ପରୀକ୍ଷା ସେଣ୍ଟରରେ କପି ଧରା ପଡ଼ିବାରୁ ଏଭଳି ପଦକ୍ଷେପ ନେଇଗଲେ ଛାତ୍ର । ହାରିଦେଲେ ଜୀବନ ।

ବର୍ତ୍ତମାନ ସମୟରେ +୨ ପରୀକ୍ଷା ସାରା ରାଜ୍ୟରେ ଚାଲିଛି । ଅନେକ ପିଲା ସାରା ବର୍ଷର ପାଠ ପଢ଼ା ପରେ ପରୀକ୍ଷା ଦେଉଛନ୍ତି । କିନ୍ତୁ ଏହାରି ମଧ୍ୟରେ ଜଣେ +୨ ଛାତ୍ର ନିଜର ଜୀବନ ହାରି ଦେଇଛି । ଯାହାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେହି +୨ ଛାତ୍ର ଜଣକ ପ୍ରଥମ ସାହିତ୍ୟ ଏବଂ ଇଂରାଜୀ ପରୀକ୍ଷା ଦେଇ ସାରିଥିଲେ ।

ଆଉ ଫିଜିକ୍ସ ପରୀକ୍ଷା ଦେଉ ଦେଉ କପି କରୁ କରୁ ଯେତେବେଳେ ସାର ଧରିଦେଲେ ଏବଂ ଏମପି କରିଦେଲେ ସେତେବେଳେ ଛାତ୍ର ଜଣକ ଲୋକ ଲ-ଜ୍ଜ୍ୟା ସହି ପାରି ନଥିଲେ । ଆଉ ଘରକୁ ଆସି ନିଜର ଜୀବନ ହାରି ଦେଲେ । ତେବେ ସେହି ଛାତ୍ର ଜଣକ ହେଉଛନ୍ତି +2 ବିଜ୍ଞାନ ଛାତ୍ର ଦେବାଶିଷ ସେଟ୍ଟୀ ।

ତେବେ ଦେବାଶିଷଙ୍କର ମୃ-ତ୍ୟୁ ପରେ ପୁରା ପରିବାର ଆତ୍ମହରା ହୋଇ ପଡ଼ିଛନ୍ତି । କଲେଜ ଶିକ୍ଷକଙ୍କ କହିବା ଅନୁଯାୟୀ ଦେବାଶିଷ କପି କରିବା ଭଳି ପିଲା ନଥିଲେ ଏବଂ ସେ ଖୁବ ମେଧାବୀ ମଧ୍ୟ ଥିଲେ । ଗତକାଲି ତାଙ୍କ ପାଖରୁ କପି ବାହାରିଥିବା ଶୁଣିବାକୁ ମିଳିଥିଲା । ଆଉ ତାପରେ ସାର ତାଙ୍କୁ ଏମପି କରିଥିବା ମଧ୍ୟ ଶୁଣିବାକୁ ମିଳିଥିଲା ।

ଆଉ ସନ୍ଧ୍ୟାରେ ଆସି ସେ ଯେତେବେଳେ ନିଜ ରୁମକୁ ଯାଇଥିଲେ ସେତେବେଳେ ସେ ଏଭଳି କିଛି ପଦକ୍ଷେପ ନେଇ ଯାଇଥିଲେ । ତେବେ ଦେବାଶିଷ ସରସ୍ୱତୀ ଶିଶୁମନ୍ଦିର ନୀଳକଣ୍ଠ ନଗରରେ ପଢ଼ୁଥିଲେ । ସେ ନିଜ ମାଉସୀ ଘରେ ରହି ପଢ଼ୁଥିଲେ । ଗତକାଲି ପିଜିକ୍ସ ଥିଲା ଏବଂ ଆଉ ପୂର୍ବରୁ ସେ ସାହିତ୍ୟ ଏବଂ ଇଂରାଜୀ ମଧ୍ୟ ଦେଇ ସାରିଥିଲେ।

ଆଉ ଏଭଳି ଭାବରେ କପି ଧରା ପଡ଼ିବା ପରେ ଲ-ଜ୍ଜ୍ୟାକୁ ସହି ନପାରି ଦେବାଶିଷ ନିଜର ଜୀବନ ଦେଇ ଦେଇଛି । ସକାଳୁ ସକାଳୁ ଦେବାଶିଷଙ୍କ ମାଉସୀ ଘରୁ ତାଙ୍କର ମୃ-ତ ଦେହ ଉ-ଦ୍ଧାର ହୋଇଛି । ତାଙ୍କ ଘର ବୈଦ୍ୟନାଥପୁର ଥା-ନା ଅନ୍ତର୍ଗତ ସୂର୍ଯ୍ୟନଗର ଅଞ୍ଚଳରେ ହୋଇଥିବା ଜଣା ପଡ଼ିଛି । ବ୍ରହ୍ମପୁର ଖଲିକଟ ଅଞ୍ଚଳରେ ସେଣ୍ଟର ପଡ଼ିଥିଲା । ସେଥିରେ ଦେବାଶିଷ ପରୀକ୍ଷା ମଧ୍ୟ ଦେଇଥିଲେ ।

ତେବେ ପିଜିକ୍ସ ପରୀକ୍ଷା ଦିନ କଲେଜର ଆଭ୍ୟନ୍ତରୀଣ ଟିମ ପକ୍ଷରୁ ଚଢ଼ାଉ ବେଳେ ଦେବାଶିଷଙ୍କ ନିକଟରୁ କପି ଧରା ଯାଇଥିଲା । ଏହି କାରଣରୁ ଦେବାଶିଷ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ପୁଅର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ ତୁରତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ । ତେବେ ମୃ-ତ୍ୟୁର କାରଣ କଣ ସେ ଉପରେ ପୋ-ଲିସ ତ-ଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *