁସି । ନା କିଏ ବାଧା ଦେଉଥିଲେ ନା କିଏ ଘର କଥାରେ ମୁଣ୍ଡ ପୁରାଉ ଥିଲେ । ସ୍ଵାମୀ ଯାହା କିଛି ବି ରୋଜଗାର କରୁଥିଲେ ସେଥିରେ ପରିବାର ହସ ଖୁସିରେ ଚଳି ଯାଉଥିଲା । କିନ୍ତୁ ପରିବାରରେ ହଠାତ୍ ଅଶାନ୍ତି ସେତେବେଳେ ଆରମ୍ଭ ହୋଇ ଯାଇଥିଲା ଯେତେବେଳେ ଏମିତି କିଛି ହୋଇଥିଲା । ଆଉ ଯାହାକୁ ସ୍ବୀକାର କରି ପାରିନଥିଲେ ସ୍ଵାମୀ । କହିଥିଲେ ସେ ଏପରି କିଛି କଥା , ଯାହା ପରେ କ-ଳହ ଧିରେ ଧିରେ ବଢ଼ି ବଢି ଚାଲିଥିଲା ।

ସୂଚନା ଅନୁଯାୟୀ , କେନ୍ଦ୍ରାପଡ଼ା ଜିଲ୍ଲା ଜଗୁ ଅଞ୍ଚଳରେ ରୁହନ୍ତି ବାସୁଦେବ ଆଉ ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅ । ବାସୁଦେବ କିଛି ବର୍ଷ ଆଗରୁ ଗୀତା ମହାନ୍ତି ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଆଉ ସେମାନଙ୍କର ୫ ବର୍ଷର ପୁଅଟିଏ ମଧ୍ୟ ଅଛି । ତେବେ ବିବାହ ପରେ ପରେ ସବୁକିଛି ଠିକ୍ ଥିଲା । କିନ୍ତୁ ହଠାତ୍ ଗୀତାଙ୍କ ଘର ଲୋକ ଏପରି କିଛି ଡିମାଣ୍ଡ କରିଥିଲେ , ଯାହାକୁ ଶୁଣି ବାସୁଦେବ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏପରି କାମ କରିବାକୁ ମନା କରି ଦେଇଥିଲେ ।

ଅର୍ଥାତ୍ ଗୀତାଙ୍କ ଘର ଲୋକଙ୍କ ଗୋଟିଏ ଡିମାଣ୍ଡ ଥିଲା ଯେ , ବାସୁଦେବ ତାଙ୍କ ଘରେ ଘର ଜୋଇଁ ହୋଇ କରି ରୁହନ୍ତୁ । କିନ୍ତୁ ତାହା କରିବାକୁ ଆଦୌ ପସନ୍ଦ କରୁ ନଥିଲେ ବାସୁଦେବ । ଆଉ ସେ ଏପରି କରିବାକୁ ମନା କରି ଦେଇଥିଲେ । ସେ ଏହି ସମ୍ପ-ର୍କରେ ଏମିତି ଘର ଜୋଇଁ ଶବ୍ଦ ଆଣିବାକୁ ଚାହୁଁ ନଥିଲେ । ତେବେ ଏହାକୁ ନେଇ ପରିବାରରେ କ-ଳହ ଲାଗି ରହିବା ସହିତ ଅଶାନ୍ତି ବଢ଼ି ଚାଲିଥିଲା । ଆଉ ଏହି କାମ କରିବା ପାଇଁ ସ୍ତ୍ରୀ ଗୀତା ଆପଣାଇ ଥିଲେ ଗୁଣି ଗାରେଡ଼ି । ଆଉ ଯାହାକୁ ଜାଣି ପାରି ନଥିଲେ ବାସୁଦେବ।

ଅର୍ଥାତ୍ ବାସୁଦେବଙ୍କ ତକିଆ ତଳେ ପାନ ଜରିରେ ଗୋଡ଼ାଇ କିଛି ସୂତା ଏବଂ କିଛି ଚେର ମୁଳି ରଖିଥିଲେ । ଯାହାକୁ ଆମେ କଳା ଯାଦୁ ମଧ୍ୟ କହି ପାରିବା । କିନ୍ତୁ ଏହା ତାଙ୍କ ପଛ ପଟେ ଚାଲିଛି ବୋଲି ବାସୁଦେବ ଜାଣି ନଥିଲେ । କିନ୍ତୁ ଏକଦା ଏହା ତାଙ୍କ ହାତରେ ବାଜି ଯାଇଥିଲା । ଆଉ ଯାହାପରେ ସେ ଏହା ବିଷୟରେ ନିଜ ସ୍ତ୍ରୀଙ୍କୁ ପଚାରି ଥିଲେ । ତେବେ ସ୍ତ୍ରୀ କହିଥିଲେ କି ପରିବାରରେ ଝଗ-ଡା ହେଉଛି ବୋଲି ସେ ବୋଇଷ୍ଣବି ଦେବୀଙ୍କ ଠାରୁ ଏହାକୁ ଆଣି ରଖିଛନ୍ତି । ଯାହା ପରେ ଦୁହିଁଙ୍କ ମଧ୍ୟରେ ଝ-ଗଡା ଲାଗି ରହିଥିଲା । ଆଉ ସ୍ତ୍ରୀ ନିଜ ପୁଅଙ୍କୁ ନେଇ ବାପ ଘର ଚାଲି ଯାଇଥିଲେ ।

Leave a Reply

Your email address will not be published. Required fields are marked *