” ଲୋକମାନେ ଖାଲି ରାଣୀଙ୍କୁ ଦେଖିବାକୁ ଆସୁଛନ୍ତି , ଆଉ ଯୋଡ଼ାଏ ପେଣ୍ଡାଲ ଥିଲେବି ହୋଇ ଯାଇଥାନ୍ତା ଫୁଲ । ” ଏମିତି କିଛି କହିଲେ ଗୌରୀ ଗଣନାଟ୍ୟର ମାଲିକ ।

ଗତ କିଛିଦିନ ହେବ ରାଣୀ ପଣ୍ଡାଙ୍କ ଖଣ୍ଡଗିରି ଆସିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଥିଲା । ଆଉ ଲୋକେ ଅଧିକ ସଂଖ୍ୟାରେ ଖଣ୍ଡଗିରିରେ ଭିଡ଼ ଜମାଇଛନ୍ତି । ଯାହାକୁ ନେଇ ଗୌରୀ ଗଣନାଟ୍ୟର ଯାତ୍ରା ମାଲିକ ମଧ୍ୟ କିଛି ଏଭଳି କଥା କହିଛନ୍ତି । ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

କହିରଖିବୁ ଯେ ଖଣ୍ଡଗିରିରେ ହିଁ କିଛି ବର୍ଷ ପୂର୍ବେ ରାଣୀ ପଣ୍ଡାଙ୍କୁ ବେନ ହୋଇଥିଲା । ଆଉ ତାଙ୍କ ଜୀବନ ଆଧାରରେ ଏହି ନାଟକ ସେହି ମଞ୍ଚରେ ହିଁ ସର୍ବପ୍ରଥମେ ପ୍ରଦର୍ଶିତ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଛି । ଏଥିପାଇଁ ଗୌରୀ ଗଣନାଟ୍ୟର ସବୁ ସଦସ୍ୟ ମଧ୍ୟ ବେଶ ଖୁସି ।

ଗୌରୀ ଗଣନାଟ୍ୟର ମାଲିକଙ୍କ କହିବା ଅନୁଯାୟୀ ସଦିନ ଖଣ୍ଡଗିରି ସମେତ ଆଉ ଦୁଇଟି ସ୍ଥାନରେ ଅନ୍ୟ ଦୁଇ ଗଣନାଟ୍ୟ ପଡ଼ିଥିଲା । କିନ୍ତୁ ଯେଉଁ ଭଳି ଭାବରେ ଖଣ୍ଡଗିରିରେ ଭିଡ଼ ହୋଇଛି ସେଭଳି ଭିଡ଼ ଆଉ କେଉଁଠି ଦେଖିବାକୁ ମିଳିନାହିଁ । ଖାଲି ଯେ ରାଣୀ ପଣ୍ଡା ସେଠାରେ ଅଭିନୟ ପରିବେଷଣ କରିବାକୁ ଆସିଥିଲେ ତାହା ନୁହେଁ ସେଠାରେ ସେ ଏକାଧିକ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ ।

ତେବେ ଏହା ଖୁସିରେ କିମ୍ବା ପ୍ରଶଂସା ପାଇଁ ତାହା କହିବା ଭୁଲ ହେବ । ଯେଉଁ ଅଭିନେତ୍ରୀ ନିଜ ଇନକମର ପଚାଶ ପ୍ରତିଶତ ଲୋକଙ୍କ ସାହାଯ୍ୟରେ ଦେଇଥାଏ ସେଭଳି ଲୋକ କେବେ ଲୋକ ଦେଖା ପାଇଁ ଏଭଳି କାମ କରିବ ନାହିଁ ।

ଅନ୍ୟ ଦୁଇ ସ୍ଥାନରେ ଯେଉଁ ଗଣନାଟ୍ୟ ପଡ଼ିଥିଲା ସେଥିରେ ଗୋଟିଏ ଗଣନାଟ୍ୟରେ ଦୈତାରୀ ପଣ୍ଡାଙ୍କ ପାର୍ଟି ମଧ୍ୟ ଥିଲା । ତାହା ମଧ୍ୟ କ୍ଷତିରେ ଥିବା କହିଛନ୍ତି ଗୌରୀ ଗଣନାଟ୍ୟର ମାଲିକ । ଆଉ ଏହି କାରଣରୁ କୁହାଯାଉଛି ଯେ ରାଣୀ ପଣ୍ଡା ସବୁ ବଡ଼ ବଡ଼ ଯାତ୍ରା କଳାକାରଙ୍କୁ ଟପି ଦେଇଛନ୍ତି । ପୂର୍ବରୁ ପୀୟୂଷ ମଧ୍ୟ ଗୌରୀ ଗଣନାଟ୍ୟରେ ହଇଚଇ ସୃଷ୍ଟି କରିଥିଲେ ।

ଆଉ ବର୍ତ୍ତମାନ ରାଣୀ ପଣ୍ଡା ଯାହାଙ୍କ କ୍ୟାରିଅର ଜଣେ ଆଇଟମ ଡ୍ୟାନ୍ସର ଆକାରରେ ହୋଇଥିଲା । ତାଙ୍କର ସଂଘର୍ଷ ପୂର୍ଣ୍ଣ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଏହି ମଞ୍ଚରେ ଦର୍ଶା ଯାଇଛି । କହିରଖିବୁ ଯେ ଏହି ନାଟକ ଦୀପକ କୁମାର ଜେନା ନାଟକ ରୂପାନ୍ତରଣ କରିଥିବା ବେଳେ ଏବଂ ନିର୍ଦେଶନା ଦେଇଛନ୍ତି ବିଶିଷ୍ଟ ଲିଟିଲ ମାଷ୍ଟର ବିନୋଦ ରାଉତ । ଆଉ ନାଟକ ମଧ୍ୟ ଖୁବ ଭଲ ହୋଇଥିବା ଲୋକେ କହୁଛନ୍ତି ।

Leave a Reply

Your email address will not be published. Required fields are marked *