କାନ୍ଦି କାନ୍ଦି ନିଜ ଜୀବନର ସବୁ ଅଭୁଲା କାହାଣୀ କହି ଚାଲିଛନ୍ତି ବୁଢ଼ୀ ମାଉସୀ , ପୁଅ କଥା ମନେ ପକାଇ ଆଖିରୁ ଝରାଉଛନ୍ତି ଲୁହ

ବୃଦ୍ଧ ବୟସରେ ଥରେ ପାଦ ଦେବା ପରେ ମଣିଷ ନିଜର ସବୁକିଛି ହରାଇ ବସିଥାଏ । ସେ ଆଉ କାହାର ଲୋଡା ହୋଇ ନଥାଏ । ସମସ୍ତେ ତାକୁ ନୀଚ୍ଚ ଦୃଷ୍ଟିରେ ଦେଖିଥାନ୍ତି ଆଉ ତା ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରି ଦେଇଥାନ୍ତି । ତାକୁ ଦୁ-ର୍ବଳ ବୋଲି ଭାବିବା ସମସ୍ତଙ୍କର ଅଭ୍ୟାସ ହୋଇ ଯାଇଥାଏ । ତେବେ ସାମ୍ନାକୁ ଆସିଛନ୍ତି ଜଣେ ମାଉସୀ , ଯିଏ ଗଣମାଧ୍ୟମ ଆଗରେ ନିଜର ସବୁ ଦୁଃ-ଖ କଷ୍ଟ ବଖାଣିବାରେ ଲାଗିଛନ୍ତି ।

ଯାହାଙ୍କୁ ଦେଖିବା ପରେ ଆପଣଙ୍କ ଆଖିରୁ ବି ଲୁ-ହ ବାହାରି ଆସିବ । ତେବେ ମାଉସୀ ଜଣକ ନିଜ ବାପଘର ବାଳକାଟି ଅଞ୍ଚଳର କହିବା ସହିତ ଶାଶୁ ଘର କଥା କହିବା ତଥା ଠିକଣା କହିବା ପାଇଁ ରାଜି ନଥିଲେ । ତେେ ମାଉସୀଙ୍କ କହିବା ଅନୁଯାୟୀ , ଜୀବନରେ ସେ ବହୁତ କଷ୍ଟ ପାଇଛନ୍ତି । ମାତ୍ର ୧୫ ବର୍ଷ ବୟସରେ ତାଙ୍କୁ ତାଙ୍କ ବାପା ବିବାହ କରାଇ ଦେଇଥିଲେ। କିନ୍ତୁ ସେ ଆଉ କିଛି ପାଠ ପଢିବାକୁ ଚାହିଁ ଥିଲେ । ବିଦ୍ୟାଳୟରେ ସେ ଥିଲେ ମେଧାବୀ ଛାତ୍ରୀ ତଥା ରାଜ୍ୟ ସ୍ତରରେ ଥିଲେ ଟପ୍ପର । ତଥାପି ତାଙ୍କ କଥା କେହି ବୁଝି ନଥିଲେ ।

ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାହ କରାଇ ଦେଇଥିଲେ , ଯିଏ ତାଙ୍କ କଥା ଆଦୌ ବୁଝୁ ନଥିଲେ । ତାଙ୍କୁ ଅ-ତ୍ୟାଚା-ର ପରେ ଅ-ତ୍ୟାଚା-ର କରିବାରେ ଲାଗିଥିଲେ । ତେବେ ଏହା ମଧ୍ୟରେ ମାଉସୀ ଜଣକ କହିଥିଲେ କି , ପେଟରେ ପିଲା ଥାଇ ମଧ୍ୟ ସେ ପରୀକ୍ଷା ଦେବାକୁ ଯାଇଥିଲେ । ଅନ୍ୟ ପକ୍ଷରେ ତାଙ୍କ ସ୍ଵାମୀ ତାଙ୍କ ଠାରୁ ସବୁ ଟଙ୍କା ନେଇ ଯାଇଥିଲେ । ଆଉ ପାଠ ପଢ଼ିବାର ସ୍ଵାଧୀନତା ମଧ୍ୟ ଛଡ଼ାଇ ନେଇ ଯାଇଥିଲେ । ଇଚ୍ଛା ଥାଇ ମଧ୍ୟ ମାଉସୀ ଜଣକ ଚୁପ୍ ହୋଇ ଯାଇଥିଲେ । ଆଉ ଘର କଥା ବୁଝିଥିଲେ ।

କିନ୍ତୁ ସେପଟେ ତାଙ୍କ ସ୍ଵାମୀ ଟଙ୍କା ଉଡାଇବା ସହିତ କିଛି ଜିନିଷର ହିସାବ ରଖି ନଥିଲେ । ଆଉ ମାଉସୀଙ୍କ ଠାରୁ ଟଙ୍କା ଜମା ସମ୍ପତ୍ତି ସବୁ କିଛି ଛଡ଼ାଇ ନେଇ ଯାଇଥିଲେ । ବର୍ତ୍ତମାନ ମାଉସୀ ଜଣକ ଏକୁଟିଆ ରହୁଛନ୍ତି । କାହିଁକି ନା ସେତେବେଳେ ତାଙ୍କ ସ୍ଵାମୀ ତାଙ୍କ ଠାରୁ ଟଙ୍କା ସହିତ ତାଙ୍କ ପିଲା ମାନଙ୍କୁ ମଧ୍ୟ ଛଡ଼ାଇ ନେଇ ଯାଇଥିଲେ । ବର୍ତ୍ତମାନ ମାଉସୀ ଜଣକ ଭା-ଙ୍ଗି ପଡ଼ିଛନ୍ତି । କାହିଁକି ନା ବର୍ତ୍ତମାନ ତାଙ୍କ ପାଖରେ ଟଙ୍କା ସରି ଗଲାଣି ଆଉ ସେ ଯେଉଁ ଘରେ ରହୁଛନ୍ତି ତାହା ଭୂତ କୋଠି ଭଳି ହୋଇଯାଇଛି । ସେଥିପାଇଁ ମାଉସୀ ପୁଅକୁ ମନେ ପକାଇ ଆଖିରୁ ଲୁହ ଝରାଇବା ସହିତ ଆଉ କେବେ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *