ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବ୍ୟକ୍ତି , ଜାଣିଲେ ଆପଣ ବି କହିବେ ଯେ – ଚାକିରୀ ହେବ ତ ଏମିତି :-

ଯେତେବେଳେ ବି ଟଙ୍କା ରୋଜଗାର କରିବା କଥା ଲୋକଙ୍କ ମନକୁ ଆସେ ସେତେବେଳେ ସଂଘର୍ଷ ଜୀବନ ଉପରେ ଦୃଷ୍ଟିପାତ ହୁଏ । ମାସ ସାରା ଅଫିସ ଯାଇ ପରିଶ୍ରମ କରିବା ପରେ ଯେତେବେଳେ ଦରମା ମିଳେ ତାହା ମାତ୍ର ଅଳ୍ପ ଦିନରେ ଶେଷ ବି ହୋଇଯାଏ । ପୁଣି ଯେଉଁ ଲୋକମାନେ ଦୋକାନ ଖୋଲିଛନ୍ତି ସେମାନଙ୍କୁ ଦିନ ସାରା ଦୋକାନରେ ବସିବାକୁ ପଡ଼ିଥାଏ ଏବଂ ଗ୍ରାହକ ଙ୍କ ଅପେକ୍ଷା କରିବାକୁ ପଡ଼ିଥାଏ । ସେଥିରୁ ମିଳୁଥିବା ଲାଭରେ ସେମାନେ ନିଜର ପରିବାର ପ୍ରତିପୋଷଣ କରନ୍ତି । ଆମ ମଧ୍ୟରୁ ଅଧିକାଂଶ ଲୋକ ଏପରି ବି ହୋଇଥାନ୍ତି ଯେଉଁମାନେ ଭାବନ୍ତି ଯେ ଯଦି ଘରେ ବସି ବସି ଟଙ୍କା ରୋଜଗାର କରି ହୁଅନ୍ତା ତେବେ କେତେ ଭଲ ହୋଇଥାନ୍ତା । ଆଜିକା ଯୁଗରେ ଏପରି ସମ୍ଭବ ଅଟେ କାରଣ ଜଣେ ବ୍ୟକ୍ତି ଘରେ ଆରାମ ରେ ବସି କାର୍ଟୁନ ଦେଖିଥାଏ ଏବଂ ତାକୁ ତାହାର ଦରମା ବି ମିଳିଥାଏ ।

କାର୍ଟୁନ ଶୋ ଦେଖିବାର ଚାକିରୀ :-

ଯଦି ଆପଣଙ୍କୁ କେହି ନିଜ ଘରେ ବସି କାର୍ଟୁନ ଶୋ ଦେଖିବାର ଚାକିରୀ ଦିଏ ଏବଂ ଏବଂ ଏଥିପାଇଁ ଆପଣଙ୍କୁ ମାସିକ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି କହେ ତେବେ କଣ ଆପଣଙ୍କୁ ବିଶ୍ୱାସ ହେବ ? କିନ୍ତୁ ଏହା ବାସ୍ତବରେ ସତ ଅଟେ । ଏପରି ଡ୍ରିମ ଜୋବ ସମସ୍ତଙ୍କ ଭାଗ୍ୟରେ ନଥାଏ । ଯୁକ୍ତରାଷ୍ଟ୍ର ର ନୋଟିଂଘମ ରେ ରହୁଥିବା ଆଲେକଜେଣ୍ଡର ଟାଉନଲୀ ଙ୍କର ଠିକ ଏହିପରି ଏକ ଚାକିରୀ । ଯାହାକୁ ଶୁଣି ଯେକେହିବି ଆଶ୍ଚର୍ଯ୍ୟ ହୁଅନ୍ତି । ସାରା ଦୁନିଆରେ ଏପରି ଅନେକ ଚାକିରୀ ଅଛି । ବର୍ଗର କିମ୍ବା ପିଜା ଟେଷ୍ଟର , ହୋଟେଲ ରିଭିଉ ଭଳି କାମ ପାଇଁ ଅଧିକ ଟଙ୍କା ମିଳିଥାଏ । ଏହା ସତ୍ତ୍ୱେ ବି ଆପଣଙ୍କୁ ଆରାମ ଦେଉଥିବା ଭଳି କାମ ମିଳିବ ନାହିଁ । କିନ୍ତୁ ଆଲେକଜେଣ୍ଡର ଟାଉନଲୀ ଙ୍କ କାମ ଅତ୍ୟନ୍ତ ଖାସ ଅଟେ ।

