ସାପ କାମୁଡ଼ାରେ ୧୫ ବର୍ଷ ତଳେ ଚାଲି ଯାଇଥିଲା ପୁଅର ଜୀବନ ,ଏବେ ଜୀବିତ ହୋଇ ଘରକୁ ଫେରିଲା

କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ କଥାଟି ପୁରାପୁରି ସତ । ଜଣେ ମୃତ ପୁଅ କିପରି ଜୀବିତ ହୋଇ ଘର୍କୁ ଫେରିଲା ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ସତରେ କଣ ଇଏ ସେହି ପୁଅ ଯାହାର ଜୀବନ ଅକାଳରେ ଚାଲି ଯାଇଥିଲା । ତେବେ ଆମେ କହୁଛୁ ଉତ୍ତରପ୍ରଦେଶର ଅଙ୍ଗେଶ ଯାଦବ । ଅଙ୍ଗେଶଙ୍କ ଜୀବନ ସାପ କାମୁଡ଼ାରେ ଚାଲି ଯାଇଥିଲା । ଯେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା । ଆଉ ପରିବାର ଲୋକ କା-ନ୍ଦି କା-ନ୍ଦି ନୟାନ୍ତ ହୋଇ ଯାଇଥିଲେ ।

କିନ୍ତୁ ୧୫ ବର୍ଷ ପରେ ହଠାତ୍ ପୁଅ ଘରକୁ ଫେରି ଆସିବା କଥା ସମସ୍ତଙ୍କୁ ଚକିତ କରି ଦେଇଛି । ସୂଚନା ଅନୁଯାୟୀ , ଘର ପାଖରେ ବସିଥିବା ସମୟରେ ହଠାତ୍ ଏକ ବି-ଷଧର ସାପ ଆସି ଅଙ୍ଗେଶକୁ କା-ମୁଡି ଦେଇଥିଲା ଆଉ ଯାହା ପରେ ତାର ଦେହ ନୀଳ ପଡ଼ି ଯାଇଥିଲା । ପରିବାର ଲୋକ ତାକୁ ଗୁଣିଆ ପାଖକୁ ନେଇ ଯାଇଥିଲେ । କିନ୍ତୁ ଯେତେ ଝଡ଼ା ଫୁଙ୍କା କରିବା ପରେ ମଧ୍ୟ ତାର ଜୀବନ ଆଉ ଫେରି ନଥିଲା । ଆଉ ଏହାପରେ ସେମାନେ ସେହି ଶ-ବକୁ କଦଳୀ ପତ୍ରରେ ବାନ୍ଧି ନଦୀରେ ଭସାଇ ଦେଇଥିଲେ।

ତେବେ କିଛି ଦିନ ତଳେ ନିକଟସ୍ଥ ପୋ-ଲିସ ଷ୍ଟେସ-ନରୁ ପୋ-ଲିସ ଏକ ଫୋଟ ଜାରି କରିଥିଲା । ଯେତେବେଳେ ବାପା ରାମ୍ କୁମାର ପୁଅର ଫୋଟ ଦେଖିଥିଲେ , ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଆଉ ସେ ବିଶ୍ୱାସ କରି ପାରି ନଥିଲେ । ତେବେ ଏହାପରେ ଅଙ୍ଗେଶ ଘରକୁ ଫେରିଥିଲେ । ଯଦିଓ ତାଙ୍କ ମୁଁହ ସେହି ୧୧ ବର୍ଷର ଅଙ୍ଗେଶ ସହିତ ମିଶି ନଥିଲା। କିନ୍ତୁ ପରିବାର ଲୋକ ପୁଅ ଫେରି ଆସିଛି ବୋଲି ଖୁସିରେ ରଖି ଦେଇଥିଲେ । ତେବେ ଏହାପରେ ଅଙ୍ଗେଶ ସବୁ ଗୋଟି ଗୋଟି କଥା କହିଥିଲେ।

ସେ ବିହାରର କଣ୍ଡିହରା ଘାଟରେ ଲାଗିଥିଲେ ଆଉ ଜଣେ ମାଛ ଧରାଳି ତାଙ୍କୁ ନେଇ ଯାଇଥିଲେ ଆଉ ଦେହ ନୀଳ ପଡ଼ି ଯିବାରୁ ତାଙ୍କୁ ନେଇ ସାପ ଧରାଳି ପାଖରେ ଦେଇଥିଲେ । ତାଙ୍କ ଦେହରୁ ବି-ଷ ବାହାର କରା ଯାଇଥିଲା । ତେବେ ଏହାପରେ ସେ ନିଜ ପରିବାର ଥିବା କଥା କହିଥିଲେ । ଆଉ ଦୀର୍ଘ ୧୫ ବର୍ଷ ପରେ ନିଜ ଘରକୁ ଫେରିଥିଲେ । ତେବେ ପରିବାର ଲୋକ ପୁଅକୁ ପାଇ ବହୁତ ଖୁସି ଥିବା ବେଳେ ଅଙ୍ଗେଶ ମଧ୍ୟ ପରିବାର ଲୋକଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *