କୁମାର ପୂର୍ଣ୍ଣିମାରେ ଚାନ୍ଦ ଟେକିବା ପୂର୍ବରୁ ଚାଲିଗଲା ଚାନ୍ଦିନୀଙ୍କ ସୁଲଭ ଜୀବନ । ଆଉ ଏବେ ସ୍ମଶା-ନରେ କା-ନ୍ଦୁଛି ଚାନ୍ଦିନୀଙ୍କ ଆତ୍ମା ।

ଜଣେ ଝିଅ ଅବିବାହିତ ଥିଲେ ତା ପାଇଁ ସବୁଠାରୁ ଖୁସିର ସମୟ କହିଲେ ହୋଇଥାଏ ରକ୍ଷା ବନ୍ଧନ ଏବଂ କୁମାର ପୂର୍ଣ୍ଣିମା । ଆଉ ଏହି ଦୁଇଟି ପର୍ବକୁ ସବୁ ଅବିବାହିତ କନ୍ୟା ଖୁବ ଉତ୍ସୁକତାର ସହିତ ଅନେକ ବସିଥାନ୍ତି । କେବେ ଆସିବ କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ କେତେ ଯେ ରୀତି ନୀତି ପୂଜା । ଆଉ ସବୁ ଝିଅ ଭଳି ଚାନ୍ଦିନୀ ଅର୍ଥାତ ପୂଜା ମଧ୍ୟ କିଛି ଏଭଳି ଆଶା ଏବଂ ଉତ୍ସାହ ନେଇ ଅପେକ୍ଷା କରିଥିଲା ଚଳିତ ବର୍ଷ କୁମାର ପୂର୍ଣ୍ଣିମାକୁ । ତାଙ୍କ ଅପେକ୍ଷାର ଅନ୍ତ ମଧ୍ୟ ଘଟିଥିଲା । ସାହି ପଡ଼ିଶା ସବୁ ଝିଅଙ୍କ ସହିତ ମିଶି କୁମାର ପୂର୍ଣ୍ଣିମାର ସବୁ ରୀତିନୀତି କରିଥିଲେ ପୂଜା ।

କିନ୍ତୁ ଦୁର୍ଭାଗ୍ୟ ମଧ୍ୟ ସେହି କୁମାର ପୂର୍ଣ୍ଣିମାରେ ଥିଲା । କିଏ ଜାଣିଥିଲା ଯେ ପୂଜାଙ୍କର ଏହି କୁମାର ପୂର୍ଣ୍ଣିମା ଓଷା କେବଳ ଏହି ବର୍ଷ ଶେଷ ଅଟେ । ପୂଜା ତ ଦୂରର କଥା , ଘରେ କେହିବି ଭାବି ନଥିଲେ ଯେ କୁମାର ପୂର୍ଣ୍ଣିମାରେ ଯେଉଁଠି ଖୁସିର ଚହଳ ଲାଗି ରହିଥାଏ , ସେଠାରେ ପୁଣି ଏଭଳି ଏକ ବଡ଼ ଅଘ-ଟଣ ଘଟିଯିବ ବୋଲି । ଆଉ ସେହି ଦୁର୍ଘ-ଟଣାରେ ଆଜି ପୂଜାଙ୍କର ମୃ-ତ୍ୟୁ ହୋଇ ଯାଇଛି । ବିଦ୍ୟୁତ ଆଘା-ତରେ ପୂଜାଙ୍କର ଜୀବନ ଚାଲି ଯାଇଛି । ସୂଚନା ଅନୁଯାୟୀ ଗତକାଲି କୁମାର ପୂର୍ଣ୍ଣିମାରେ ପୂଜା ମଧ୍ୟ ସବୁ ଝିଅଙ୍କ ଭଳି ବାର ବ୍ରତ ଓଷା ରଖିଥିଲେ ଏବଂ ଚାନ୍ଦ ମଧ୍ୟ ଟେକି ସାରିଥିଲେ ।

ଆଉ ଏହାପରେ ମଧ୍ୟ କିଛି ପୂଜା ବିଧି କରି ପୂଜା ଲାଇଟ ସାଉଣ୍ଡ ସଜାଡ଼ିବାରେ ଲାଗି ପଡ଼ିଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କ ସହିତ ଏଭଳି ଏକ ବଡ଼ ଅଘ-ଟଣ ଘଟିଯିବ ବୋଲି । ଲାଇଟ ସାଉଣ୍ଡ ସଜାଡ଼ିବା ବେଳେ ସର୍ଟ ସର୍କିଟ କାରଣରୁ ବିଦ୍ୟୁତ ବ୍ୟା-ଘାତ ଘଟି ପୂଜାଙ୍କ ମୃ-ତ୍ୟୁ ହୋଇ ଯାଇଛି ।

ତେବେ ଗାଁ ଲୋକଙ୍କ କହିବା କଥା ଯେ ଘଟ-ଣା ବିଷୟରେ ଯଦି ସଙ୍ଗେ ସଙ୍ଗେ ଜାଣି ପରିଥାନ୍ତେ ତେବେ ହୁଏତ ଆଜି ପୂଜାଙ୍କ ଜୀବନ ବଞ୍ଚି ଯାଇଥାନ୍ତା । କିନ୍ତୁ ସେହି ବିଷୟରେ ଜାଣିବା ପୂର୍ବରୁ ସବୁକିଛି ଶେଷ ହୋଇ ଯାଇଥିଲା । ତେବେ ପରେ ତାଙ୍କୁ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ମାତ୍ର ସେତେବେଳକୁ ତାଙ୍କର ମୃ-ତ୍ୟୁ ହୋଇ ସାରିଥିଲା । ଆଉ ବର୍ତ୍ତମାନ ତାଙ୍କର ଅନ୍ତିମ ସଂ-ସ୍କାର ମଧ୍ୟ ସରିଛି ।

Leave a Reply

Your email address will not be published. Required fields are marked *