ବୁଢ଼ା କାଳରେ ଦ-ଣ୍ଡ ପାଉଛି ବୁଢ଼ୀ ମାଆ , କହୁଛି ପୁଅ ପାଖକୁ ମ-ରିଗଲେ ବି ଯିବି ନାହିଁ

ଦୁନିଆଁରେ ମାଆ ହିଁ ଶ୍ରେଷ୍ଠ ଆଉ ତା ଠାରୁ ବଡ ଆଉ କେହି ନାହିଁ ବୋଲି ଆମେ ସମସ୍ତେ ଜାଣିଛନ୍ତି । କାହିଁକି ନା ସେ ସମସ୍ତଙ୍କ ଜୀବନରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ତା ବିନା ଜୀବନର କିଛି ମାନେ ନାହିଁ । ନିଜର ପେଟ ଚିରି ଜନ୍ମ ଦେଇଥିବା ମାଆ ନିଜ ହୃଦୟ ଉପରେ ପଥର ଲଦି ଦେଇ ନିଜ ସନ୍ତାନକୁ ଖୁସି ଦେବା ପାଇଁ ଚେଷ୍ଟା କରି ଚାଲିଥାଏ । ତାର ସୁଖ ଦୁଃ-ଖରେ ନିଜକୁ ସୁଖି ଦୁଃ-ଖୀ କରାଇ ଥାଏ ।

ତାର ପାଦରେ କଣ୍ଟା ଫୁଟିଲେ ମାଆଟିଏ ରାତି ରାତି ବସି କା-ନ୍ଦି ପକାଇଥାଏ । ପିଲାଟିଏ ନ ଖାଇଲେ ମାଆର ପେଟକୁ ଦାନା ମୁଠେ ଯାଏ ନାହିଁ ।ତେବେ ଏତେ ବିଶେଷ ଭୂମିକା ଗ୍ରହଣ କରିଥିବା ମାଆକୁ ଶେଷରେ ନିନ୍ଦା ଅପ-ବାଦ ଛଡ଼ା ଆଉ କିଛି ମିଳେ ନାହିଁ । ବଡ ହୋଇଯିବା ପରେ ପୁଅଟିଏ ମାଆକୁ ପର କରି ଦେଇ ଚାଲି ଯାଇଥାଏ । ସେତେବେଳେ ତାର ମୂଲ୍ୟ ଆଉ ବୁଝେ ନାହିଁ।

ମାଆଟିଏ ଗୋଟିଏ ପୁଅ ପାଇବା ଆଶାରେ ଅନେକ ଥର ଶିବଙ୍କ ପାଖରେ ମାନସିକ କରି ରଖିଥାଏ । ଆଶା ରଖିଥାଏ ଘରକୁ ତାର ପୁଅଟିଏ ଆସିଲେ ଘର ଖୁସିରେ ନାଚି ଉଠିବ । ସମସ୍ତେ କେତେ ଖୁସି ହେବେ । ଆଉ ଏହି ନୟନ ପିତୁଳା ଧନର ଆଖିକୁ ଚାହିଁ ଚାହିଁ ରାତି ତାର ପାହି ଯିବ । ବୁଢ଼ା କାଳରେ ତାକୁ ଟିକିଏ ସାହାରା ଦେବ ଆଉ ମରିଯିବା ପରେ ତାର ମୁଁହରେ ଟିକିଏ ନିଆଁ ଦେଇ ଦେବ ।

ବାସ୍ ଏତିକି ଟିକିଏ ଆଶା ସେହି ମାଆର ମନରେ ରହିଥାଏ । ନଚେତ୍ ତାର ହୃଦୟ ଏତେ ବଡ ଯେ , ଆଉ କିଛି ଆଶା ସେ ରଖେ ନାହିଁ । ସବୁ ଜିନିଷ ତାର ପିଲାର ମଙ୍ଗଳ ପାଇଁ ହିଁ ଭାବିଥାଏ । ତେବେ ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମାଆଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରୁ ଲୁ-ହ ଆସିଯିବ ।

ଏ ହେଉଛି ଜଣେ ଦୁଃ-ଖଭରା ଜୀବନରେ ରହିଥିବା ଜଣେ ମାଆଙ୍କର କାହାଣୀ । ଯିଏ ଆଉ କେବେ ନିଜ ପୁଅ ପାଖକୁ ଫେରିବେ ନାହିଁ ବୋଲି କହିଛନ୍ତି । ପୁଅ ମାନଙ୍କ ପାଖରୁ ଏତେ କଷ୍ଟ ପାଇଛନ୍ତି କି , ଆଉ ତାଙ୍କ ପାଖରେ ରହିବାକୁ ମନ ନାହିଁ ବୋଲି ସେ ସଫା ସଫା କହି ଦେଇଛନ୍ତି । ତେବେ ଘଟଣା ହେଉଛି ରାଜଧାନୀ ଭୁବନେଶ୍ୱରର । ଜଣେ ନିରୀହ ମାଆ ବର୍ତ୍ତମାନ ଦାଣ୍ଡ ଉପରେ ବୁଲୁଛନ୍ତି ।

ଆଉ ତାଙ୍କୁ ତାଙ୍କ ଝିଅର ସାଙ୍ଗ ଆଣି ରଖିଛନ୍ତି । ତେବେ ସେହି ସାଙ୍ଗ ଜଣକ କହିଛନ୍ତି କି , ମାଉସୀଙ୍କ ଅନେକ ଜାଗା ଆଉ ସମ୍ପତି ରହିଛି । ତାଙ୍କ ସ୍ଵାମୀ ମ-ରିଯିବା ପରେ ସବୁ ପୁଅ ମାନେ ଏସବୁ ନେଇ ଯାଇଛନ୍ତି ଆଉ ତାଙ୍କୁ ପାଖରେ ରଖିବା ପାଇଁ ମଧ୍ୟ ରାଜି ହେଉ ନାହାଁନ୍ତି । ଏପରିକି ଯେତେବେଳେ ତାଙ୍କ ଝିଅ ଆଣି ରଖିଛନ୍ତି , ସେତେବେଳେ ମଧ୍ୟ ଗା-ଳି ଗୁ-ଲଜ କରିବାରେ ଲାଗିଛନ୍ତି

କେଉଁଠି ମଧ୍ୟ ମାଉସୀଙ୍କ ସପକ୍ଷରେ ରହୁ ନାହାନ୍ତି । ଆଉ ମାଉସୀଙ୍କ କଥା ବୁଝିବା ତ ଦୂରର କଥା । ଯେତିକି ସମ୍ପତି ମଉସା କରି ଯାଇଛନ୍ତି , ସେ ସବୁକୁ ଲୁ-ଟି ନେଇଛନ୍ତି ପୁଅ ଆଉ ଏବେ ଖୁସିରେ ଅଛନ୍ତି । କିନ୍ତୁ ଏପଟେ ମାଆଟିଏ ଦାଣ୍ଡ ଉପରେ ବୁଲୁଛନ୍ତି ବୋଲି ସେମାନଙ୍କର କିଛି ଧାରଣା ନାହିଁ । ତେଣୁ ବର୍ତ୍ତମାନ ଏହା କରାଯାଉ କି , ମାଉସୀ ଯେଉଁଠି ରହିବେ ସେଠାରେ ସେ ଶାନ୍ତିରେ ରୁହନ୍ତୁ ଆଉ ଖୁସିରେ ରୁହନ୍ତୁ ।

ସେ ଯେତେ ଦିନ ଯାଏ ବଞ୍ଚୁଛନ୍ତି , ଜୀବନରେ ଶାନ୍ତି ନେଇ ବଞ୍ଚନ୍ତୁ । ସେ ଅନେକ ଥର ବୃଦ୍ଧାଶ୍ରମ ଯିବେ ବୋଲି କହିଥିଲେ ମଧ୍ୟ ସେ ତାଙ୍କୁ ନିଜ ପାଖରେ ରଖିଛନ୍ତି ଆଉ କୁଆଡେ ଯିବେ ନାହିଁ ମାଉସୀ ବୋଲି କହିଛନ୍ତି । ତେବେ ବର୍ତ୍ତମାନ କିଛି ଗୋଟିଏ ନିଷ୍ପତ୍ତି ହେଉ ଆଉ ମାଉସୀଙ୍କୁ ନ୍ୟା-ୟ ମିଳି ଯାଉ ବୋଲି ମହିଳା ଜଣକ କହିଛନ୍ତି। ଯେପରି ଆଗକୁ ଆଉ ମାଉସୀ କଷ୍ଟ ନ ପାଆନ୍ତୁ , ସେଥିପାଇଁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *