ସହିଦ ପୁଅର ବାପା ମା’ ଙ୍କ କରୁଣ ପରିସ୍ଥିତି । ପୁଅ ସହିଦ ହେବା ପରଠୁ ବୃଦ୍ଧ ବାପା ମା’ ଜୀବନ ବଞ୍ଚିବାକୁ କରୁଛନ୍ତି ସଂ-ଘର୍ଷ ।

୨୦୧୯ ଫେବୃଆରୀ ୧୪ କୁ କେହିବି ଭୁଲି ପାରିବେ ନାହିଁ । ଯାହାକି ଇତିହାସର ଏକ ବ୍ଲାକ ଡେ । କାରଣ ଏହି ଦିନ ଦେଶ ନିଜର ଅନେକ ଯବାନଙ୍କୁ ହରାଇ ଥିଲା । ଭାରତ ମା’ ନିଜ କୋଳରେ ନିଜ ପିଲାଙ୍କ ମୃ-ତ୍ୟୁ ଦେଖିଥିଲା । ଆଉ ତାହାରି ମଧ୍ୟରେ ଜଗତସିଂହପୁର ଜିଲ୍ଲାର ନିଆଁଳି ବ୍ଲକର ରତନପୁର ଗାଁର ସହିଦ ମନୋଜ କୁମାର ବେହେରା ମଧ୍ୟ ଥିଲେ ।

୨୦୨୯ ଫେବୃଆରୀରେ ପୁଲୱାମାରେ ଯେଉଁ ଆତ-ଙ୍କବାଦୀଙ୍କ ଭ-ୟଙ୍କର ଆକ୍ର-ମଣ ହୋଇଥିଲା ତାହା ଏକ ଅଭୁଲା ଘ-ଟଣା ଅଟେ । ସାହସୀ ଯବାନଙ୍କୁ ସାମ୍ନା କରିବାର ସତସାହସ ନଥିଲା , ତେଣୁ ଆତ-ଙ୍କବାଦୀ ପଛରୁ ଆକ୍ର-ମଣ କଲେ । ଚାରିଆଡ଼େ ବିଚ୍ଛୁରିତ ହୋଇ ପଡ଼ିଲା ମାଂ-ସ ପିଣ୍ଡୁଳା ଏବଂ ସାରା ଦେଶ ସହିଦଙ୍କ ପାଇଁ କାନ୍ଦୁଥିଲା ।

ଆଉ ସେହି ସହିଦଙ୍କ ମଧ୍ୟରେ ରତନପୁରର ମନୋଜ ବେହେରା ମଧ୍ୟ ସହିଦ ହୋଇଗଲେ । ଏହି ପୁଲୱାମା ଅଟାକ ପରେ କେହି ନିଜ ସ୍ୱାମୀକୁ ହରାଇ ଥିବା ସହିତ କେହି ବାପା ମା’ ନିଜ ପୁଅକୁ ହରାଇଲେ । ଆଉ ଏପଟେ ସହିଦ ମନୋଜଙ୍କ ବାପା , ମା’ , ସ୍ତ୍ରୀ ସମେତ କଅଁଳ ପିଲାଟି ତା ବାପାଙ୍କୁ ହରାଇଲା । ସହିଦ ପୁଅ ଯିବା ଦିନ ଠାରୁ ପରିସ୍ଥିତି ସହିତ ଲଢ଼େଇ କରି ଆସୁଛନ୍ତି ବାପା ମା’ ।

ଦ୍ୱାରରେ ସିନା ପୁଅର ବିରାଟ ମୂର୍ତ୍ତି ସ୍ଥାପିତ ହୋଇଛି , କିନ୍ତୁ ଏବେବି ପେଟ ପୋଷିବା ପାଇଁ ଖୁବ କ-ଷ୍ଟ କରୁଛନ୍ତି ବାପା ମା’ । ନାତୁଣୀକୁ ଧରି ବୋହୂ ବାପଘର ଚାଲିଯିବା ପରେ ବଞ୍ଚିବା ପାଇଁ ବାପା ମା’ ସଂ-ଘର୍ଷ କରି ଚାଲିଛନ୍ତି । କୌଳିକ ବୃତ୍ତି କରି ପେଟ ପୋଷୁଛନ୍ତି । ତେବେ ମନୋଜଙ୍କ ବାପା ମା’ଙ୍କ କହିବା କାଠ ଯେ ମନୋଜ ଯିବା ଦିନଠାରୁ ତାଙ୍କ ବୋହୂ ନିଜ ଝିଅକୁ ଧରି ବାପ ଘରକୁ ଚାଲି ଯାଇଛି ।

ଆଉ ସାଥିରେ ସବୁ ଟଙ୍କା ପଇସା ମଧ୍ୟ ନେଇ ଯାଇଛି । ଆଉ ଥରୁଟିଏ ବି ବୋହୂ ହିସାବରେ ଶାଶୁ ଶ୍ୱଶୁରଙ୍କୁ ପରିସ୍ଥିତି ବିଷୟରେ ପଚାରି ନାହାଁନ୍ତି । ଏମିତିକି କଲ କରିଲେ ମଧ୍ୟ ରିସିଭ କରନ୍ତି ନାହିଁ । ତେଣୁ ବର୍ତ୍ତମାନ କେବଳ ପରିସ୍ଥିତି ସହିତ ଲ-ଢ଼େଇ କରି ଜୀବନ ବଞ୍ଚିବା ବ୍ୟତୀତ ଆଉ କୌଣସି ବାଟ ନାହିଁ ବୋଲି କହନ୍ତି ମନୋଜଙ୍କ ବାପା ମା’ ।

ମନୋଜଙ୍କ ମା’ କହିଛନ୍ତି ଯେ ତାଙ୍କ ଦେହ କଥା ପଚାରୁଥିବା ଏବଂ ସେ ଖାଇଛନ୍ତି କି ନାହିଁ ସେ ବିଷୟରେ ପଚାରୁଥିବା ଲୋକ କେବଳ ଜଣେ ଥିଲେ ମନୋଜ । ଯିଏକି ଆଉ ଏ ଦୁନିଆରେ ନାହାଁନ୍ତି । ମନୋଜଙ୍କୁ ମାଂ-ସ ଖାଇବାକୁ ଭଲ ଲାଗେ ଆଉ ଯେତେ ରାତି ହେଲେ ବି ସେ କିଭଳି ମାଛ ମାଂ-ସ ଆଣି ନିଜ ମା’ ଙ୍କୁ ଖାଇବାକୁ କହୁଥିଲେ , ସେ ବିଷୟରେ ମନେ ପକାଇ ମନୋଜଙ୍କ ମା’ ଅତ୍ୟନ୍ତ ଦୁଃ-ଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *