ସ୍ତ୍ରୀ କୁ ଭଲ କରିବା ପାଇଁ ୪ ମାସର ଶିଶୁ ପୁତ୍ରକୁ ବିକ୍ରି କରିବାକୁ ନେଉଥିଲା ବାପା।

ପାଖରେ ଟଙ୍କା ଥିଲା ବେଳେ ଆମ ଚାରିପାଖରେ କଣ ଘଟୁଛି କିଏ କଣ କରୁଛି ଆମେ କିଛି ଜାଣି ପାରେନି କିନ୍ତୁ ଯେତେବେଳେ ଅ-ଭାବ ଅସୁବିଧା ପଡେ ସେତେବେଳେ ସବୁ କଷ୍ଟ ଦେଖା ଯାଏ। ଏଇ ଅ-ଭାବ ଅସୁବିଧାରୁ ଦୂରେଇ ଟିକେ ଖୁସିରେ ବଞ୍ଚିବା ପାଇଁ ମଣିଷ ଚୋ-ରି ଡକା-ୟତି ଠାରୁ ଆରମ୍ଭ କରି ନିଜ ଛୁଆକୁ ବିକ୍ରି କରିବାକୁ ମଧ୍ୟ ପଛ ଘୁଞ୍ଚା ଦିଏ ନାହିଁ। ହଁ ଆଜ୍ଞା ଏମିତି ଏକ ଅଭା-ବନୀୟ ଘ-ଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲା ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶଙ୍କର ପୁଅ ଗାଆଁର ମୁନା ମୁଣ୍ଡା ପ୍ରଥମେ ଜଣଙ୍କୁ ବାହା ହେଇଥିଲେ । ବିବାହର କିଛି ବର୍ଷ ପରେ ତାଙ୍କର ଗୋଟେ ଝିଅ ହେଲା। ଝିଅ ଜନ୍ମ ହେବାର ମାତ୍ର କିଛି ମାସ ହେଇନି ତାଙ୍କ ପ୍ରଥମ ସ୍ତ୍ରୀ ଆଉ ଜଣେ ପର ପୁରୁଷ ସହ କୁଆଡେ ପଳେଇଲେ। କୁନି ଝିଅର ଯତ୍ନ ନେବା ପାଇଁ ସେ ଆଉ ଗୋଟେ ବାହାହେଲେ। କିନ୍ତୁ ବାହାଘରର ମାତ୍ର କିଛି ମାସ ପରେ ତାଙ୍କ ଦ୍ବିତୀୟ ସ୍ତ୍ରୀ ରୋ-ଗରେ ପଡ଼ି ମ-ରିଗଲେ। ସେଥିପାଇଁ ସେ ତୃତୀୟା ବିବାହ କଲେ କିନ୍ତୁ ଭାଗ୍ୟର ବିଡମ୍ବନା ଏମିତିକୁ ଏବେ ତାଙ୍କ ସ୍ତ୍ରୀ ମିନତୀଙ୍କ ଦେହ ବହୁତ୍ ଖରାପ।

ମୁନାଙ୍କର ଦୁଇଟି ପୁଅ ଏବଂ ଗୋଟେ ଝିଅ। ସ୍ତ୍ରୀ ରୋ-ଗରେ ପଡ଼ିବା ପରେ ମୁନାଙ୍କ ଚିନ୍ତା ବଢ଼ିଗଲା। ଆଗରୁ ସେ ଚାରି ଜଣଙ୍କ ପାଇଁ ଦି ଓଲି ଦି ମୁଠା ଖାଇବା ଆଣି ପାରୁନଥିଲେ ତା ଉପରକୁ ଔଷଧ ଖର୍ଚ୍ଚ। ସ୍ତ୍ରୀଙ୍କୁ ଭଲ କରିବା ପାଇଁ ମୁନା ତାଙ୍କ ୪ ମାସର ଶିଶୁ ପୁତ୍ରକୁ ଘର ଘର ବୁଲି ବିକ୍ରି କରୁ ଥିଲେ।ଏ କଥା ପ୍ରଶାସନ ଜାଣିବା ପରେ ଘ-ଟଣା ସ୍ଥଳରେ ପହଞ୍ଚି ହସ୍ତକ୍ଷପ କରିଥିଲେ।

ଶିଶୁ ସୁର-କ୍ଷା ଅଧିକାରୀ ରାଜଶ୍ରୀ ଉପାଧ୍ୟାୟ କହିଛନ୍ତି ସ୍ତ୍ରୀଙ୍କ ଦେହ ବହୁତ୍ ଖରାପ୍ ଥିବାରୁ ତାଙ୍କ ଚିକିତ୍ସା ପାଇଁ ମୁନା ଏମିତି କରିଛନ୍ତି। କିନ୍ତୁ ପୁଅକୁ ବିକ୍ରି କରିବା ପାଇଁ ମିନତୀଙ୍କର କାମ ଇଚ୍ଛା ନଥିଲା। ଏବେ ମିନତୀଙ୍କ କଥାରେ ମୁନା ମଧ୍ୟ ଆଉ ଛୁଆ ବିକ୍ରି କରିବାକୁ ଚାହୁଁ ନାହାଁନ୍ତି। ତାଙ୍କ ଔଷଧ ଏବଂ ମେଡିକାଲ ଟ୍ରିଟମେଣ୍ଟ ପାଇଁ ଆମ ଦ୍ଵାରା ଯାହା ହେଇ ପାରିବ ଆମେ ସାହାଯ୍ୟ କରିବୁ।

Leave a Reply

Your email address will not be published. Required fields are marked *