ଘଣ୍ଟା ଘଣ୍ଟା ଧରି କାର୍ଟୁନ ଶୋ ଦେଖନ୍ତି ବ୍ୟକ୍ତି :-

ନୋଟିଘମ ର ୨୬ ବର୍ଷୀୟ ଆଲେକଜେଣ୍ଡର ଟାଉନଲୀ ଙ୍କୁ ଏହି କାମ ମିଳିଛି। ସେ ଘଣ୍ଟା ଘଣ୍ଟା ଧରି ଲୋକପ୍ରିୟ କାର୍ଟୁନ ଶୋ ‘ ଦ ସିମ୍ପସନ୍ସ ‘ ଦେଖନ୍ତି । ସେ ଏବେକା ସମୟରେ ଏହି କାର୍ଟୁନ ଶୋ କୁ ଦେଖିବା ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏହି କାମ ପ୍ରତିଦିନର ନୁହେଁ ବରଂ ସପ୍ତାହରେ କିଛି ଦିନ ଏହି କାମ କରିବାକୁ ପଡ଼ିଥାଏ ଏବଂ ତାଙ୍କୁ କାର୍ଟୁନ ଶୋ ଦେଖିବା ପାଇଁ ଡୋନଟସ ପ୍ୟାକେଟ ମଧ୍ୟ ପଠାଯାଇଥାଏ । ଯାହାଦ୍ୱାରା ସେ ଖାଇବା ସହିତ ନିଜର କାମ ଶେଷ କରି ପାରିବେ । ଏହି ଚାକିରୀ ବିଷୟରେ ତାଙ୍କ ତାଙ୍କ ଭାଇ ତାଙ୍କୁ କହିଥିଲେ ଏବଂ ଏଥିପାଇଁ ସେ ପ୍ରସ୍ତୁତ ମଧ୍ୟ ଥିଲେ ।

କାର୍ଟୁନ ଶୋ ଦେଖିବାର ବାସ୍ତବ ଉଦ୍ଦେଶ୍ୟ କଣ ?

ଜାଣି ରଖନ୍ତୁ ଯେ ଆଲେକଜେଣ୍ଡର ଙ୍କୁ କାର୍ଟୁନ ଶୋର ଏପିସୋଡ଼କୁ ଖୁବ ଧ୍ୟାନ ଦେଇ ଦେଖିବାକୁ ପଡ଼ିଥାଏ ଏବଂ ତାହାର ବିଶ୍ଳେଷଣ କରିବାକୁ ପଡ଼ିଥାଏ । ଏଥିପାଇଁ ତାଙ୍କୁ ସବୁ କାମ ଖୁବ ଗମ୍ଭୀରତାର ସହିତ କରିବାକୁ ପଡ଼ିଥାଏ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏପିସୋଡ଼ ଦେଖିବା ସମୟରେ ସେ ନିଜ ହାତରେ ଏକ ନୋଟ ବୁକ ଏବଂ ପେନ ନେଇ ବସନ୍ତି । କାର୍ଟୁନ ଶୋ ର ଅନେକ କଥାକୁ ସେ ନୋଟ ମଧ୍ୟ କରନ୍ତି । ଏପିସୋଡ଼ ର କ୍ରେଡିଟ ଠାରୁ ଆରମ୍ଭ କରି ଏଡିଟିଙ୍ଗ ପର୍ଯ୍ୟନ୍ତ ସବୁକିଛିକୁ ଚେକ କରିବାକୁ ପଡ଼ିଥାଏ । ଶୁଣିବାକୁ ମଜା ଲାଗୁଥାଇ ପାରେ କିନ୍ତୁ ବାସ୍ତବରେ ହିଁ ଏହା ଆଲେକଜେଣ୍ଡରଙ୍କ କାମ । ସେ ଏକ କେଫେ ରେ ସୁପରଭାଇଜର ରୂପରେ କାମ କରନ୍ତି । ସେ ଗୋଟିଏ ଦିନରେ ୩୦ ଟି ଏପିସୋଡ଼ ଦେଖନ୍ତି ଏବଂ ତାଙ୍କୁ ୭୧୭ ଟି ଏପିସୋଡ଼ ର ବିଶ୍ଳେଷଣ କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *