ନାରୀରେ ଶାଢ଼ୀ ସୁନ୍ଦର ଲାଗନ୍ତି,ହେଲେ ଜିନ୍ସି ପିନ୍ଧିବା ବି ଖରାପ ନୁହେଁ।

ଶାଢ଼ୀ ଆଉ ଜିନ୍ସିକୁ ନେଇ ଲୋକଙ୍କ ଭିତରେ ଯେଉଁ ମାନ-ସିକତା ରହିଛି ଏହାକୁ ନେଇ ଜୟା ବଚନ ଯେଉଁ କଥା କହିଛନ୍ତି ତା ଉପରେ ଏଭଳି କହିଲେ ଓଡ଼ିଆ ଅଭିନେତ୍ରୀ ମମତା ଦାସ। ଓଡ଼ିଆ ଅଭିନେତ୍ରୀ ମମତା ଦାସ ଙ୍କ କହିବା କଥା ଶାଢ଼ୀ ଆଉ ଜିନ୍ସି ଭିତରେ ଅଧିକ ସାମଞ୍ଜସ୍ୟ ନାହିଁ। କାପଡ଼ାରୁ କାହାର କ୍ୟାରେଟର ଚୁଜ କରିବା ଆଦୌ ଉଚିତ ନୁହେଁ କାରଣ ମହିଳା ମାନେ ଏବେ ଅନେକ ଆଗକୁ ଗଲେଣି ନାରୀ ସଶ-କ୍ତିକରଣ ହେଲାଣି। ତାଙ୍କ କହିବା ଅନୁଯାୟୀ ଓଡ଼ିଆରେ ଗୋଟେ ଲୋକ କଥା ଅଛି ଗୋଦାରୀ ଲୋ ନିଜ ଗୋଡ଼କୁ ଅନା। ସେ କହିଛନ୍ତି କି ଜୟା ବଚନ ଜିନ୍ସ ଆଉ ଶାଢ଼ୀକୁ ନେଇ ଯେଉଁ କଥା କହିଛନ୍ତି ତାଙ୍କ ବୋହୁ ମଧ୍ୟ ଅଧିକ ଜିନ୍ସ ପିନ୍ଧନ୍ତି ତେବେ ଜୟ ବଚନ ତାଙ୍କ ବୋହୁଙ୍କୁ କେବେ ବାରଣ କରିଛନ୍ତି କି।

ନିଜକୁ କହିବା ଓ ପରକୁ କହିବା ଭିତରେ ଅନେକ ଫରକ ଅଛି। ନିଜର ବୋହୂକୁ ଯଦି ଆମେ ଶାଢ଼ୀ ପିନ୍ଧିବାକୁ କହି ପାରୁନୁ ତେବେ ସମାଜ ପରିବର୍ତ୍ତନର କଥା କିପରି କହି ପାରୁଛୁ। ଯଦି ଜୟ ବଚନ ନିଜ ବୋହୂକୁ ଶାଢ଼ୀ ପିନ୍ଧାଇ ଥାନ୍ତେ ତେବେ ଯଦି ସେ ସମାଜର ଅନ୍ୟ ଝିଅ ବୋହୂକୁ ଶାଢ଼ୀ ପିନ୍ଧିବାକୁ ଆହ୍ୱାନ ଦେଇଥାନ୍ତେ ତେବେ ଯାଇଁ ହୁଏତ ତାଙ୍କ କଥା କେହି ଗ୍ରହଣ କରିଥାନ୍ତେ। ମାତ୍ର ସେଭଳି କିଛି ହେଲା ନାହିଁ। ତାଙ୍କ ନିଜ ବୋହୁ ଅଧିକାଂଶ ସମୟ ଶାଢ଼ୀ ଆଉ ଜିନ୍ସ ପିନ୍ଧୁଥିବା ଦେଖିବାକୁ ମିଳେ। ତେବେ ଏଭଳି ପରିସ୍ଥିତିରେ ସେ ଅନ୍ୟକୁ ଉପଦେଶ ଦେବା କଥା କୁ ନେଇ ବର୍ଷିଛନ୍ତି ଓଡ଼ିଆ ଅଭିନେତ୍ରୀ ମମତା ଦାସ। ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ତାଙ୍କର ଜିନ୍ସ କୁ ନେଇ ଏତେ ଅସୁବିଧା ଅଛି ଯଦି ସେ ଚାହାଁନ୍ତି ଝିଅ ବୋହୁ ମାନେ ଶାଢ଼ୀ ପିନ୍ଧିବା ଉଚିତ।

ତେବେ ତାଙ୍କ ପାଖରେ ଥିବା କୋରଡ କୋରଡ ଟଙ୍କାରେ ସେ ଗରିବ ଝିଅ ବୋହୁଙ୍କୁ ଶାଢୀ ବାଣ୍ଟନ୍ତୁ। ଯେଉଁ ଗରିବ ଅସହାୟ ଝିଅ ବିବାହ ହୋଇ ପାରୁ ନାହାଁନ୍ତି ସେମାନଙ୍କୁ ବିବାହ କରନ୍ତୁ। ତେବେ ଯାଇ ସେମାନଙ୍କ କଥା ଝିଅ ବୋହୁ ମାନେ ମାନିବେ ଭାବିବେ କି ହଁ ଏ ସମାଜ ପରିବର୍ତ୍ତନର କଥା ଚିନ୍ତା କରୁଛନ୍ତି । ହେଲେ ନିଜ ଘରେ ନିଜ ବୋହୁ ଜିନ୍ସି ପିନ୍ଧୁଥିବା ବେଳେ। ନିଜ ଘରେ ନିଜ ବୋହୁ ଶାଢ଼ୀ କମ ସମୟ ଶାଢ଼ୀ ପିନ୍ଧୁଥିବା ବେଳେ ତାଙ୍କର ଏହି କଥା କୁ କେହି ଗ୍ରହଣ କରିବେ ତାହା ତାଙ୍କୁ ଲାଗୁ ନଥିବା କହିଛନ୍ତି ମମତା ଦାସ। ତେବେ କେବଳ ଏତିକି ରେ ତାଙ୍କ କଥା ସରିନି ବରଂ ସେ ଆହୁରି ମଧ୍ୟ କହିଛନ୍ତି କି।

ଯେତେବେଳେ ଆମେରିକା ର ଜଗନ୍ନାଥ ଭକ୍ତ ମାନେ ଓଡ଼ିଶାର ପୁରୀ କୁ ଆସନ୍ତି ସେତେବେଳେ ସେମାନେ ଆମ ସଂକୃତି ଆମ ପରମ୍ପରା କୁ ଗ୍ରହଣ କରି ଆମ ସଂକୃତି ର ଶାଢ଼ୀ ପିନ୍ଧି ପୁରୀ ମନ୍ଦିର ସାମ୍ନାରେ ବୁଲୁଥାନ୍ତି। ତେଣୁ ଜଗନ୍ନାଥ ସଂକୃତି କୁ ସେମାନେ ଗ୍ରହଣ କରି ସେମାନେ ଯଦି। ଶାଢ଼ୀ ପିନ୍ଧୁଛନ୍ତି ତେବେ ଆମେ ଶାଢ଼ୀ ଜାଗାରେ ଜିନ୍ସି କେବେ କେବେ ପିନ୍ଧିଲେ। ଏହା ଦ୍ୱାରା କେହି ଖରାପ ହୋଇ ଯାଆନ୍ତି ନାହିଁ। କାରଣ ଏହା କେବେ ହେଲେ କ୍ୟାରେକ୍ଟର ଚେ-ଞ୍ଜ କରାଏ ନାହିଁ। ଆମ ଝିଅ ମାନେ ବିମାନ ଠୁ ନେଇ ଅନେକ ଜାଗାରେ ବର୍ତ୍ତମାନ କାର୍ଯ୍ୟରତ ତେଣୁ ତାଙ୍କୁ ଜିନ୍ସ ପିନ୍ଧିବାର ମଧ୍ୟ ଆବଶ୍ୟକ ତା ରହିଛି। ଜିନ୍ସ କୁ ନେଇ ଯିଏ ବାରଣ କରିଛନ୍ତି ସେ ତାଙ୍କ ଘରୁ ଆଗ ପରିବର୍ତ୍ତନ କରନ୍ତୁ।

Leave a Reply

Your email address will not be published. Required fields are marked *