ଦୀର୍ଘ ୧୭ ଦିନର ସୁଡ଼ଙ୍ଗ ଭିତରର ଦୁଃଖଭରା କାହାଣୀ କହିଲେ ଓଡ଼ିଆ ଶ୍ରମିକ । ଦଶ ଦିନ ପର୍ଯ୍ୟନ୍ତ କେବଳ ମୁଢ଼ି ଖାଇ ବଞ୍ଚିଥିଲେ ।

ଉତ୍ତରକାଶୀ ଟନେଲ ମାମ-ଲା ବର୍ତ୍ତମାନ ସମୟରେ ବି ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି । କାରଣ ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଆଜି ୪୧ ଜଣ ଶ୍ରମିକ ସୁର-କ୍ଷିତ ଭାବରେ ନିଜର ପରିବାରକୁ ଫେରିବାର ସୁଯୋଗ ପାଇଛନ୍ତି । ତେବେ କହିରଖିବୁ ଯେ ସେହି ୪୧ ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ବ୍ୟକ୍ତି ଯିଏକି ନିଜର ୧୭ ଦିନର ଦୁଃ-ଖ ଭରା କାହାଣୀ କହିଛନ୍ତି । କିଭଳି ସେଠାରେ ସେମାନେ ଜୀବନ ବିତାଇଥିଲେ ସେ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଘଟ-ଣା ଘଟିବା ଦିନ ସେମାନଙ୍କର ଦିନରେ ଡ୍ୟୁଟି ଥିଲା ଏବଂ ସେମାନଙ୍କର କାମ ପ୍ରାୟ ସନ୍ଧ୍ୟା ୫ ସୁଦ୍ଧା ଶେଷ ହେବାର ଥିଲା । କିନ୍ତି ସେହିଦିନ ବିଳମ୍ବ ହେତୁ ସେମାନେ କାମ ଜାରି ରଖିଥିଲେ ।

ସେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ଅନେକ ସମୟରେ ଛୋଟ ଛୋଟ ଭୂମିକମ୍ପ ହୋଇଥାଏ । ଆଉ ସେଦିନ ମଧ୍ୟ ହୋଇଥିଲା । ଯାହାକୁ ସେମାନେ ଖାତିର କରି ନଥିଲେ । ମାତ୍ର ସନ୍ଧ୍ୟା ପ୍ରାୟ ୭ – ୮ ଭିତରେ ପରିସ୍ଥିତି ଖୁବ ଭ-ୟଙ୍କର ହୋଇ ଯାଇଥିଲା । ଆଉ ତାପରେ ସେମାନେ ଭ-ୟଭୀ-ତ ହୋଇ ଯାଇଥିଲେ ।

ଦୀର୍ଘ ୧୦ ଦିନ ସେମାନଙ୍କ ପାଖରେ କୌଣସି ସହାୟତା ପହଞ୍ଚି ପାରି ନଥିଲା । ସେମାନେ କେବଳ ମୁଢ଼ି ଏବଂ କାଜୁ କିସମିଶ ଖାଇ ବଞ୍ଚି ରହିଥିଲେ । ସେଠାରେ ସମୟ ଅତିବାହିତ କରିବାକୁ କିଛିବି ନଥିଲା । ଯେଉଁ କାରଣରୁ ପ୍ରତିଟି ମୁହୂର୍ତ୍ତ ବିତାଇବା ଖୁବ କଷ୍ଟକର ହୋଇ ପଡ଼ିଥିଲା । କୌଣସି ସମୟରେ ଏଭଳି ମଧ୍ୟ ପ୍ରତୀତ ହେଉଥିଲା ଯେ ସେମାନେ ଆଉ କେବେ ନିଜ ପରିବାରକୁ ଭେଟି ପାରିବେ ନାହିଁ ।

କିନ୍ତୁ ଦୀର୍ଘ ୧୦ ଦିନ ପରେ ସେମାନଙ୍କ ପାଖକୁ ମୋବାଇଲ ଫୋନ ଚାର୍ଜ କରି , ମୋଭି ଡାଉନଲୋଡ କରି ପଠାଇବା ସହିତ ଖାଇବା ପାଇଁ ସବୁ ପ୍ରକାରର ଖାଦ୍ୟ ପଠା ଯାଇଥିଲା । ଯାହାପରେ ସେମାନେ ଟିକିଏ ଆଶ୍ୱସ୍ତି ଅନୁଭବ କରିଥିଲେ ଏବଂ ବାହାରକୁ ବାହାରିବାର ଟିକିଏ ଆଶା ଉଜ୍ଜୀ-ବିତ ହୋଇଥିଲା । ତେବେ ବ୍ୟକ୍ତି ଜଣକ କହିଛନ୍ତି ଯେ ଘ-ଟଣା ହେବାର ୪ – ୫ ଘଣ୍ଟା ସେମାନେ ଖୁବ ଭୟଭୀତ ହୋଇ ଯାଇଥିଲେ ମାତ୍ର ଆଉ କିଛି ସମୟ ପରେ ଯେମିତି ସେମାନଙ୍କ ଭିତରେ ଆଉ ଭ-ୟ ନଥିଲା । ଆଉ ଶେଷରେ ସେମାନଙ୍କୁ ସୁର-କ୍ଷିତ ଭାବରେ ଉ-ଦ୍ଧାର କରାଯାଇଛି । ଯେଉଁଥିରେ ଅନେକ ଲୋକଙ୍କର ସହାୟତା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *