ଚତୁର୍ଥୀ ରାତି ପରଠାରୁ ସ୍ତ୍ରୀ ଉପରେ ଆରମ୍ଭ ହୋଇଥିଲା ନିର୍ଯା-ତନା । ୩ ଲକ୍ଷ ଟଙ୍କା ନଦେଲେ ଘରୁ ବାହାର କରିଦେବାକୁ ଦେଇଥିଲେ ଧ-ମକ ।

ବିବାହର ତିନି ଦିନ ପରେ ଶାଶୁ ଘର ଲୋକେ ଦେଉଥିଲେ ନିର୍ଯା-ତନା ଏବଂ ନିଶା ଔଷଧ । ଖାଇବାକୁ ଦେଲେ ନଖାଇଲେ ଦେଉଥିଲେ ଶାରୀ-ରିକ ନିର୍ଯା-ତନା । ଆଉ ଏହାକୁ ସହ୍ୟ କରି ନପାରି ବୋହୂ ଶ୍ବାତି ଘୋଷ ଥା-ନାରେ ଏକ ଅଭି-ଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥା-ନା ଅଧୀନ କଲେଇ ପଞ୍ଚାୟତ ଚୁନିଦାସୁନ୍ଦର ଗ୍ରାମର ରବୀନ୍ଦ୍ରନାଥ ଘୋଷଙ୍କ ଝିଅ ହେଉଛନ୍ତି ସ୍ୱାତି ଘୋଷ , ୨୦୨୨ ମସିହା ଫେବୃଆରୀ ୪ ତାରିଖ ଦିନ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଜାନୁଗଞ୍ଜ ମାଧବନଗର ପବିତ୍ର କୁମାର ଦେଓ ଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଚତୁର୍ଥୀ ରାତିରେ ହିଁ ତାଙ୍କ ଉପରେ ନିର୍ଯା-ତନା ଦେବା ଆରମ୍ଭ ହୋଇ ଯାଇଥିଲା । ସ୍ୱାମୀ ରବୀନ୍ଦ୍ର କହୁଥିଲେ ଯେ ତାଙ୍କର କୁଆଡ଼େ ସେ ପସନ୍ଦ ନଥିଲେ ।

ଘର ଲୋକେ ଜବ-ରଦସ୍ତ କଲେ ବୋଲି କୁଆଡ଼େ ସେ ବିବାହ କଲେ । ଖାଲି ସେତିକି ନୁହେଁ ଶାଶୁ ଏବଂ ଦୁଇ ନଣଦ ସଙ୍ଗିତା ଦାସ ଏବଂ ରଶ୍ମିତା ଦାସ ମଧ୍ୟ ଘରକୁ ଆସି ନାନା ପ୍ରକାରର ଖରାପ ଭାଷାରେ ଗା-ଳି ଗୁ-ଲଜ କରୁଥିଲେ । ସେମାନେ କହୁଥିଲେ ଆମ ପୁଅ ପୋ-ଲିସ ଚାକିରୀ କରିଛି ଏବଂ ଆମର ଚାକିରୀଆ ବୋହୂ ଦରକାର ଥିଲା । ଆଉ କହୁଥିଲେ ଯେ ସ୍ୱାତିଙ୍କ ବାପା ତିନି ଲକ୍ଷ ଦେଇ ପାରିବେନି ତେଣୁ ସେ ଘରୁ ବାହାରି ଗଲେ ହିଁ ସେମାନେ କୁଆଡ଼େ ନୂଆ ବୋହୂ ଆଣିବେ । ଏମିତି କହି ଶାଶୁ ଘର ଲୋକେ ସବୁବେଳେ ତାଙ୍କ ମା-ଡ଼ ମା-ରୁଥିଲେ । ବିବାହର ଦୁଇ ମାସ ପରେ ସ୍ୱାତିଙ୍କ ବାପା ରବୀନ୍ଦ୍ର ସ୍ୱାତିଙ୍କୁ ଘରକୁ ନେଇ ଆସିଥିଲେ ।

ପରିବାର ଲୋକେ ଅନେକ ଥର ଚେଷ୍ଟା କରିଥିଲେ ସମାଧାନ କରିବା ପାଇଁ କିନ୍ତୁ କୌଣସି ସମାଧାନ ହୋଇ ନଥିଲା । ତେଣୁ ଶେଷରେ ସ୍ୱାତି ଏବଂ ତାଙ୍କ ପରିବାର ଲୋକେ ବାଧ୍ୟ ହୋଇ ଥା-ନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲି-ସର ଉପସ୍ଥିତିରେ ଯୌତୁ-କରେ ଯାଇଥିବା ସବୁ ଆସବାବପତ୍ର ଫେ-ରାଇ ଆଣିଥିଲେ କିନ୍ତୁ ନଗଦ ଦେଇଥିବା ଦେଢ଼ ଲକ୍ଷ ଟଙ୍କା ତାହାକୁ ସ୍ୱାମୀ ପବିତ୍ର ଫେରାଇ ନଥିଲେ । ଏହାକୁ କେନ୍ଦ୍ର କରି ଯୌ-ତୁକ ବାବ-ଦକୁ ନେଇଥିବା ଟଙ୍କା ଫେରାଇବାକୁ ଏବେ ସ୍ୱାତି ଏବଂ ପରିବାର ଲୋକେ ଥା-ନାରେ ଅଭି-ଯୋଗ ଆଣିଛନ୍ତି ଏବଂ ଏନେଇ ସ୍ୱାତିଙ୍କ ବାପା ମଧ୍ୟ କହିଛନ୍ତି ଯେ ଅଭି-ଯୋଗ ଆଧାରରେ ଥା-ନା ଅଧିକାରୀ ମଧ୍ୟ ଉଚିତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *