ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ଏମିତି କିଛି କହିଲେ ବ୍ୟକ୍ତି । କହିଲେ ” ମୁଁ ମନୋଜ ମିଶ୍ରଙ୍କୁ ନେଇ କରିବି ଫିଲ୍ମ ” ।

ବର୍ତ୍ତମାନ ସମୟରେ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ଏକ ବିବାଦ ଲାଗି ରହିଛି ଯାହାକି ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଛୋଟ ମତାନ୍ତର ଠାରୁ ଆରମ୍ଭ ହୋଇଥିଲା । ଯାହାକି ଦିର୍ଗାପୂଜା ପୂର୍ବରୁ ଆରମ୍ଭ ହୋଇଥିଲା । ମାତ୍ର ବର୍ତ୍ତମାନ ସେହି ଛୋଟ ବିବାଦ ବଡ଼ ସମସ୍ୟା ପାଲଟି ଯାଇଛି ଏବଂ ବର୍ତ୍ତମାନ ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ କରା ଯାଇଥିବା କୁହାଯାଉଛି । ତେବେ ଏହାକୁ ନେଇ ଅନେକ ଲୋକ ନାନା ପ୍ରକାରର ମତ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ରାଜନେତା ନୃସିଂହ ମିଶ୍ରଙ୍କର କିଛି ବୟାନ ଅଧିକ ତିକ୍ତତା ସୃଷ୍ଟି କରିଛି ।

ଏହି ବିବାଦ ପରେ ନୃସିଂହ ମିଶ୍ର ନିଜକୁ ପଶ୍ଚିମ ଓଡ଼ିଶାର ଲୋକ କହିବା ସହିତ ଆବଶ୍ୟକତା ପଡ଼ିଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି କହିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ତାଙ୍କ କହିବା କଥା ଯେ ଜଣେ ରାଜନେତା ହିସାବରେ ଓଡ଼ିଶାର ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ । କିନ୍ତୁ ସେ ଏଭଳି ରାଜନୀତି କରି ଏଭଳି ବୟାନ ଦେବା ଗ୍ରହଣୀୟ ନୁହେଁ । ଘଟଣା ଏହା ଯେ ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ ଫିଲ୍ମ ଦୁର୍ଗାପୂଜାରେ ରିଲିଜ ହେବାର ଥିଲା । ମାତ୍ର ସମସ୍ତ ପ୍ରଯୋଜକ ତାହାକୁ ବନ୍ଦ କରାଯାଉ ବୋଲି ନିଷ୍ପତ୍ତି ନେଇଥିଲେ ।

ଯେଉଁଠାରୁ ଏହି ବିବାଦ ତୀବ୍ର ହୋଇଥିଲା । ମାତ୍ର ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଯୋଜକ ଏବଂ ଅରିନ୍ଦମଙ୍କ ସମେତ ଅନ୍ୟ ବରିଷ୍ଠ ବ୍ୟକ୍ତି ଏକ ମିଟିଂ ଡାକି ସେଠାରେ ମନୋଜ ମିଶ୍ରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ କରାଯିବା ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ସବୁଠି ତୀବ୍ର ସମାଲୋଚନା ଆରମ୍ଭ ହୋଇଛି । କାରଣ ଏଭଳି ସମସ୍ୟା ହେବା ସ୍ବାଭାବିକ ମାତ୍ର ଏହି ବିବାଦ କାରଣରୁ କାହାକୁ ବ୍ୟାନ କରିବା ଆବଶ୍ୟକ ନଥିଲା । କାରଣ ଇଣ୍ଡଷ୍ଟ୍ରିରେ ଏଭଳି ସମସ୍ୟାକୁ ବସି ସମାଧାନ କରିବାର ଆବଶ୍ୟକତା ରହିଛି । ତେବେ ଏହି ବିବାଦକୁ ନେଇ ସାରା ଓଡ଼ିଶାରେ ବର୍ତ୍ତମାନ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି କହିଲେ ଚଳେ ।

Leave a Reply

Your email address will not be published. Required fields are marked *