ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ସରକାର ଦେଲେ ବଡ଼ ଉପହାର । ସବୁ ଶ୍ରମିକ ହେଲେ ଖୁସି ।

ଉତ୍ତରକାଶୀରେ ଚଳିତ ମାସ ଘଟି ଯାଇଥିବା ଘ-ଟଣା କେବେ କେହି ଭୁଲି ପରିବେନ ନାହିଁ । ଯଦିବି କେହି ଭୁଲି ଯାଆନ୍ତି କିନ୍ତୁ ଯେଉଁମାନେ ଅଙ୍ଗେ ଲିଭାଇଛନ୍ତି ସେମାନେ କେବେବି ଭୁଲି ପାରିବେ ନାହିଁ । କାରଣ ୪୧ ଜଣ ଶ୍ରମିକ ମୃ-ତ୍ୟୁ ଦ୍ୱାରରୁ ଫେରି ଆସିଛନ୍ତି ଏବଂ ଏହାଠାରୁ ଆଉ ବଡ଼ କଥା କଣ ହୋଇପାରେ । କହିରଖିବୁ ଯେ ଗତକାଲି ସେହି ୪୧ ଜଣ ଶ୍ରମିକଙ୍କୁ ୧୭ ଦିନର ଦୀର୍ଘ ରେସକ୍ୟୁ ଅପରେସନ ପରେ ରେସକ୍ୟୁ କରାଯାଇଛି । ଆଉ ସେମାନଙ୍କୁ ରେସକ୍ୟୁ କରିବା ସହିତ ଉତ୍ତରାଖଣ୍ଡ ସରକାର ସେହି ୪୧ ଜଣ ଶ୍ରମିକଙ୍କ ପାଇଁ କିଛି ଖାସ ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଗତକାଲି ଯେଉଁ ୪୧ ଜଣ ଶ୍ରମିକଙ୍କୁ ସୁର-କ୍ଷିତ ଭାବରେ ଉ-ଦ୍ଧାର କରାଯାଇଛି ସେମାନଙ୍କୁ ପ୍ରତ୍ୟେକେ ଏକ ଲକ୍ଷ ଟଙ୍କା ସହିତ ଦୀର୍ଘ ଦିନର ଛୁଟି ମଧ୍ୟ ଦିଆଯିବ।

ଆଜ୍ଞା ହଁ ଗତ ୧୭ ଦିନ ହେବ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଥିଲେ । ଟନେଲ ହଠାତ ଭୁଶୁଡ଼ିଯିବା ପରେ କେହିବି ଭାବି ନଥିଲେ ଯେ ସେମାନେ କେବେ ଜୀବିତ ଫେରିବେ ବୋଲି । କିନ୍ତୁ ତଥାପି ସେମାନେ ସଂ-ଘର୍ଷ ଜାରି ରଖିଥିଲେ ଏବଂ ନିଜ ପରିବାର ସହିତ ଦେଖା କରିବାର ଆଶା ନେଇ ଦିନ ଗଣୁଥିଲେ । ଆଉ ଶେଷରେ ସେମାନଙ୍କ ସଂ-ଘର୍ଷ ସାର୍ଥକ ହେଲା ।

ସେମାନେ ସୁରକ୍ଷିତ ଭାବରେ ଉ-ଦ୍ଧାର ହେଲେ ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ କରାଯାଇଥିଲା । ସମସ୍ତ ୪୧ ଜଣଙ୍କର ସ୍ୱାସ୍ଥ୍ୟ ଭଲ ଥିଲେ ମଧ୍ୟ ସେମାନଙ୍କୁ କିଛିଦିନ ସ୍ୱତନ୍ତ୍ର ଡାକ୍ତରୀ ନିରୀକ୍ଷଣରେ ରଖାଯିବ ବୋଲି ଉତ୍ତରାଖଣ୍ଡ ସରକାର କହିଛନ୍ତି ଏବଂ ଉକ୍ତ ଶ୍ରମିକ ମାନଙ୍କୁ ସହାୟତା ଭାବରେ ଏକ ଲକ୍ଷ ଟଙ୍କା ସମେତ ସେମାନେ ଯେଉଁ କମ୍ପାନୀରେ କାମ କରନ୍ତି ସେହି କମ୍ପାନୀର ମାଲିକଙ୍କୁ ଉକ୍ତ ଶ୍ରମିକଙ୍କ ଦରମା କା-ଟ ନକରିବା ସହିତ ଦୀର୍ଘ ଦିନ ଛୁଟି ଦେବାକୁ ମଧ୍ୟ କହିଛନ୍ତି ।

ଆଉ ସରକାରଙ୍କର ଏହି ଘୋ-ଷଣା ପରେ ଶ୍ରମିକଙ୍କ ପରିବାର ଲୋକେ ଏବଂ ଶ୍ରମିକ ମାନେ ମଧ୍ୟ ଖୁସି ହୋଇଛନ୍ତି । କାରଣ ଯେତେବେଳେ ଶ୍ରମିକ ମାନେ ଟନେଲ ଭିତରେ ଫସି ରହିଥିଲେ ସେତେବେଳେ ପରିବାର ଲୋକେ ଚିନ୍ତାରେ ବାହାରେ ଅପେକ୍ଷା କରି ରହିଥିଲେ । ଆଉ ବର୍ତ୍ତମାନ ରେସକ୍ୟୁ ଟିମର ସବୁ ସଦସ୍ୟଙ୍କ ସହାୟତାରେ ୪୧ ଜଣ ଶ୍ରମିକ ସୁର-କ୍ଷିତ ଭାବରେ ନିଜ ଘରକୁ ଫେରି ଆସିଛନ୍ତି । ଯାହାକୁ ନେଇ ଉତ୍ତରାଖଣ୍ଡ ସରକାର ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *