ପରମାଣୁ ଯୁଦ୍ଧର ଭୟରେ ସାରା ବିଶ୍ୱ , ଏହି ଦେଶ ପାଖରେ ରହିଛି ବୋମା

ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ସମୟରେ ଯୁଦ୍ଧ ଚାଲିଥିବାର ଘଟଣା ଆପଣ ସମସ୍ତଙ୍କୁ ଜଣାଥିବ । ଆଉ ସେହି ଦୁଇ ହେଉଛନ୍ତି ଋଷ ଏବଂ ୟୁକ୍ରେନ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିଶ୍ୱଯୁଦ୍ଧର ରୂପ ଧାରଣ କରିସାରିଲାଣି । କେହି କାହାକୁ ଛାଡିବାକୁ ରାଜି ନୁହଁନ୍ତି । ଏହି ସବୁ ଭିତରେ ଉଭୟ ଦେଶର ଅନେକ କ୍ଷତି ମଧ୍ୟ ହେଲାଣି । ତେବେ ସବୁଠାରୁ ଅଧିକ ୟୁକ୍ରେନର କ୍ଷତି ହୋଇଛି । କେତେ ଜନଜୀବନ ଚାଲିଗଲାଣି। ଲୋକ ପୋକ ମାଛି ଭଳି ମୃତ୍ୟୁବରଣ କରୁଛନ୍ତି।

ୟୁକ୍ରେନ ସହ ଋଷ ଯୁଦ୍ଧ ଆରମ୍ଭ କରିବାପରେ ନାଟୋ ଦେଶ ଏଥିରୁ ଓହରି ଯିବାପାଇଁ ବାରମ୍ବାର ଋଷକୁ ଧମକ ଦେଇଥିଲେ । କିନ୍ତୁ ଏହି ମାମଲାରେ ଯିଏ ହସ୍ତକ୍ଷେପ କରିବ ତାର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହେବ ବୋଲି ଋଷର ରାଷ୍ଟ୍ରପତି ପୁଟିନ ପ୍ରତ୍ୟୁତ୍ତର ସ୍ୱରୂପ ଦେଇଥିଲେ । ଏହାପରେ ଋଷ ଉପରେ ପରମାଣୁ ଆକ୍ରମଣ ହେବ ବୋଲି ଫ୍ରାନ୍ସ କହିଥିଲା । ଆଉ ଯାହା ପରେ ବିଶ୍ୱରେ ପରମାଣୁ ଯୁଦ୍ଧର ଆଶଙ୍କା ଉପୁଜିଛି । ତେବେ କେଉଁ କେଉଁ ଦେଶ ପାଖରେ ପରମାଣୁ ବୋମା ବିପୁଳ ପରିମାଣରେ ରହିଛି , ସେ ବିଷୟରେ ଆସନ୍ତୁ ଜାଣିବା ।

ଆପଣ ସମସ୍ତେ ଜାଣିଥିବେ କି ପରମାଣୁ ବୋମା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଏହା ଗୋଟିଏ ସେକେଣ୍ଡରେ ବିଶ୍ୱକୁ ହଇଚଇ କରିଦେଇଥାଏ ଆଉ ଲକ୍ଷ ଲକ୍ଷ ମୁଣ୍ଡ ନେଇ ପାରିଥାଏ । ହିରୋସୀମା ଏବଂ ନାଗାସାକୀ ଉପରେ ପରମାଣୁ ବୋମାର ଆତଙ୍କ ଆଜି ଯାଏଁ ଲୋକଙ୍କ ମନରୁ ଯାଇନାହିଁ । ଆଜି ବି ସେ କଥା ଭାବିଲେ ଲୋମ ଟାଙ୍କୁରି ହୋଇ ଯାଇଥାଏ । ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବା ଶହ ହଜାର ହଜାର ଲୋକ ବିକଳାଙ୍ଗ ହୋଇ ଯାଇଥିଲେ । ତେବେ ଏଥିରୁ ଆପଣ ଅନ୍ଦାଜ ଲଗାଇ ପାରୁଥିବେ କି ଏହା କେତେ ଭୟଙ୍କର ଅଟେ । ତେବେ ବର୍ତ୍ତମାନର ସମୟରେ ୯ଟି ଦେଶ ପାଖରେ ପରମାଣୁ ବୋମା ରହିଛି ।

ତେବେ ଅନ୍ୟପକ୍ଷରେ ମୋଟ ୧୩ ହଜାର ୯୦୦ ବୋମା ରହିଥିବାର ସୂଚନା ମିଲିଅଛି ଆଉ ସେଥି ମଧ୍ୟରୁ ୪ ହଜାର ବୋମାର ପରୀକ୍ଷଣ ସରିଯାଇଛି । ଗୋଟିଏ ଆଶ୍ଚର୍ଯ୍ୟକର କଥା ଏହା ଯେ , ୧୯୪୫ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟତଃ ୧ ଲକ୍ଷ ୨୫ ହଜାର ବୋମା ତିଆରି ହୋଇଥିଲ କିନ୍ତୁ ତା ମଧ୍ୟରୁ ଅନେକ ବୋମା ନିଷ୍କ୍ରିୟ ହୋଇ ଯାଇଥିଲା । ଆମେରିକା ପ୍ରଥମେ ଏହି ବୋମାକୁ ଆବିଷ୍କାର କରିଥିଲା । ଏବେ ଯେତିକି ବୋମା ରହିଛି , ତାହା ଗୋଟିଏ ମୁହୂର୍ତ୍ତରେ ବିଶ୍ୱକୁ ଧ୍ୱଂସ କରିଦେବ ।

ଆଉ ଗୋଟିଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ , ଅଆମେରିକା ୭୫ ବର୍ଷ ମଧ୍ୟରେ ପାଖାପାଖି ୬୭ ହଜାର ବୋମା ତିଆରି କରିଛି । ଆମେରିକା ଜାପାନ ଉପରେ ପକାଇଥିବା ବୋମାର ନାମ ଲିଟିଲ ବୟ ଆଉ ଫ୍ୟାଟ ମ୍ୟାନ ଥିଲା , ଯାହା ୟୁରାନିୟମରେ ତିଆରି ହୋଇଥିଲା । ବର୍ତ୍ତମାନ ସମୟରେ ଆମେରିକା , ଋଷ , ଭାରତ , ଉତ୍ତର କୋରିଆ , ଫ୍ରାନ୍ସ , ପାକିସ୍ତାନ , ଇଂଲଣ୍ଡ , ଚୀନ ଏବଂ ଇଶ୍ରାଏଲ ପାଖରେ ପରମାଣୁ ବୋମା ରହିଛି ।

ପାଖାପାଖି ୧୭ ହଜାର ବୋମା ଋଷ ପାଖରେ ରହିଛି । ୧୯୭୪ ମସିହାରେ ଭାରତର ପ୍ରଥମ ପରମାଣୁ ବୋମା ବିଫଳ ହୋଇଥିବା ବେଳେ ୧୯୯୮ ମସିହାରେ ଏହା ସଫଳ ହୋଇଥିଲା । ଆଉ ଏକ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି , ଯେଉଁଠି ପରମାଣୁ ପରୀକ୍ଷଣ ବଢିଛି , ସେଠାରେ କର୍କଟ ରୋଗର ଆଶଙ୍କା ଦେଖାଯାଇଛି । ପାଖାପାଖି ୧୧ ହଜାର ଲୋକ ସେଠାରେ ଗୋଟିଏ ପରୀକ୍ଷଣ ପରେ ମୃତ୍ୟୁବରଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *