କା-ନ୍ଦି କା-ନ୍ଦି ତିନି ପୁଅଙ୍କୁ ଡାକୁଛି ମାଆ , କଥା ଶୁଣିବାକୁ ପୁଅ ନାହାଁନ୍ତି ପାଖରେ

ମାଆ ଗୋଟିଏ ସନ୍ତାନ ପାଇଁ ସବୁକିଛି ହୋଇଥାଏ । ତା ଦୁଃ-ଖ ସୁଖ ହସ ଖୁସି ସବୁ କିଛି ମାଆ ମଧ୍ୟରେ ହିଁ ସୀମିତ ହୋଇ ରହିଥାଏ । ମାଆ ଥରେ ଡ଼ାକି ଦେଲେ ନା ଦୁନିଆଁର ସବୁ ଖୁସି ସନ୍ତାନକୁ ମିଳିଯାଏ । ତେବେ ସେହି ସନ୍ତାନ ପାଇଁ ମାଟିଏ ଖାଲି ପେଟରେ ଶୋଇ ପଡ଼ିଥାଏ । ତେବେ କୁହାଯାଏ ନା କୋଟି ଶିବ ପୂଜି ପାଇଛି ମୁଁ ପୁଅ । ଅର୍ଥାତ୍ ସମସ୍ତ ମାଆ ମାନେ ପୁଅଟିଏ ପାଇବା ପାଇଁ ଅନେକ କ-ଷ୍ଟ କରିଥାନ୍ତି। ନିଜେ ଅନେକ ପୂଜା ଆଉ ମାନସିକ କରିଥାନ୍ତି ଆଉ ଶେଷରେ ପୁଅ ପାଇଁ ଅନାଇ ବସିଥାନ୍ତି । କାହିଁକି ନା ପୁଅଟିଏ ଶେଷ ବେଳରେ ତାଙ୍କ ମୁଁହରେ ନି-ଆଁ ଦେବ । ଆଉ ତାଙ୍କ କୂଳ ଆଗକୁ ବଢ଼ାଇବ । ବାସ୍ ଏହି ଆଶା ନେଇ ବାପା ମାଆ ମାନେ ପୁଅଟିଏ ଚାହିଁ ଥାଆନ୍ତି ।

ତେବେ ଏପରି ପରିସ୍ଥିତିରେ ଯେତେବେଳେ ପୁଅଟିଏ ବଡ ହୋଇଯାଏ ନା ସେତେବେଳେ ନିଜ ବାପା ମାଆଙ୍କୁ ଭୁଲି ଯାଇଥାଏ । ଆଉ ବର୍ତ୍ତମାନ ଦୁନିଆଁରେ ଏହା ହିଁ ନିରାଟ ସତ୍ୟ । ଯେତେବେଳେ ପୁଅଟିଏ ନିଜର ଘର ସଂସାର କରି ପକାଉଛି , ସେତେବେଳେ ଆଉ ନିଜ ବାପା ମାଆଙ୍କୁ ନିଜର ଭାବିବା ତ ଦୂରର କଥା ଆଃ ଟିଏ ମଧ୍ୟ ପଚାରୁ ନାହାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ମାଆଙ୍କ ଦୁଃ-ଖ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜର ଶେଷ ସମୟରେ ମଧ୍ୟ ପୁଅ ମାନଙ୍କୁ ଝୁ-ରି ହେଉଛନ୍ତି କିନ୍ତୁ ପୁଅ ମାନେ ନିଜ ମାଆଙ୍କୁ ବାହାରେ ଛାଡି ଦେଇ ଯାଇ ନିଜ ଶଶୁର ଘରେ ଯାଇ ରହୁଛନ୍ତି ତ ଆଉ କିଏ ଭଡ଼ା ଘର ନେଇ ରହୁଛନ୍ତି ।

ତେବେ ଏପରି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ କୁଳସମେତଗାଆଁରେ ରହିଥିବା ଧଡ଼ି ମାଆଙ୍କ ଜୀବନରେ । ଧଡ଼ି ମାଆଙ୍କୁ ବର୍ତ୍ତମାନ ୭୫ ବର୍ଷ ବୟସ । ତେବେ ଏହି ବୟସରେ ତାଙ୍କୁ ପ-କ୍ଷାଘା-ତ ରୋଗ ମଧ୍ୟ ମାଡ଼ି ବସିଛି । ତେଣୁ ସେ ଆଉ କୁଆଡେ ଯାଇ ମଧ୍ୟ ପାରୁ ନାହାନ୍ତି । ତାଙ୍କର ତିନି ପୁଅ ଆଉ ଗୋଟିଏ ଝିଅ । ଝିଅକୁ ବାହା ଦେଇ ସାରିଛନ୍ତି ଧଡ଼ି ମାଆ । ଆଉ ପୁଅ ମାନେ ମଧ୍ୟ ନିଜର ଘର ସଂସାର କରି ସାରିଛନ୍ତି । ତେବେ ବର୍ଷକ ତଳେ ଧଡ଼ି ମାଆଙ୍କ ସ୍ଵାମୀଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଯାହା ପରେ ପୁଅ ମାନେ ଏକା ଜିଦି କରି ବସିଥିଲେ କି , ତାଙ୍କର ଯେତିକି ସମ୍ପତ୍ତି ରହିଛି ସବୁକୁ ଭାଗ କରି ଦିଆଯାଉ ।

ତେବେ ଏହି କଥାକୁ ମନା କରି ଦେଇଥିଲେ ଧଡ଼ି ମାଆ । ଆଉ ଏହାପରେ ତାଙ୍କ ପୁଅ ମାନେ ଅସଲ ରୂପ ଦେଖାଇବା ଆରମ୍ଭ କରିଥିଲେ । ଆଉ ନିଜ ମାଆଙ୍କୁ ଏକା କରି ଦେଇ ବାହାରି ଯାଇଥିଲେ ଘରେ ଚାବି ପକାଇ ଦେଇ । ଏପରିକି ମାଆଙ୍କୁ ଔଷଧ ମଧ୍ୟ ଖାଇବାକୁ ଦେଇ ନଥିଲେ କି ଭଲ ଭାବରେ ଚିକିତ୍ସା କରି ନଥିଲେ । ତେଣୁ ବର୍ତ୍ତମାନ ଧଡି଼ ମାଆ ବର୍ତ୍ତମାନ ସମୟରେ ଏକୁଟିଆ ଗୋଟିଏ ଘର ଭିତର ପଡ଼ି ରହିଛନ୍ତି ଆଉ ପକ୍ଷାଘାତରେ ପୀ-ଡିତ ହୋଇ ମଧ୍ୟ ନିଜେ ଘୁସୁଡ଼ି କରି ନିଜ କାମ କରିବାରେ ଲାଗିଛନ୍ତି

ବର୍ତ୍ତମାନ ତାଙ୍କ ଦେହ ଅତ୍ୟନ୍ତ ଖରାପ ହୋଇ ଯାଇଥିବାରୁ ସେ କିଛି ବି କରି ପାରୁ ନାହାନ୍ତି ତେଣୁ କରି ଗାଆଁ ଲୋକ ଯାହା ଯେତିକି ଖାଇବାକୁ ଦେଉଛନ୍ତି , ସେଗୁଡିକୁ ଖାଇ ନିଜ ଦିନ କା-ଟୁଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଝିଅ ଘରକୁ ଫେରିଛନ୍ତି ଆଉ ଭାଇ ମାନଙ୍କୁ ଘରକୁ ଫେରି ଆସିବା ପାଇଁ ନିବେଦନ କରିବା ସହିତ ତାଙ୍କ ଗାଁ ଲୋକ ମାନେ ମଧ୍ୟ ଫେରି ଆସିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *