୨୦୨୪ ରେ ଏମିତି ରହିବ ଦେଶ ଏବଂ ରାଜ୍ୟର ରାଜନୈତିକ ଭବିଷ୍ୟତ । କହିଲେ ଜ୍ୟୋତିର୍ବିଦ ।

ଅଙ୍କ ଶାସ୍ତ୍ର ଅନୁଯାୟୀ ଅଙ୍କ ୨୦୨୪ ନମ୍ବର ୮ ପ୍ରକାଶ କରିଥାଏ । ଯାହାକି ଶନିଦେବ ଏବଂ ନ୍ୟାୟ ପ୍ରତୀକ ଅଟେ । ଏହି କାରଣରୁ ୨୦୨୪ ବର୍ଷଟି ନ୍ୟାୟ ସପକ୍ଷରେ ଯିବ । ଯାହାଦ୍ୱାରା ଭଲ ଲୋକ ଜିତିବାର ଅଧିକ ସମ୍ଭାବନା ରହିଛି । ଏହାବ୍ୟତୀତ ଜ୍ୟୋତିର୍ବିଦ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଛା ଲଗ୍ନ ହୋଇଥିବାରୁ ଏବଂ ମଙ୍ଗଳ ମହାଦୋଷ ଚାଲୁ ଥିବାରୁ ଯାହା ୨୦୨୮ ପର୍ଯ୍ୟନ୍ତ ରହିବ । ତେଣୁ ପ୍ରଧାନମନ୍ତ୍ରୀ ୨୦୨୮ ପର୍ଯ୍ୟନ୍ତ ହିଁ ପ୍ରଧାନମନ୍ତ୍ରୀ ରହିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ପୁଣି ଆଗକୁ ନିର୍ବାଚନ ଯେଉଁ ସମୟରେ ମଙ୍ଗଳ ମହାଦୋଷାରେ ଶନି ଅନ୍ତର୍ଦୋଷା ଚାଲିବ । ଏଥିରେ ମଙ୍ଗଳ ଶନିଙ୍କ କ୍ଷେତ୍ରରେ ରହିଥିବାରୁ ୧୦,୧୦,୩,୪ ରହିବ ।

ତେଣୁ ନରେନ୍ଦ୍ର ମୋଦୀଙ୍କର ବିଜୟ ଅବଶ୍ୟମ୍ଭାବି ଅଟେ । ମଙ୍ଗଳରେ ଶନି ୧୦ ନମ୍ବରକୁ ସୂଚିତ କରୁଛି ତେଣୁ ତାହା ଷ୍ଟେଟସକୁ ଦର୍ଶାଉଛି । ଏହାବ୍ୟତୀତ ବ୍ୟକ୍ତିତ୍ୱ ମଧ୍ୟ ଦୃଢ଼ ଯାହାକି ତାଙ୍କର ରାଶିକୁ ଖୁବ ଶକ୍ତିଶାଳୀ କରୁଛି । ଏହାପରେ ୨୦୨୪ ରେ କିଛି ଟେରର ଆଟାକ ହୋଇପାରେ , କିନ୍ତୁ ଯାହାକୁ ନରେନ୍ଦ୍ର ମୋଦି ବେଶ ଭଲ ଭାବରେ ହ୍ୟାଣ୍ଡେଲ କରି ପାରିବେ ।

ଏପଟେ ଏହି ନୂଆ ବର୍ଷରେ କୌଣସି ବଡ଼ ରୋଗ ଆସିବାର କୌଣସି ବିପଦ ନାହିଁ । ଏପଟେ ଭାରତ ପ୍ରତି ମଧ୍ୟ ଅନ୍ତର୍ଜାତୀୟ କ୍ଷେତ୍ରରେ କୌଣସି ବିପଦ ନଥିବା କହିଛନ୍ତି ଜ୍ୟୋତିର୍ବିଦ । ରାଜ୍ୟ କଥା କହିବାକୁ ଗଲେ ଚଳିତ ନୂଆବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତାରେ ବିଜେଡି ନିର୍ବାଚନ ପାର କରିବ ।

କିନ୍ତୁ ବଡ଼ କଥା ହେଉଛି ଯେ ଏହି ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିଯାଇ ପାରେ । ମୁଖ୍ୟମନ୍ତ୍ରୀଙ୍କର ଶୁକ୍ର ମହାଦୋଷା ବୃହସ୍ପତିରେ ରହିଛି , ଯାହାକି ୦୪/୦୭/୨୦୨୪ ପର୍ଯ୍ୟନ୍ତ ଚାଲିବ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ତାଙ୍କୁ କିଛିପାଦ ପଛକୁ ନେଇଯାଇ ପାରେ । ୦୪/୦୭/୨୦୨୪ ରୁ ୦୩/୦୯/୨୦୨୭ ପର୍ଯ୍ୟନ୍ତ ଶୁକ୍ର ମହାଦୋଷାରେ ଶନି ମହାଦୋଷା ଚାଲିବ । ଏପଟେ ଦେଶରେ ଅର୍ଥନୀତିରେ କୌଣସି ପଛକୁ ଯିବନାହିଁ କିମ୍ବା ଏହି ବର୍ଷ କ୍ରାଇମ ଅଧିକ ବଢ଼ିଲେବି ପୋଲିସ ଦ୍ୱାରା ତାହାର ଉଚିତ ସମାଧାନ ମଧ୍ୟ ହୋଇଯିବ । ସର୍ବୋପରେ କହିବାକୁ ଗଲେ ଚଳିତ ନୂଆବର୍ଷରେ ଦେଶରେ ଏବଂ ସବୁ ରାଜ୍ୟରେ କୌଣସି କ୍ଷତି ହେବାର ସମ୍ଭାବନା ପ୍ରାୟ ନାହିଁ ।

Leave a Reply

Your email address will not be published. Required fields are marked *